ରାଜ୍ୟ

୧୦ ଚକିଆ ଟ୍ରକ ଚୋରୀ ଘଟଣାରେ ସମ୍ପୃକ୍ତ ୮ ଅଭିଯୁକ୍ତ ଗିରଫ, ବାଇକ କାର ଓ ଲକ୍ଷାଧିକ ଟଙ୍କା ଜବତ

ଯାଜପୁର (କେନ୍ୟୁଜ): ଯାଜପୁର ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରୁ ଟ୍ରକ ଚୋରୀ ଘଟଣାରେ ସମ୍ପୃକ୍ତ ୮ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବା ସହ ଚୋରୀ ହୋଇଥିବା ଏକ ୧୦ ଚକିଆ ଟ୍ରକ, କଟାଯାଇଥିବା ବିଭିନ୍ନ ଟ୍ରକର ଯନ୍ତ୍ରାସ, ଚୋରିରେ ବ୍ୟବହୃତ ଗୋଟିଏ କାର, ଗୋଟିଏ ବାଇକ, ୨ଲକ୍ଷ ୩ ହଜାର ଟଙ୍କା ଓ ୭ ଗୋଟି ମୋବାଲ ଫୋନ ଜବତ କରିଛି ।

ସୂଚନା ଅନୁଯାୟୀ ଯାଜପୁର ଜିଲ୍ଲା ଧର୍ମଶାଳା, ଜେନାପୁର,କୁଆଖିଆ ଓ ଯାଜପୁର ଥାନା ଅଂଚଳରୁ ବିଭିନ୍ନ ସମୟରେ ଟ୍ରକ ଚୋରୀ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା ବେଳେ ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା । ତେବେ ଯାଜପୁର ଏସପିଙ୍କ ନିର୍ଦ୍ଦେଶକ୍ରମେ ଜେନାପୁର ଥାନା ଅଧିକାରୀ ଉମାକାନ୍ତ ନାୟକଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଥିଲା ।

ଏହି ଟ୍ରକ ଚୋରି ଘଟଣାରେ ସମ୍ପୃକ୍ତ ଧର୍ମଶାଳା ଥାନା ଅଂଚଳର ସତ୍ୟପ୍ରକାଶ ଡୋରା, ସତ୍ୟରଞ୍ଜନ ଡୋରା,ଦୀପକ ଦେଉରୀ ଓ ଶ୍ରୀନିବାସ ଡୋରାଙ୍କୁ ପୋଲିସ ଗିରଫ କରିଥିଲା । ଏମାନେ ବିଭିନ୍ନ ଅଂଚଳରୁ ଟ୍ରକ ଚୋରି କରି ପୁରୀ ଜିଲ୍ଲା ଗୋପ, ଅସ୍ତରଙ୍ଗ ଓ ବନମାଳିପୁର ଅଂଚଳରେ କାବାଡିଆକୁ ବିକ୍ରି କରୁଥିଲେ । କାବାଡିଆ ଟ୍ରକ ଗୁଡିକୁ କାଟି ତାର ଯନ୍ତ୍ରାସ ଗୁଡିକୁ ବିକ୍ରି କରୁଥିଲା । ଏହି ଘଟଣାରେ ପୋଲିସ ଚୋରାରେ ଟ୍ରକ କିଣୁଥିବା ପୁରୀ ଅସ୍ତରଙ୍ଗ ଅଂଚଳର ସୁର୍ଯ୍ୟକାନ୍ତ ଡୋରା, ଗୋପ ଅଂଚଳର ରିୟାଜୁଲ ହକ, ବନମାଳିପୁର ଅଂଚଳର ସୁନିଲ ମାଣିକ ଓ ଏହି ଚୋରା ବ୍ୟବସାୟରେ ଦଲାଲି କରିଥିବା ପୁରି ନିମାପଡା ଅଂଚଳର ମନୋରଞ୍ଜନ ବେହେରା ମୋଟ ଆଠ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ନେଇ ଆଜି କୁଆଖିଆ ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଯାଜପୁରରୋଡ ଏସଡିପିଓ ସଞ୍ଜୟ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି ।

