Below header

ସାଉଦିରେ ଏମିତି ଘଟିଛି : ପକ୍ଷୀ ପିଞ୍ଜରାରେ ବନ୍ଦୀ ହେଲେ ଭାରତୀୟ ଫୁଟ୍‌ବଲ୍‌ ଫ୍ୟାନ୍‌

ନୂଆଦିଲ୍ଲୀ : ଏମିତି ଏକ ଘଟଣା ଯାହା କେବେ ଦେଖି ନଥିବେ କି ଶୁଣି ନଥିବେ । ସାଉଦି ଆରବରେ ହୋଇଥିଲା ଭାରତ ଓ ୟୁଏଇ ଦଳ ମଧ୍ୟରେ ଏସୀୟ ଫେଡେରସନ୍‌ କପ୍‌ (ଏଏଫ୍‌ସି) ଫୁଟବଲ୍‌ ମ୍ୟାଚ୍‌ । ଏଥିରେ ଘରୋଇ ଦଳ ଭାରତକୁ ୨-୦ ଗୋଲ୍‌ରେ ପରାସ୍ତ କରିଥିଲା । ହେଲେ ଗୁରୁବାର ଦିନ ଆବୁଧାବିରେ ଖେଳା ଯାଇଥିବା ଏହି ମ୍ୟାଚ୍‌ ପୂର୍ବରୁ ଭାରତୀୟ ଫୁଟ୍‌ବଲ୍‌ ପ୍ରେମୀଙ୍କୁ ସାଉଦିର ଜଣେ ବ୍ୟକ୍ତି ଗୋଟିଏ ପକ୍ଷୀ ରହୁଥିବା ପିଞ୍ଜରା ଭିତରେ ବନ୍ଦୀ କରି ରଖିଥିଲେ । ବ୍ୟକ୍ତି ଜଣକ ଭାରତୀୟମାନଙ୍କୁ ପିଞ୍ଜରାରେ ବନ୍ଦ କଲା ଭଳି କରି ବାଡ଼ି ଦେଖାଇ ସେମାନଙ୍କୁ ତାଗିଦ ମଧ୍ୟ କରୁଛନ୍ତି । ଅବଶ୍ୟ ଘଟଣା ପ୍ରଘଟ ହେବା ପରେ ସଂପୃକ୍ତ ବ୍ୟକ୍ତିଙ୍କୁ ସ୍ଥାନୀୟ ପୋଲିସ୍‌ ଗିରଫ କରିଛି । ଏହି ଭିଡିଓ ଭାଇରାଲ ହେବା ପରେ ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।
ତେବେ ବ୍ୟକ୍ତି ଜଣକ ପରେ ସଫେଇ ଦେଇ ଆଉ ଏକ ଭିଡିଓ ଜାରି କରିଥିଲେ । ସେ କହିଥିଲେ ଯେ ଏହି ଘଟଣା ଏକ ଡ୍ରାମା । ମୋ ପାଖରେ ଅନେକ ବର୍ଷ ଧରି କିଛି ଭାରତୀୟ କାମ କରୁଛନ୍ତି । ସେମାନଙ୍କ ସହ ମୋର ବହୁତ ଭଲ ସମ୍ପର୍କ ରହିଛି । ଆମେ ଏକା ଥାଳିରେ ଖାଉ । ଫୁଟବଲ୍‌ ମ୍ୟାଚ୍‌ ପୂର୍ବରୁ ମୁଁ ଥଟ୍ଟା ପରିହାସ ଛଳରେ ଏଭଳି କରିଥିଲି ପ୍ରକୃତରେ ସେମାନଙ୍କୁ ମୁଁ ବନ୍ଦୀ କରି ନଥିଲି କି ମାରପିଟ୍‌ ବି କରି ନାହିଁ ବୋଲି ଅଭିଯୁକ୍ତ କହିଛନ୍ତି । ତେବେ ଏହି ଭିଡିଓକୁ ନେଇ ଚର୍ଚ୍ଚା ଜୋର ଧରିଛି ।
ଦେଖନ୍ତୁ ଏହି ଭିଡିଓ…

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.