ଦ୍ୱିତୀୟ ଦିନରେ ପହଞ୍ଚିଛି ତାଳଚେରରେ ଅର୍ଥନୈତିକ ଧର୍ମଘଟ, ବନ୍ଦ ରହିଛି ୮ଟି କୋଇଲା ଖଣିରୁ ଉତ୍ପାଦନ ଓ ପରିବହନ

ତାଳଚେର : ଦ୍ୱିତୀୟ ଦିନରେ ପହଞ୍ଚିଛି ତାଳଚେରରେ ଅର୍ଥନୈତିକ ଧର୍ମଘଟ । ଫଳରେ ତାଳଚେରର ୮ଟି କୋଇଲା ଖଣିରୁ ଉତ୍ପାଦନ ଓ ପରିବହନ ବନ୍ଦ ରହିଛି । ରେଳ ଯୋଗେ ମଧ୍ୟ କୋଇଲା ପରିବହନ ବନ୍ଦ ରହିଛି । ତାଳଚେର ସୁରକ୍ଷା ମଞ୍ଚ ପକ୍ଷରୁ ୧୬ ଦଫା ଦାବି ନେଇ ଏହି ଆନ୍ଦୋଳନ ଆରମ୍ଭ ହୋଇଛି । ମୁଖ୍ୟତଃ ୨୦୦୬ ବିସ୍ଥାପନ ଏବଂ ଥଇଥାନ ଆଇନକୁ ପାଳନ କରିବା, ତାଳଚେରରେ ଏକ ସ୍ୱତନ୍ତ୍ର କୋଇଲା କମ୍ପାନୀ ଘୋଷଣା କରିବା, ତାଳଚେର ବାଙ୍କଧରା ଠାରୁ ବଲହର ଛକ ପର୍ୟ୍ୟନ୍ତ ଫ୍ଲାଏଓଭର କରିବା ଏବଂ ଜମିହରା ବେକାରୀ କ୍ଷତିଗ୍ରସ୍ତଙ୍କ ନିଯୁକକ୍ତି ଦେବା ଦାବିରେ ଆନ୍ଦୋଳନ କରାଯାଉଛି ।