KNews Bureau

Recent Posts

ମଣିପୁର ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଟିମ୍‌ ଉପରକୁ ଉଗ୍ରବାଦୀଙ୍କ ଗୁଳିମାଡ଼, ୨ ଯବାନ ଆହତ

ମଣିପୁର ମୁଖ୍ୟମନ୍ତ୍ରୀ ଏନ୍‌. ବିରେନ ସିଂଙ୍କ ସୁରକ୍ଷା ଟିମ୍‌ ଉପରକୁ ଗୁଳିମାଡ଼ । ସନ୍ଦିଗ୍ଧ ଉଗ୍ରବାଦୀମାନେ ଏହି ଗୁଳିମାଡ଼ କରିଥିବା…

9 mins ago

କଟକ ସାଂସଦ ଭର୍ତ୍ତୃହରି ମହତାବ ହୋଇପାରନ୍ତି ଲୋକସଭା ସ୍ପିକର

କଟକ ସାଂସଦ ଭର୍ତ୍ତୃହରି ମହତାବ ହୋଇପାରନ୍ତି ଲୋକସଭା ସ୍ପିକର । ଜଣେ ଅଭିଜ୍ଞ, ବରିଷ୍ଠ ସାଂସଦ ହେଉଛନ୍ତି କଟକ ସାଂସଦ…

17 mins ago

ତୀର୍ଥଯାତ୍ରୀ ବସ୍‌ ଉପରେ ଆତଙ୍କୀ ଆକ୍ରମଣ : ଶୋକ ପ୍ରକାଶ କଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ; ସ୍ଥିତି ଉପରେ ଲଗାତାର ନଜର

ଜମ୍ମୁ କଶ୍ମୀର ରିଆସି ଜିଲ୍ଲାରେ ତୀର୍ଥଯାତ୍ରୀ ବସ୍‌ ଉପରକୁ ଆତଙ୍କବାଦୀ ଆକ୍ରମଣ କରିବା ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା…

23 mins ago

ଶୀତଳ ଷଷ୍ଠୀ ପାଇଁ ଉତ୍ସବ ମୁଖର ସମ୍ବଲପୁର ସହର, ବରଯାତ୍ରୀ ମାତା ପାର୍ବତୀଙ୍କ ପିତ୍ରାଳୟ ଅଭିମୁଖେ ଗମନ କରିବେ

ଶୀତଳ ଷଷ୍ଠୀ ପାଇଁ ଉତ୍ସବ ମୁଖର ସମ୍ବଲପୁର ସହର  l ଆଜି ମଧ୍ୟ ରାତ୍ରରେ ଦେବ ଦେବ ମହାଦେବଙ୍କ ବରଯାତ୍ରୀ…

43 mins ago

ପ୍ରଧାନମନ୍ତ୍ରୀ ହେବା ପରେ ମୋଦିଙ୍କ ପ୍ରଥମ ନିଷ୍ପତ୍ତି, ଚାଷୀଙ୍କ ପାଇଁ ଜାରି କଲେ ୨୦,୦୦୦ କୋଟି ଟଙ୍କା

ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପରେ ପିଏମ୍‌ ନରେନ୍ଦ୍ର ମୋଦି ନିଜର ପ୍ରଥମ ନିଷ୍ପତ୍ତି…

58 mins ago

ଟି୨୦ ବିଶ୍ୱକପ ୨୦୨୪ : ପାକିସ୍ତାନ ହାରିବା ପରେ ମଇଦାନରେ କାନ୍ଦି ପକାଇଲେ ନସିମ, ରୋହିତ ଦେଲେ ସାନ୍ତ୍ୱନା

ଟି୨୦ ବିଶ୍ୱକପରେ ବିରାଟ କୋହଲଙ୍କୁ ନିଜ ପ୍ରଥମ ଓଭରରେ ଆଉଟ କରିବା ଦୁନିଆର ସମସ୍ତ ବୋଲରଙ୍କ ପାଇଁ ସ୍ୱପ୍ନ ।…

1 hour ago