Categories: ରାଜ୍ୟ

ଆରମ୍ଭ ହୋଇଛି ସପ୍ତମ ଚିଲିକା ମହୋତ୍ସବ, ଲୁପ୍ତ ପ୍ରାୟ କଳା ଓ ସଂସ୍କୃତିର ଝଲକ ଦେଖିବାକୁ ପାଇବେ ଦର୍ଶକ

ପୁରୀ ସାତପଡାରେ ଆରମ୍ଭ ହୋଇଛି ସପ୍ତମ ଚିଲିକା ମହୋତ୍ସବ । ୪ ଦିନ ଧରି ଚାଲିବ ଏହି ମହୋତ୍ସବ । ଜିଲ୍ଲା ତଥା ରାଜ୍ୟର ଲୁପ୍ତ ପ୍ରାୟ କଳା ଓ ସଂସ୍କୃତିର ଝଲକ ଦେଖିବାକୁ ପାଇବେ ସ୍ଥାନୀୟ ଲୋକେ ।

ଯୋଡ଼ିଶଙ୍ଖରୁ ଆରମ୍ଭ ହୋଇଥିଲା ସପ୍ତମ ଚିଲିକା ମହୋତ୍ସବର ସାଂସ୍କୃତିକ ସଂଧ୍ୟା। ଏହାପରେ ପ୍ରିନ୍‌ସ ଡ୍ୟାନ୍ସ ଗ୍ରୁପ୍‌ ନୃତ୍ୟ ପରିବେଷଣ କରିଥିଲେ। ନୁପର ଅନୁଷ୍ଠାନ ତରଫରୁ ମଧ୍ୟ ନୃତ୍ୟ ଓ ସମର କଳା ପରିବେଷିତ ହୋଇଥିଲା। ମହୋତ୍ସବ ଉପଲକ୍ଷେ ସିଡିଏ ପକ୍ଷରୁ ଆୟୋଜିତ ହୋଇଛି ଚିଲିକା ସମ୍ପର୍କିତ ଫଟୋ ପ୍ରଦର୍ଶନୀ ସହ ହସ୍ତକଳା ଓ ହସ୍ତଶିଳ୍ପ ପ୍ରଦର୍ଶନୀ। ଏହାକୁ ଉଦ୍‌ଘାଟନ କରିଥିଲେ ବିଧାୟକ ସଞ୍ଜୟ ଦାସବର୍ମା। ଏହି ଅବସରରେ ମାଆ କାଳିଜାଇ ପୀଠ ଉନ୍ନତିକରଣର ଲୋକର୍ପଣ ହୋଇଥିଲା।

ଉଦ୍‌ଘାଟନୀ ଉତ୍ସବରେ ଯୋଗ ଦେଇଥିଲେ ବ୍ରହ୍ମଗିରି ଓ କୃଷ୍ଣ ପ୍ରସାଦ ବ୍ଲକ ହଜାର ହଜାର ଲୋକ। ଯୋଗ ଦେଇଥିଲେ ସଂସ୍କତି ମନ୍ତ୍ରୀ, ପୁରୀ ଏସ୍‌ପି ଓ ଜିଲ୍ଲାପାଳ।

KNews Bureau

Recent Posts

ଭୁବନେଶ୍ବରରେ ଆଜି ପୁଣି ଥରେ ବଢିଲା ପେଟ୍ରୋଲ-ଡିଜେଲ ରେଟ୍, ଚେକ୍ କରନ୍ତୁ ନୂଆ ଦର

ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୧ ଟଙ୍କା ୦୬ ପଇସା ରହିଛି । ଡିଜେଲ ଦର ୯୨ ଟଙ୍କା ୬୪ ପଇସା…

32 mins ago

ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପରେ ଆସିଛି ବୁଥ ବାହୁଡ଼ା ମତ, ଲଗାତାର ତୃତୀୟ ଥର ପାଇଁ ହେଇପାରନ୍ତି ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବେ ମୋଦି । ଦେଶରେ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ…

39 mins ago

ସୁନା ଦର ହେଉଛି ଆକାଶ ଛୁଆଁ , ଜାଣନ୍ତୁ ଭୁବନେଶ୍ୱରରେ ଆଜି ୨୪ କ୍ୟାରେଟ ସୁନାର ଦାମ୍

ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି ଓଡ଼ିଶା ସମେତ ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି ସୁନା…

55 mins ago

କରମଣ୍ଡଳ ରେଳ ଦୁର୍ଘଟଣା: ମନେପଡିଲେ ଥରି ଉଠୁଛି ଛାତି, ଟାଙ୍କୁରି ଯାଉଛି ଲୋମ

ବାଲେଶ୍ଵର (କେନ୍ୟୁଜ): ବାଲେଶ୍ଵର ବାହାନଗା ରେଳ ଦୁର୍ଘଟଣାକୁ ଆଜି ପୁରିଛି ବର୍ଷେ । ୨୦୨୩  ଜୁନ୍ ୨ ଶୁକ୍ରବାର, ସମୟ…

1 hour ago

ସରିଲା ୪ର୍ଥ ପର୍ଯ୍ୟାୟ ନିର୍ବାଚନ, ରାଜ୍ୟରେ ମତଦାନ ହାର ୭୦.୬୭% ରହିଛି

ଭୁବନେଶ୍ୱର (କେନ୍ୟୁଜ): ଷ୍ଟ୍ରଙ୍ଗ ରୁମରେ ଇଭିଏମ୍ । ରାଜ୍ୟରେ ୪ର୍ଥ ପର୍ଯ୍ୟାୟ ନିର୍ବାଚନ ସରିବା ପରେ ଇଭିଏମରେ ସିଲ ହୋଇଛି…

2 hours ago

ଉପକୂଳରେ କଲବଲ କରୁଛି ଗରମ ଓ ଗୁଳୁଗୁଳି, ଆଜି ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର (କେନ୍ୟୁଜ): ଜଳୁଛି ପଶ୍ଚିମ ଓଡ଼ିଶା । ଉପକୂଳରେ କଲବଲ କରୁଛି ଗରମ ଓ ଗୁଳୁଗୁଳି ।  ପଶ୍ଚିମ ଓଡ଼ିଶାରେ…

2 hours ago