ଭଦ୍ରକ : ଏସଆରସି କାର୍ଯ୍ୟାଳୟ ଘେରିଲେ ଶତାଧିକ ଚାଷୀ

ଭଦ୍ରକ (କେ ନ୍ୟୁଜ୍‌) : ଭଦ୍ରକ ଏସଆରସିଙ୍କ କାର୍ଯ୍ୟାଳୟ ଘେରିଲେ ଶତାଧିକ ଚାଷୀ । ଚଳିତ ବର୍ଷ ୧୦ ତାରିଖରୁ ମଣ୍ଡି ଖୋଲା ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସମବାୟ ସମିତି ଖୋଲିନଥିବା ଅଭିଯୋଗରେ ଏସଆରସିଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି । ଭଦ୍ରକ ବ୍ଳକ୍‌ର ସବୁଠାରୁ ବଡ ସମବାୟ ସମିତି ହେଉଛି ଏରେଇଁ ସମବାୟ ସିମିତ । ଏହା ଉପରେ ପ୍ରାୟ ୧୬ଟି ଓ୍ଵାର୍ଡ ଓ ୩ଟି ପଞ୍ଚାୟତ ସମିତି ନିର୍ଭର କରନ୍ତି । ଏତେ ସଂଖ୍ୟକ ଚାଷୀ ଏହା ଉପରେ ନିର୍ଭର କରୁଥିଲେ ମଧ୍ୟ ମଣ୍ଡିରେ ଧାନ ବିକ୍ରି ନହେବା ଚାଷୀଙ୍କୁ ହତାଶ କରିଛି । ଏନେଇ ଏସଆରସି ଅଧ୍ୟକ୍ଷଙ୍କୁଏକ ଦାବିପତ୍ର ପ୍ରଦାନ କରାଯାଇଛି । ତୁରନ୍ତ ଧାନ କିଣା ନହେଲେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଆପଣେଇବାକୁ ଚେତାବନୀ ଦିଆଯାଇଛି ।

Leave A Reply

Your email address will not be published.