୧୦ ଚକିଆ ଟ୍ରକ ଚୋରୀ ଘଟଣାରେ ସମ୍ପୃକ୍ତ ୮ ଅଭିଯୁକ୍ତ ଗିରଫ, ବାଇକ କାର ଓ ଲକ୍ଷାଧିକ ଟଙ୍କା ଜବତ

ଯାଜପୁର (କେନ୍ୟୁଜ): ଯାଜପୁର ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରୁ ଟ୍ରକ ଚୋରୀ ଘଟଣାରେ ସମ୍ପୃକ୍ତ ୮ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବା ସହ ଚୋରୀ ହୋଇଥିବା ଏକ ୧୦ ଚକିଆ ଟ୍ରକ, କଟାଯାଇଥିବା ବିଭିନ୍ନ ଟ୍ରକର ଯନ୍ତ୍ରାସ, ଚୋରିରେ ବ୍ୟବହୃତ ଗୋଟିଏ କାର, ଗୋଟିଏ ବାଇକ, ୨ଲକ୍ଷ ୩ ହଜାର ଟଙ୍କା ଓ ୭ ଗୋଟି ମୋବାଲ ଫୋନ ଜବତ କରିଛି ।

ସୂଚନା ଅନୁଯାୟୀ ଯାଜପୁର ଜିଲ୍ଲା ଧର୍ମଶାଳା, ଜେନାପୁର,କୁଆଖିଆ ଓ ଯାଜପୁର ଥାନା ଅଂଚଳରୁ ବିଭିନ୍ନ ସମୟରେ ଟ୍ରକ ଚୋରୀ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା ବେଳେ ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା । ତେବେ ଯାଜପୁର ଏସପିଙ୍କ ନିର୍ଦ୍ଦେଶକ୍ରମେ ଜେନାପୁର ଥାନା ଅଧିକାରୀ ଉମାକାନ୍ତ ନାୟକଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଥିଲା ।

truck seized 2

ଏହି ଟ୍ରକ ଚୋରି ଘଟଣାରେ ସମ୍ପୃକ୍ତ ଧର୍ମଶାଳା ଥାନା ଅଂଚଳର ସତ୍ୟପ୍ରକାଶ ଡୋରା, ସତ୍ୟରଞ୍ଜନ ଡୋରା,ଦୀପକ ଦେଉରୀ ଓ ଶ୍ରୀନିବାସ ଡୋରାଙ୍କୁ ପୋଲିସ ଗିରଫ କରିଥିଲା । ଏମାନେ ବିଭିନ୍ନ ଅଂଚଳରୁ ଟ୍ରକ ଚୋରି କରି ପୁରୀ ଜିଲ୍ଲା ଗୋପ, ଅସ୍ତରଙ୍ଗ ଓ ବନମାଳିପୁର ଅଂଚଳରେ କାବାଡିଆକୁ ବିକ୍ରି କରୁଥିଲେ । କାବାଡିଆ ଟ୍ରକ ଗୁଡିକୁ କାଟି ତାର ଯନ୍ତ୍ରାସ ଗୁଡିକୁ ବିକ୍ରି କରୁଥିଲା । ଏହି ଘଟଣାରେ ପୋଲିସ ଚୋରାରେ ଟ୍ରକ କିଣୁଥିବା ପୁରୀ ଅସ୍ତରଙ୍ଗ ଅଂଚଳର ସୁର୍ଯ୍ୟକାନ୍ତ ଡୋରା, ଗୋପ ଅଂଚଳର ରିୟାଜୁଲ ହକ, ବନମାଳିପୁର ଅଂଚଳର ସୁନିଲ ମାଣିକ ଓ ଏହି ଚୋରା ବ୍ୟବସାୟରେ ଦଲାଲି କରିଥିବା ପୁରି ନିମାପଡା ଅଂଚଳର ମନୋରଞ୍ଜନ ବେହେରା ମୋଟ ଆଠ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ନେଇ ଆଜି କୁଆଖିଆ ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଯାଜପୁରରୋଡ ଏସଡିପିଓ ସଞ୍ଜୟ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି ।