ରାଜ୍ୟ

ଟାଙ୍ଗୀ: ବାଣପୁର ପଞ୍ଚାୟତ କାର୍ଯ୍ଯାଳୟ ସମ୍ମୁଖରେ ଧାରଣା ଦେଲେ ୭୬ଟି ଏସ୍‌.ଏଚ୍‌.ଜି ଗ୍ରୁପର ଶତାଧିକ ମହିଳା

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅଧିନସ୍ଥ ଦେଓଗାଁ ପଞ୍ଚାୟତର ୭୬ଟି ମହିଳା ଏସ୍‌.ଏଚ୍‌.ଜି ଗ୍ରୁପର ଶତାଧିକ ମହିଳା ସଦସ୍ୟା  ବାଣପୁର ବ୍ଲକ ଆଗରେ ଧାରଣାରେ ବସିଛନ୍ତି। ପଂଚାୟତର ମହିଳା ମହାସଂଘର ଏମ୍‌.ବି.କେ, ସି.ଆର.ପି, ମହାସଂଘ ସଭାପତି, ସମ୍ପାଦିକା ମିଳିତ ପ୍ରିୟାପ୍ରୀତିରେ ଅର୍ଥ କାରବାରଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାରର ଦୁର୍ନୀତିରେ ଲିପ୍ତ ରହିଛନ୍ତି । ଏଣୁ ସେମାନଙ୍କୁ ବହିଷ୍କାର କରି ନୂତନ କମିଟି ଗଠନ କରି ନୂଆ କର୍ମକର୍ତା ଚୟନ କରିବାକୁ ସେମାନେ ଦାବି କରିଛନ୍ତି ।

ମହାସଂଘର ସୂଚନା ମୁତାବକ, ମହିଳା ମହାସଂଘକୁ ଆସୁଥିବା ସରକାରୀ ଓ ବେସରକାରୀ ଆର୍ଥିକ ରାଶିର ଆୟ ବ୍ୟୟ ମହାସଂଘର ଏମ୍‌ବିକେ କଲ୍ୟାଣୀ ପରିଡା, ସାତ ଜଣ ସିଆରପି, ମହାସଂଘ ସଭାପତି ଗୀତାଞ୍ଜଳି ପରିଡା ଓ ସମ୍ପାଦିକା ଲିଲି ସାମନ୍ତରାୟ ମହାସଂଘର ସମସ୍ତ ସଭ୍ୟା ତଥା ଇସି ମେମ୍ବରମାନଙ୍କୁ ଜଣାଉନାହାନ୍ତି। ଏ ସମ୍ପର୍କରେ ଏସ୍‌.ଏଚ୍‌.ଜି ଗ୍ରୁପର ମା ମାନେ ସମ୍ପାଦିକାଙ୍କୁ ଅଭିଯୋଗ କଲେ ସମ୍ପାଦିକା ସେମାନଙ୍କୁ ଦୁର୍ବ୍ୟବହାର ଦେଖାଇବା ସହ ଗାଳି ଗୁଲଜ କରୁଥିବା ଅଭିଯୋଗ ଆଣିଛନ୍ତି ।

ଅପରପକ୍ଷରେ ଏମ୍‌ବିକେ ଏବଂ ସିଆରପିମାନେ ଅନୁରୂପ ଭାବେ ମହିଳାମାନଙ୍କୁ ଦୁର୍ବ୍ୟବହାର କରିବା ସହ କୌଣସି କାର୍ଯ୍ୟରେ ସହଯୋଗ କରୁନାହାନ୍ତି କି ଆୟ ବ୍ୟୟର ସୂଚନା ଦେଉନାହାନ୍ତି। ଏ ସମ୍ପର୍କରେ ଗତ ଅକ୍ଟୋବର ମାସରେ ନିଜ ପଂଚାୟତ ସ୍ତରରେ ସମସ୍ୟାର ସମାଧାନ ପାଇଁ ଏକ ବୈଠକ ଡାକିଥିଲେ। ଯେଉଁଥିରେ ସି.ଆର.ପି ଓ ଏମ୍‌.ବି.କେ ମାନେ ଯୋଗଦେଇନଥିଲେ । କିନ୍ତୁ ମହାସଂଘର ସମ୍ପାଦିକା ଲିଲି ସାମନ୍ତରାୟ ବୈଠକରେ ଯୋଗ ଦେଇଥିଲେ । ବୈଠକ ସ୍ଥଳରେ ଆରୋପ ପ୍ରତ୍ୟାରୋପ କରି ସମସ୍ତେ ଉଠି ପଳାଇଥିଲେ।

ଏ ସଂକ୍ରାନ୍ତରେ ଗତ ଅକ୍ଟୋବର ୧୯ ତାରିଖରେ ଏସ୍‌.ଏଚ୍‌.ଜି ଗ୍ରୁପର ମା ମାନେ ବାଣପୁର ବିଡିଓଙ୍କ ସମସ୍ୟାର ସମାଧାନ ପାଇଁ ଦାବିପତ୍ର ଦେଇଥିଲେ। କିନ୍ତୁ ନଭେମ୍ବର ୨ ତାରିଖ ସୁଦ୍ଧା ବାଣପୁର ବ୍ଲକର ଓ.ଏଲ.ଏମ ବିଭାଗ କିମ୍ବା ବିଡିଓଙ୍କ ଦ୍ବାରା ପ୍ରତିଶୃତି ମୁତାବକ କୌଣସି ସମସ୍ୟାର ସମାଧାନ ନ କରାଯିବାରୁ ଆଜି ନ୍ୟାୟ ଦାବିରେ ଶତାଧିକ ଏସ୍‌.ଏଚ୍‌.ଜି ଗ୍ରୁପର ମା ମାନେ ବ୍ଲକ ଆଗରେ ଧାରଣାରେ ବସିଛନ୍ତି। ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବା ଆଶଙ୍କାରେ ବାଣପୁର ପୋଲିସ୍‌ ଘଟଣା ସ୍ଥଳରେ ଉପସ୍ଥିତ ଅଛନ୍ତି ।

Sonalisa

Recent Posts

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

12 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

18 mins ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

31 mins ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

1 hour ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

1 hour ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

9 hours ago