ଆରମ୍ଭ ହୋଇଛି ସପ୍ତମ ଚିଲିକା ମହୋତ୍ସବ, ଲୁପ୍ତ ପ୍ରାୟ କଳା ଓ ସଂସ୍କୃତିର ଝଲକ ଦେଖିବାକୁ ପାଇବେ ଦର୍ଶକ

ପୁରୀ ସାତପଡାରେ ଆରମ୍ଭ ହୋଇଛି ସପ୍ତମ ଚିଲିକା ମହୋତ୍ସବ । ୪ ଦିନ ଧରି ଚାଲିବ ଏହି ମହୋତ୍ସବ । ଜିଲ୍ଲା ତଥା ରାଜ୍ୟର ଲୁପ୍ତ ପ୍ରାୟ କଳା ଓ ସଂସ୍କୃତିର ଝଲକ ଦେଖିବାକୁ ପାଇବେ ସ୍ଥାନୀୟ ଲୋକେ ।
ଯୋଡ଼ିଶଙ୍ଖରୁ ଆରମ୍ଭ ହୋଇଥିଲା ସପ୍ତମ ଚିଲିକା ମହୋତ୍ସବର ସାଂସ୍କୃତିକ ସଂଧ୍ୟା। ଏହାପରେ ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ୍ ନୃତ୍ୟ ପରିବେଷଣ କରିଥିଲେ। ନୁପର ଅନୁଷ୍ଠାନ ତରଫରୁ ମଧ୍ୟ ନୃତ୍ୟ ଓ ସମର କଳା ପରିବେଷିତ ହୋଇଥିଲା। ମହୋତ୍ସବ ଉପଲକ୍ଷେ ସିଡିଏ ପକ୍ଷରୁ ଆୟୋଜିତ ହୋଇଛି ଚିଲିକା ସମ୍ପର୍କିତ ଫଟୋ ପ୍ରଦର୍ଶନୀ ସହ ହସ୍ତକଳା ଓ ହସ୍ତଶିଳ୍ପ ପ୍ରଦର୍ଶନୀ। ଏହାକୁ ଉଦ୍ଘାଟନ କରିଥିଲେ ବିଧାୟକ ସଞ୍ଜୟ ଦାସବର୍ମା। ଏହି ଅବସରରେ ମାଆ କାଳିଜାଇ ପୀଠ ଉନ୍ନତିକରଣର ଲୋକର୍ପଣ ହୋଇଥିଲା।
ଉଦ୍ଘାଟନୀ ଉତ୍ସବରେ ଯୋଗ ଦେଇଥିଲେ ବ୍ରହ୍ମଗିରି ଓ କୃଷ୍ଣ ପ୍ରସାଦ ବ୍ଲକ ହଜାର ହଜାର ଲୋକ। ଯୋଗ ଦେଇଥିଲେ ସଂସ୍କତି ମନ୍ତ୍ରୀ, ପୁରୀ ଏସ୍ପି ଓ ଜିଲ୍ଲାପାଳ।