ପିପିଲିରେ ଏନ୍କାଉଣ୍ଟର : ପୋଲିସ୍ ଗୁଳିରେ ଦୁର୍ଦ୍ଦାନ୍ତ ଜଗା ଆହତ

ପିପିଲି (କେ ନ୍ୟୁଜ୍) : ପୁରୀ ଜିଲ୍ଲା ପିପିଲିରେ ଏନ୍କାଉଣ୍ଟର । ଜଟଣୀ ରାସ୍ତାର ବରିମୁଳ ଛକରେ ହୋଇଥିବା ଏହି ଏନ୍କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଜଗା ଓରଫ୍ ଜିତେନ୍ଦ୍ର ସାହୁ ଆହତ ହୋଇଛି । ପୁରୀର ପାରା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଥିଲା ଜଗା । ତା ନାଁରେ ପୁରୀ କୁମ୍ଭାରପଡ଼ା ଥାନାରେ ମାମଲା ରହିଥିଲା । ଆଜି ଭୋର୍ ୫ଟାରେ ଜଗା ଏହି ରାସ୍ତା ଦେଇ ଯାଉଥିବା ବେଳେ ପୋଲିସ ସହ ମୁହାଁମୁହିଁ ହୋଇଥିଲା । ତାକୁ ଧରିବା ପାଇଁ ପୋଲିସ୍ ଉଦ୍ୟମ କରୁଥିବା ବେଳେ ଦୁଇ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ପୋଲିସ୍ ଗୁଳିରେ ଆହତ ହେବା ପରେ ଶେଷରେ ଜଗାକୁ କାବୁ କରାଯାଇଥିଲା । ତା ଗୋଡ଼ରେ ଗୁଳି ବାଜିଛି । ଆହତ ଜଗାକୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।