ରାଜ୍ୟ

ୟାଙ୍କୁ ଶହେ ସଲାମ୍: ନିଜ ଜମି ବିକ୍ରି କରି ନଦୀ ଉପରେ ବାଉଁଶ ପୋଲ ନିର୍ମାଣ କରି ଚର୍ଚ୍ଚାରେ ୬୫ ବର୍ଷୀୟ ବୃଦ୍ଧ ନାଉରିଆ

ନବରଙ୍ଗପୁର(କେନ୍ଯୁଜ୍): ବେଳେ ବେଳେ ଏମିତି କିଛି ଘଟଣା ଶୁଣିବାକୁ ମିଳେ, ଯାହାକୁ ନିଜ ଆଖିରେ ନଦେଖିଲେ ବିଶ୍ୱାସ କରିହୁଏ ନାହିଁ । ଆଜିର ସ୍ବାର୍ଥପର ଦୁନିଆରେ କିଏ ବା କାହାର । ଏଠାରେ ରାଜସ୍ବ ଅର୍ଥକୁ କିଛି ଦୁର୍ନିତୀଖୋର ନେତା ଆଉ ପ୍ରଶାସନିକ ଅଧିକାରୀମାନେ ହରିଲୁଟ କରିବାରେ ବ୍ଯସ୍ତଥିବାବେଳେ, ଅନ୍ଯପଟେ ନିଜସ୍ବ କଷ୍ଟ ଅର୍ଜିତ ସମ୍ପତିକୁ ବିକ୍ରି କରି ପ୍ରାୟ ଏକ ଲକ୍ଷ ଟଙ୍କା ବ୍ଯୟରେ ଜନସାଧାରଣଙ୍କ ସୁବିଧା ନିମନ୍ତେ ନିଜ ଗ୍ରାମ ଦେଇ ବହିଯାଉଥିବା ନଦୀ ଉପରେ ଏକ ବାଉଁଶ ପୋଲ ର୍ନିମାଣ କରିଛନ୍ତି ଜଣେ ପରିଣତ ବୟସର ବୃଦ୍ଧ। ଏହି କାହାଣୀର ମୁଖ୍ଯ କୌଣସି ମାନ୍ଯଗଣ୍ଯ କି ପ୍ରତିଷ୍ଠିତ ବ୍ଯକ୍ତି ନ ହେଲେ ବି, ତାଙ୍କ କାର୍ଯ୍ଯ ଏ ସମାଜ ପାଇଁ ପ୍ରେରଣାଦାୟକ।

ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ କକଡୀ ସେମଳା ପଞ୍ଚାୟତ ଅନ୍ତର୍ଗତ କଣ୍ଟାସରୁଗୁଡା ଗ୍ରାମର ଜୟଦେବ ଭତ୍ରା । ଦିନେ ସେ ଇନ୍ଦ୍ରାବତୀ ନଦୀ କଣ୍ଟାସାରୁଗୁଡା ଘାଟର ଥିଲେ ଦେଶୀ ଡଙ୍ଗାର ନାଉରିଆ । ଆଜି ସେ ଲୋକଙ୍କ ଦୁର୍ଦ୍ଧଶା ଦୂର କରିବା ପାଇଁ ର୍ନିମାଣ କରିଛନ୍ତି ଏକ ବାଉଁଶ ପୋଲ । ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ ଦେଇ ପ୍ରବାହିତ ହେଉଥିବା ଇନ୍ଦ୍ରାବତୀ ନଦୀ ଯାହା କଣ୍ଟାସାରୁଗୁଡା ଗ୍ରାମ ଠାରେ ନବରଙ୍ଗପୁର-କୋରାପୁଟ ଜିଲ୍ଲାକୁ ବିଛିନ୍ନ କରୁଛି । ନଦି କୁଳିଆ ଆଖପାଖ ପ୍ରାୟ ୫୦ ଖଣ୍ଡ ଗ୍ରାମବାସୀଙ୍କ ଜୀବନ ଓ ଜୀବିକା ପାଇଁ ଇନ୍ଦ୍ରାବତୀ ନଦୀ ହିଁ ବିକଳ୍ପ ଥିବା ବେଳେ ଏହି ନଦୀରେ ଦେଶୀ ଡଙ୍ଗାର ନାଉରିଆ ହୋଇ ନୌକା ଯାତ୍ରୀଙ୍କ ସାହାରା ସାଜିଥିଲେ ଜୟଦେବ ଭତ୍ରା ।

