ରାଜ୍ୟ

ପ୍ରଦ୍ୟୁମ୍ନ ବଳଙ୍କ ୮୮ ତମ ଜୟନ୍ତୀ : ପ୍ରଦ୍ୟୁମ୍ନ ବଳ ଥିଲେ ସାଲିସ୍‌ ବିହୀନ ରାଜନୀତିର ପ୍ରତିକ- ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(କେନ୍ୟୁଜ୍‌) : ପ୍ରଦ୍ୟୁମନ୍ନ ବଳ ଛାତ୍ର ଜୀବନରେ ରାଜନୀତି ଆରମ୍ଭ କରି ସମାଜ ସେବା ଓ ସାମ୍ବାଦିକତାରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ମୂଲ୍ୟବୋଧକୁ ଜୀବନର ପ୍ରତିଟି କଷଟି ପଥରରେ ପାଳନ କରିବା ତାଙ୍କର ଆଦର୍ଶ ଥିଲା ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନନାୟକ ପ୍ରଦ୍ୟୁମ୍ନ ବଳଙ୍କ ୮୮ ତମ ଜୟନ୍ତୀ ଅବସରରେ ଏହା କହିଛନ୍ତି । ଆଜି ଭର୍ଚ୍ଚୁଆଲ୍‌ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ସ୍ୱର୍ଗତଃ ବଳଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ତାଙ୍କୁ ସାଲିସ୍‌ ବିହୀନ ରାଜନୀତିର ପ୍ରତିକ ବୋଲି ଅଭିହିତ କରିଥିଲେ ।

ରବିବାର ପ୍ରଗତିବାଦୀ ପରିସରରେ ଅନୁଷ୍ଠିତ ସ୍ୱର୍ଗତ ବଳଙ୍କ ଜୟନ୍ତୀରେ ସଭାପତିତ୍ୱ କରି କନ୍ଧମାଳ ସାଂସଦ ତଥା ପ୍ରଦ୍ୟୁମ୍ନ ବଳ ମେମୋରିଆଲ୍‌ ଟ୍ରଷ୍ଟର ଟ୍ରଷ୍ଟି ଡକ୍ଟର ଅଚ୍ୟୁତ ସାମନ୍ତ ପ୍ରଦ୍ୟୁମ୍ନ ବଳଙ୍କ ସହ ଜୀବନର ଅନେକ ଅନୁଭୂତି ବାଣ୍ଟିଥିଲେ । ସମାଜରେ ଥିବା ଗରିବଙ୍କୁ ଉପରକୁ ଉଠାଇବା ତାଙ୍କର ଚିନ୍ତାଧାରା ଥିଲା । ଯାହାକୁ କିଟ୍‌ ଓ କିସ୍‌ ସମଗ୍ର ପୃଥିବୀରେ ପହଞ୍ଚାଇଛି । ସାଲିସ ବିହୀନ ରାଜନୀତି କରିବା ବେଳେ ସେ ପର ଓ ନିଜର ଭିତରେ ଫରକ ଦେଖୁନଥିଲେ । ଯାହା ନ୍ୟାୟ ସଂଗତ ଥିଲା ତାହା ଥିଲା ପ୍ରଦ୍ୟୁମ୍ନ ବଳଙ୍କ ଚିନ୍ତାଧାରା । ଆଜୀବନ ସେହି କଠୋରତାକୁ ପାଳନ କରି କେବେ ସ୍ୱାର୍ଥ ପାଇଁ ମୁଣ୍ଡ ନୁଆଁଇ ନଥିଲେ ବୋଲି ଡ. ସାମନ୍ତ ତାଙ୍କ ବକ୍ତବ୍ୟରେ କହିଥିଲେ ।

ବିଶେଷ ଅତିଥି ଭାବେ କେନ୍ଦ୍ର ପେଟ୍ରୋଲିୟମ୍‌ ଓ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭର୍ଚ୍ଚୁଆଲରେ ଯୋଗଦେଇ ସ୍ୱର୍ଗତ ବଳଙ୍କୁ ଯୁବକର ସ୍ୱାଭିମାନ, ଗରିବ,ଅସହାୟ ଓ ନିଷ୍ପେସିତ ଲୋକଙ୍କ ସ୍ୱର ବୋଲି ଅଭିହିତ କରିଥିଲେ । ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ସମ୍ମାନୀତ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ ଛାତ୍ର ଓ ଯୁବ ରାଜନୀତି ପ୍ରଦ୍ୟୁମ୍ନ ବଳଙ୍କ ବିନା ଚିନ୍ତା କରାଯାଇ ପାରେନା । ସେ ହେଉଛନ୍ତି ସାଲିସ ବିହୀନ ନିଚ୍ଛକ ସାମାଜ ସଂସ୍କାରକ ବୋଲି ଶ୍ରୀ ଜେନା କହିଥିଲେ । ମୁଖ୍ୟବକ୍ତା ଭାବେ ସାଂସଦ ଭର୍ତ୍ତୁହରି ମହତାବ ଯୋଗଦେଇ ପ୍ରଗତିବାଦୀ ଓ ପ୍ରଦ୍ୟୁମ୍ନ ବଳଙ୍କ ନିରପେକ୍ଷତା ଉପରେ ବକ୍ତବ୍ୟ ରଖିଥିଲେ ।

