ରାଜ୍ୟ

ଟ୍ୱିନ ସିଟିରେ ଗଡିବ ମେଟ୍ରୋ ! କଟକ-ଭୁବନେଶ୍ବରରେ ସ୍ଥିତି ପରଖିଲେ ମୁଖ୍ୟ ଶାସନ ସଚିବ ଏବଂ 5T ସଚିବଙ୍କ ସହ ବରିଷ୍ଠ ଅଧିକାରୀ

ଭୁବନେଶ୍ୱର (କେନ୍ୟୁଜ): ରାଜଧାନୀ ବାସୀଙ୍କ ପାଇଁ ଖୁସିଖବର। ମେଟ୍ରୋ ଟ୍ରେନ ଚଳାଚଳ ପାଇଁ ସମୀକ୍ଷା। କେଉଁ କେଉଁ ରୁଟ ଦେଇ ମେଟ୍ରୋ ଯିବ ସେଥିପାଇଁ କ’ଣ କ’ଣ ଆବଶ୍ୟକ ତାହା ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଛି। ମେଟ୍ରୋ ଟ୍ରେନ ଚାଲିଲେ ବହୁ ଲୋକ ଏହା ଦ୍ବାରା ଉପକୃତ ହେବେ ବୋଲି ଆଶା ରହିଛି । ମେଟ୍ରୋ ଟ୍ରେନ ସେଇ ସମସ୍ତ ରୁଟର ସମୀକ୍ଷା କଲେ 5T ସଚିବ , ମୁଖ୍ୟ ଶାସନ ସଚିବଙ୍କ ସହ ବରିଷ୍ଠ ଅଧିକାରୀ । ଏଥି ସହିତ ଓଡ଼ିଶାର ଅର୍ଥନୈତିକ ଅଭିବୃଦ୍ଧି ଘଟିବ ବୋଲି ବିବେଚନା କରାଯାଉଛି । ଖୁବଶୀଘ୍ର ରାଜଧାନୀରେ ମେଟ୍ରୋ ରେଳ ‌ଯୋଜନାକୁ କାର୍ଯ୍ୟକାରୀ କରାଯିବ ବୋଲି ଆଲୋଚନାରୁ ଆଶା ପ୍ରକାଶ ପାଇଛି ।

ଟ୍ରାଫିକ ବ୍ୟବସ୍ଥାଠୁ ଆରମ୍ଭ କରି ପାର୍କିଂ ଆଦି ଦିଗକୁ ଦୃଷ୍ଟିରେ ରଖି ସମୀକ୍ଷା କରାଯାଇଛି। ଭୁବନେଶ୍ୱର ବିମାନ ବନ୍ଦରରୁ ଆରମ୍ଭ କରି ତ୍ରିଶୁଳିଆ ପର୍ଯ୍ୟନ୍ତ କରାଯାଇଛି ସମୀକ୍ଷା। ବିମାନ ବନ୍ଦର , ରେଲୱେ ଷ୍ଟେସନ ,ବାଣୀବିହାର, ଜୟଦେବ ବିହାର, ପଟିଆ, ନନ୍ଦନକାନନ ଏବଂ ତ୍ରିଶୁଲିଆ ରେ କରାଯାଇଛି ସମୀକ୍ଷା। ଆଜି ଭୋରରୁ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା,ମୁଖ୍ୟମନ୍ତ୍ରୀଙ୍କ ସଚି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ୍, ଉନ୍ନୟନ କମିଶନର ଅନୁ ଗର୍ଗ, ପରିବହନ ସଚିବ ଉଷା ପାଢ଼ୀ , ଗୃହ ଓ ନଗର ଉନ୍ନୟନ ବିଭାଗର ସଚିବ ଜି ମାଥିଭାଥନନ, ଆଇଟି ବିଭାଗ ପ୍ରମୁଖ ସଚିବ ମନୋଜ ମିଶ୍ର ଓ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ପ୍ରମୁଖ ଏହି ସମୀକ୍ଷାରେ ସାମିଲ ଥିଲେ।

