ରାଜ୍ୟ

ସଫଳ ହେଲାନାହିଁ ଜିରୋ କାଜୁଆଲିଟି, ପଶ୍ଚିମବଙ୍ଗରେ ୭୨ ମୁଣ୍ଡ ନେଇଗଲା ଅମ୍ଫାନ

କେନ୍ୟୁଜ୍ (ବ୍ୟୁରୋ): ଅମ୍ଫାନ ନେଇଗଲା ୭୨ ମୁଣ୍ଡ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ଏହା କହିଛନ୍ତି। ଗତକାଲି ଅମ୍ଫାନ ତାର ବିକାଟାଳ ରୂପ ଧରି ଓଡିଶା ଉପକୂଳ ଦେଇ ପଶ୍ଚିମବଙ୍ଗର ସୁନ୍ଦରବନରେ ଲ୍ୟାଣ୍ଡଫଲ କରିଥିଲା।  ଏଥିରେ ମ୍‌ତାହାତଙ୍କ ଆକାଳନ କରାଯାଇଥିଲା। କେଉଁଠାରେ ଗଛ ପଡି ଓ  କେଉଁଠାରେ ବିଦ୍ୟୁତଖୁଣ୍ଟ ପଡି ଅନେକ କ୍ଷୟକ୍ଷତି ହେଇଥିଲା। ଆଉ ଏହି ଅମ୍ଫାନ ପଶ୍ଚିମବଙ୍ଗର ୭୨ ଜଣଙ୍କର ଜୀବନକୁ ନେଇଯାଇଛି। ପୂର୍ବରୁ ପଶ୍ଚିମବଙ୍ଗର  ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ  ଜିରୋ କାଜୁଆଲିଟୀ ପାଇଁ ପ୍ରଶାସନକୁ ନିର୍ଦ୍ଦେଶ  ଦେଇଥିଲେ ଯାହା ଏବେ ବିଫଳ  ହୋଇଥିବାର ଜଣା ପଡିଛି ।

ବାତ୍ୟା ଅମ୍ଫନ୍‌ରେ ପଶ୍ଚିମବଙ୍ଗରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ପୁନରୁଦ୍ଧାର କାର୍ଯ୍ୟ ପାଇଁ ଅଧିକ ଏନ୍‌ଡିଆର୍‌ଏଫ୍‌ ଟିମ ନିୟୋଜିତ ହୋଇଛନ୍ତି । କିଛି ଅଞ୍ଚଳରେ ରୋଡ୍‌ କ୍ଲିୟରାନ୍ସ କାର୍ଯ୍ୟ ଦ୍ରୁତ ଗତିରେ ଆରମ୍ଭ ହୋଇଛି । ଇଲେକ୍ଟ୍ରିସିଟି ଏବଂ ଟେଲିକମ୍‌ ସେବା ସ୍ୱାଭାବିକ କରିବାକୁ କିଛି ସମୟ ଲାଗିପାରେ । ଏଥିପାଇଁ କିଛି ଟେକ୍ନିସିଆନ୍‌ଙ୍କ ସହାୟତା ଆବଶ୍ୟକ । ସେମାନଙ୍କୁ ସାହାଯ୍ୟ, ସହଯୋଗ ପାଇଁ ଆମ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି କହିଛନ୍ତି ଏନ୍‌ଡିଆର୍‌ଏଫ୍‌ ଡିଜି ଏସ ଏନ ପ୍ରଧାନ । ଗତକାଲି ସୁନ୍ଦରବନରେ ଲ୍ୟାଣ୍ଡଫଲ ବେଳେ ପଶ୍ଚିମବଙ୍ଗରେ ରଚିଥିଲା ତାଣ୍ଡବ । ଦକ୍ଷିଣ ବଙ୍ଗର ବିଭିନ୍ନ ଜିଲ୍ଲାରେ ଧ୍ୱଂସର ତାଣ୍ଡବ ଲୀଳା ଦେଖିବାକୁ ମିଳିଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, ଏହି ବିପର୍ଯ୍ୟୟ ଏବେ କରୋନା ବିପର୍ଯ୍ୟୟଠାରୁ ବଡ଼ ।

Sasmita

Recent Posts

ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା, ୩ ଅଭିଯୁକ୍ତ ଗିରଫ

ରାଉରକେଲା : ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା । ୩ ଅଭିଯୁକ୍ତ ଗିରଫ । ଭୁବନେଶ୍ଵରରୁ ଗିରଫ କଲା…

2 mins ago

ହଜାର ହଜାର ପ୍ରଦର୍ଶନକାରୀ କେନିଆ ସଂସଦରେ ଲଗାଇଦେଲେ ନିଆଁ, ଭାରତ ନିଜ ନାଗରିକଙ୍କ ପାଇଁ ଜାରି କଲା ଆଡ୍‌ଭାଇଜରୀ

ସରକାରଙ୍କ ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି । ଏହି ହିଂସାରେ ନାଇରୋବିରେ ୫…

5 mins ago

କଟକରେ ଯାନବାହନ ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…

12 mins ago

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

38 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

47 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

1 hour ago