ପ୍ରଗତିବାଦୀର ନିର୍ଦ୍ଦେଶିକା ଡ. ମୋନାଲିସା ବଳ ସ୍ୱାଗତ ଅଭିଭାଷଣରେ ସ୍ୱର୍ଗତ ବଳଙ୍କ ନିର୍ଭୀକତା ସମ୍ପର୍କରେ ଆଲୋକପାତ କରିଥିଲେ । ପ୍ରଗତିବାଦୀର ଅଧ୍ୟକ୍ଷ ଶାଶ୍ୱତୀ ବଳ ଉପସ୍ଥିତ ଥିବାବେଳେ କାର୍ଯ୍ୟନିର୍ବାହୀ ସମ୍ପାଦକ ବିରୂପାକ୍ଷ ତ୍ରିପାଠି ଧନ୍ୟବାଦ ଦେଇଥିଲେ । ଏହି ଅବସରରେ ସମାଜସେବୀ କ୍ରିଷ୍ଣା ରାଣୀ ବୋଷଙ୍କୁ ପ୍ରଦ୍ୟୁମ୍ନ ବଳ ସମ୍ମାନ ପ୍ରଦାନ କରାଯିବା ସହ ୧୦ କୋଭିଡ୍‌ ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ପରବର୍ତ୍ତୀ ଅଧିବେସନରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ମନ୍ତ୍ରୀ ଅରୁଣ ସାହୁ, ମନ୍ତ୍ରୀ ସମୀର ରଞ୍ଜନ ଦାଶ, ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ, ବିଷ୍ଣୁ ସେଠୀ, ପ୍ରସାଦ ହରିଚନ୍ଦନ ପ୍ରମୁଖ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓଁକାର ମହାନ୍ତି, ଜଷ୍ଟିସ ଚୈାଧୁରୀ ପ୍ରତାପ କେଶରୀ ମିଶ୍ର, କ୍ରୀଷ୍ଣା ମହାନ୍ତି,ଜଗଦାନନ୍ଦ ଓ ବରେଣ୍ୟ ଅତିଥି ଶାଶ୍ୱତୀ ବଳ ଯୋଗଦେଇଥିବା ବେଳେ ସଂଯୋଜକ ରହିଥିଲେ ସନ୍ଦୀପ ମିଶ୍ର ।

Niharanjan

Recent Posts

ଜଲଦି ଚେକ୍ କରନ୍ତୁ ଆଜିର ପେଟ୍ରୋଲ-ଡିଜେଲ ଦର; ଅନେକ ସ୍ଥାନରେ କମିଲା ମୂଲ୍ୟ

ପେଟ୍ରୋଲ ହେଉଛି ଏକ ଦୈନଦିନ ଖର୍ଚ୍ଚ । ଯେଉଁଠି ପାଇଁ ଆମେ ସବୁବେଳେ ଦର ଉପରେ ନଜର ରଖିଥାଉ ।…

3 mins ago

୧୭ରୁ ପ୍ରବଳ ବର୍ଷା ସମ୍ଭାବନା, ୬ ଜିଲ୍ଲାରେ ବର୍ଷିବ

ଭୁବନେଶ୍ୱର (କେନ୍ୟୁଜ): ଗ୍ରୀଷ୍ମ ପ୍ରବାହରୁ ମିଳିବ ଆଶ୍ୱସ୍ତି ।  ରାଜ୍ୟରେ ୫ ଦିନ ହେବ କାଳବୈଶାଖୀ ।  ଆଗାମୀ ୫…

8 mins ago

ଗଛରେ ପିଟି ହେଲା ବସ୍ , ୩୦ରୁ ଊର୍ଦ୍ଧ୍ବ ଯାତ୍ରୀ ଆହତ

ଭଂଜନଗର (କେନ୍ୟୁଜ): ରାସ୍ତାକଡ଼ ଗଛରେ ପିଟି ହେଲା ଯାତ୍ରୀବାହୀ ସରକାରୀ ବସ୍ । ପ୍ରାୟ ୩୦ ରୁ ଊର୍ଦ୍ଧ୍ବ ଯାତ୍ରୀ…

25 mins ago

ରଜରେ ସୁନା କିଣିବାକୁ ଚାହୁଁଥିଲେ ସୁବର୍ଣ୍ଣ ସୁଯୋଗ, ଆଜି କମିଛି ଗହଣା ଦର

ସୁନା କିଣିବାକୁ ଚାହୁଁଥିଲେ ପ୍ରଥମେ ଜାଣନ୍ତୁ ଦାମ । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ଦର ୧୦…

41 mins ago

ରଙ୍ଗ ସାଇଟରେ ଆସି ଟ୍ରକକୁ ଧକ୍କା ଦେଲା ବାଇକ, ଜଣେ ମୃତ ୨ ଗୁରୁତର

ଭଦ୍ରକ (କେନ୍ୟୁଜ); ରଜରେ ଅଘଟଣ । ଭଦ୍ରକ ଜିଲ୍ଲା ୧୬ ନଂ ଜାତୀୟ ରାଜପଥ ତ୍ରିଶଳପୁର ଛକ ନିକଟରେ ଘଟିଛି…

50 mins ago

ଛତିଶା ନିଯୋଗ ବୈଠକରେ ନୀତି ନିର୍ଘଣ୍ଟକୁ ଅନୁମୋଦନ, ସ୍ନାନ ପୂର୍ଣ୍ଣିମା ଦିନ ଭୋର ୪ଟାରୁ ୬ଟା ମଧ୍ୟରେ ପହଣ୍ଡି

ପୁରୀ (କେନ୍ୟୁଜ): ଜୁନ୍ ୧୭ ରେ ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ନୀତି ନିର୍ଘଣ୍ଟକୁ ଅନୁମୋଦନ କରିଛି…

1 hour ago