Barsha

Recent Posts

ଶୀଘ୍ର ମୋଟା ହେବ ପାଇଁ ଚାହୁଁଛନ୍ତି କି? ଡାଏଟରେ ସାମିଲ କରନ୍ତୁ ଏହି ମିଲ୍କସେକ୍

ଯଦି ଆପଣ ମଧ୍ୟ ଅଣ୍ଡରୱେଟ ଅଛନ୍ତି ତେବେ ଆପଣ ନିଶ୍ଚିତ ଭାବରେ ଏହିସବୁ ମିଲ୍କସେକ୍ ଆପଣଙ୍କ ଖାଦ୍ୟରେ ଅନ୍ତର୍ଭୁକ୍ତ କରିପାରିବେ…

24 seconds ago

ଲୋକଙ୍କ ସମସ୍ୟାକୁ ବୁଝିବା ପାଇଁ କୋଅପରେଟିଭ୍‌ ହାଉସିଂ କଲୋନୀରେ ପହଁଚିଲେ ସାଂସଦ ଅପରାଜିତା ଷଡଙ୍ଗୀ

ଭୁବନେଶ୍ୱର (କେନ୍ୟୁଜ) : ଲୋକଙ୍କ ସମସ୍ୟା କଥା ବୁଝିବାକୁ ପହଁଚିଲେ ସାଧାରଣ ଜନତାଙ୍କ ପାଖରେ, ପହଁଚିଲେ ଭୁବନେଶ୍ୱର ସାଂସଦ ଅପରାଜିତା…

19 mins ago

ଓଜନ କମ୍‌ କରିବାକୁ ଚାହୁଁଛନ୍ତି କି ? ଏପରି ଭାବେ ଡାଏଟ୍‌ରେ ସାମିଲ କରନ୍ତୁ ଭେଣ୍ଡି

ପନିପରିବା ମଧ୍ୟରେ ଭେଣ୍ଡିକୁ ଖାଇବା ପାଇଁ ଲୋକମାନେ ବହୁତ ପସନ୍ଦ କରନ୍ତି । କିନ୍ତୁ ଭେଣ୍ଡି ଖାଇବାର ସ୍ୱାସ୍ଥ୍ୟ ଉପକାରିତା…

23 mins ago

ଆତଙ୍କୀ ଟାର୍ଗେଟରେ ଅଯୋଧ୍ୟା ରାମ ମନ୍ଦିର, ଜୈସ-ଏ-ମହମ୍ମଦ ସଂଗଠନ ଦେଲା ବିସ୍ଫୋରଣ ଧମକ

ଭାରତରେ ଗତ କିଛିଦିନ ହେଲାଣି ଲଗାତାର ଆତଙ୍କବାଦୀ ଆକ୍ରମଣ ଘଟଣା ସାମ୍ନାକୁ ଆସୁଛି । ଗତ କିଛିଦିନରେ ଆତଙ୍କୀ ଭାରତର…

26 mins ago

ମୟୁରଭଞ୍ଜ ଜିଲ୍ଲାରେ ଆଦିବାସୀ ସଂସ୍କୃତି ଓ ରଜପର୍ବ ସମ୍ପୂର୍ଣ୍ଣ ନିଆରା

ଗାଁ ଠୁ ସହର ସମସ୍ତେ ବଡ଼ ଉତ୍ସାହର ସହ ପାଳୁଛନ୍ତି ରଜ । ପାନ ପିଠାରେ ମହକୁଛି ସାରା ସହର…

27 mins ago

୫ ଦିନ କାଳବୈଶାଖୀ, ରାଜ୍ୟରେ ବର୍ଷା ସହିତ ଘଡ଼ଘଡି ସମ୍ଭାବନା

ଭୁବନେଶ୍ୱର : ୫ ଦିନ କାଳବୈଶାଖୀ । ଆଗାମୀ ୫ ଦିନ ପାଇଁ ରାଜ୍ୟରେ ବର୍ଷା ସହିତ ଘଡ଼ଘଡି ସମ୍ଭାବନା…

29 mins ago