ବାଲେଶ୍ୱର : ଲୁଟେରାଙ୍କୁ ସିଂଘମ୍‌ ଷ୍ଟାଇଲ୍‌ରେ ଗୋଡ଼ାଇ ଗୋଡ଼ାଇ ଧରିଲା ପୋଲିସ୍‌

ବାଲେଶ୍ୱର (କେ ନ୍ୟୁଜ୍‌) : ଲୁଟେରାଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିଲା ପୋଲିସ୍‌ । ବାଲେଶ୍ୱର ସହରର ପୋଲିସ ଲାଇନ ଛକରୁ ବାଇକରେ ଆସି ଦୁଇଜଣ ଦୁର୍ବୃତ୍ତ ଯୁବତୀଙ୍କ ଠାରୁ ଭ୍ୟାନିଟି ବ୍ୟାଗ୍‌ ଛଡାଇ ନେଉଥିବାକ ବେଳେ ସେମାନଙ୍କୁ ଗୋଡାଇ ଗୋଡାଇ ଧରିଲା ଟ୍ରାଫିକ ପୋଲିସ୍‌ । ଦୁଇ ଲୁଟେରା ହେଲେ ରସଲପୁର ଓ ସର୍ଥା ଅଞ୍ଚଳର ଦୀପକ ବେହେରା ଓ ପ୍ରଭାକର ମଣ୍ଡଳ ।

BLS POLICE-2

ଯୁବତୀ ଜଣକ ପୋଲିସ୍‌ ଲାଇନ୍‌ ଛକ ଉପରେ ଠିଆ ହୋଇଥିବା ବେଳେ ଏମାନେ ଏକ ପଲସର୍‌ ଗାଡ଼ିରେ ଆସି ତାଙ୍କ ଠାରୁ ବ୍ୟାଗ୍‌ ଛଡ଼ାଇ ନେଇ କୁରୁଡ଼ ଆଡ଼କୁ ପଳାଇ ଯାଉଥିଲେ । ତେବେ ନିକଟରେ ଥିବା ଟ୍ରଫିକ ଥାନା ଅଧିକାରୀ ପ୍ରଶାନ୍ତ ରଣସିଂହ ତୁରନ୍ତ ବାଇକ ଯୋଗେ ସେମାନଙ୍କ ପିଛା କରିଥିଲେ । ଆଗରେ ଥିବା ରେଳ ଫାଟକ ପଡ଼ିଯିବାରୁ ଦୁଇ ଲୁଟେରା ଆଗକୁ ଯାଇ ପାରିନଥିଲେ । ପ୍ରଶାନ୍ତ ପୂରା ସିଂଘମ୍‌ ଷ୍ଟାଇଲରେ ସେମାନଙ୍କୁ କାବୁ କରି ନେଇଥିଲେ । ପରେ ସ୍ଥାନୀୟ ଲୋକେ ମଧ୍ୟ ଘେରି ଯାଇଥିଲେ । ସେମାନେ ସମସ୍ତେ ପୋଲିସ୍‌ର ପ୍ରଶଂସା କରିଥିଲେ । ପୋଲିସ୍‌ ଦୁଇ ଦୁର୍ବୃତ୍ତଙ୍କୁ ଧରି ଥାନାକୁ ନେଇଥିଲା ।

BLS POLICE-3

Leave A Reply

Your email address will not be published.