ପ୍ରତିଦିନ ଶହ ଶହ ଯାତ୍ରୀଙ୍କୁ ତାଙ୍କ ଦେଶୀ ଡ଼ଙ୍ଗାରେ ନଈ ପାର କରୁଥିଲେ । କିନ୍ତୁ ବୟସର ଅପରାହ୍ନରେ ଆହୁଲା ମାରିବା ହାତ ଥକି ଯାଇନଥିଲେ ମଧ୍ୟ , ଯାତ୍ରୀଙ୍କ ସମସ୍ଯାକୁ ସେ ହୃଦବୋଧ କରିପାରୁଥିଲେ । ତେଣୁ ସେମାନଙ୍କୁ ସୁବିଧା ଯୋଗାଇବା ପାଇଁ ବିନା ନୌକାରେ ଯେଉଁଭଳି ଶୀଘ୍ର ନଈ ପାର ହୋଇପାରିବେ ସେଥିପାଇଁ ଆପଣେଇ ଥିଲେ ଏକ ଅଭିନବ ଉପାୟ । ଯେଉଁ ନଦୀରେ ସ୍ଥାୟୀ ପୋଲ ଟିଏ ନଥିବାରୁ ଯାତ୍ରୀ ଯେଉଁ ଦୁର୍ଦଶା ଭୋଗ କରୁଥିଲେ ତାହାକୁଦୂର କରିବା ପାଇଁ ନିଜ ଉଦ୍ୟମ ରେ ର୍ନିମାଣ କରିଥିଲେ ବାଉଁଶ ପୋଲ । ଏଥିପାଇଁ ନିଜ ଜମିକୁ ବିକ୍ରି କରି ସେହି ନଦୀ ଉପରେ ଲକ୍ଷାଧିକ ଟଙ୍କା ବ୍ଯୟ ରେ ଗ୍ରାମବାସୀ ଙ୍କ ସହାୟତାରେ ଏକ ଅସ୍ଥାୟୀ ବାଉଁଶ ପୋଲ ର୍ନିମାଣ କରିଛନ୍ତି । ୧୧୦ ମିଟରରୁ ଉର୍ଦ୍ଧ ଲମ୍ବା ଏବଂ ପ୍ରାୟ ୬ ଫୁଟର ଓସାର ବିଶିଷ୍ଟ ଏହି ବାଉଁଶ ପୋଲ ର୍ନିମାଣରେ ଲାଗିଛି ପ୍ରାୟ ୬୦୦ ରୁ ଉର୍ଦ୍ଧ ବାଉଁଶ, ଲୁହା ଓ ପ୍ଲାଷ୍ଟିକ ତାର, ଲୁହା କଣ୍ଟା, କିଛି କପଡା ଦଉଡି ସହ ର୍ନିମାଣ କାର୍ଯ୍ଯରେ ପ୍ରାୟ ୬୦ ରୁ ଉର୍ଦ୍ଧ ଶ୍ରମିକ ନିୟୋଜିତ ହୋଇଥିଲେ । ବର୍ତ୍ତମାନ ୬୫ ବର୍ଷୀୟ ବୃଦ୍ଧ ନାଉରିଆଙ୍କ ଏହି କାର୍ଯ୍ଯ ପାଇଁ ସେ ସ୍ଥାନୀୟ ଅଞ୍ଚଳରେ ବେଶ ପ୍ରଶଂସା ସାଉଁଟିଥିବା ବେଳେ ଅନ୍ଯ ମାନଙ୍କ ପାଇଁ ଆଦର୍ଶ ପାଲଟିଯାଇଛନ୍ତି ।

କଣ୍ଟାସରଗୁଡା ନଦୀ ଘାଟର ଆରପାର୍ଶ୍ଵରେ ରହିଛି କୋରାପୁଟ ଜିଲ୍ଲାର କୋଟପାଡ ସହର । ଗ୍ରାମବାସୀଙ୍କ ଦେନନ୍ଦିନ ଜୀବନ , ଜୀବିକା ପାଇଁ ଲୋକେ ଏହି ନଦୀ ଦେଇ କୋଟପାଡ ଓ ଛତିଶଗଡର ରାଜ୍ଯର ଜଗଦଲପୁର ସହର ଉପରେ ର୍ନିଭର କରନ୍ତି । ତେବେ ନଦୀ ପାର ହେବା ପାଇଁ ଜୀବନକୁ ବାଜି ଲଗାଇ କରିଥାନ୍ତି ନୌକା ଯାତ୍ରା । ପ୍ରତି ବର୍ଷ ଏହି ସମସ୍ଯା ଲାଗି ରହିଛି । ସରକାର ଓ ସରକାରୀ କର୍ମଚାରୀ ଅଞ୍ଚଳର ବିକାଶ ପ୍ରତି ଧ୍ୟାନ ଦେଉନଥିବା ବେଳେ ନିଜ ଉଦ୍ୟମ ରେ ଇନ୍ଦ୍ରାବତୀ ନଦୀରେ ତିଆରି କରିଥିବା ବାଉଁଶ ପୋଲ କୁ ନେଇ ସେ ସ୍ଥାନୀୟ ଅଞ୍ଚଳରେ ବେଶ ପ୍ରଶଂସା ସାଉଁଟିଛନ୍ତି ।

 

Sonalisa

Recent Posts

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

14 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

29 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

40 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

51 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

1 hour ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

2 hours ago