ରାଜ୍ୟ

ଘାସ ବିକି ଓ ସାଇକେଲ ସଜାଡି ଛଅ ପ୍ରାଣୀ କୁଟୁମ୍ବ ପୋଷୁଛି ମାତ୍ର ୧୨ ବର୍ଷର ବାଳକ, ଇଏ ଭାଗ୍ଯର ବିଡମ୍ବନା ନୁହେଁ ତ ଆଉ କଣ?

ଢେଙ୍କାନାଳ : ଢେଙ୍କାନାଳ ସହରଠାରୁ ୮ କିଲୋମିଟର ଦୂରରେ ଥିବା ପାଇକ ଦହିକୋର ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ମାତ୍ର ୧୨ ବର୍ଷର ବାଳକ ଆଶିଷ ବେହେରା ଘାସ କାଟି ଓ ସାଇକେଲ ସଜାଡି ଛଅ ପ୍ରାଣୀ କୁଟୁମ୍ବ ପୋଷିବା ପାଇଁ ବାଧ୍ୟ ହୋଇଛି। ଆଶିଷର ବାପା ସଂଜୟ ବେହେରା ହୃଦରୋଗରେ ପିଡୀତ ହୋଇ ଶଯ୍ୟାଶାୟୀ।

ପଇସା ଯୋଗାଡ଼ ହୋଇ ନ ପାରିବାରୁ ଚିକିତ୍ସା ଅଧାରୁ ପରିବାର ଲୋକେ ସଂଜୟଙ୍କୁ ଘରକୁ ଆଣିଛନ୍ତି। ତେବେ ଘରର ଏକମାତ୍ର ରୋଜଗାରକ୍ଷମ ସଂଜୟ ଶଯ୍ୟାଶାୟୀ ହେବା ପରେ ମାଆ କବିତାଙ୍କ ଦୁଃଖ ଦେଖି ୧୨ ବର୍ଷର ଆଶିଷ ରୋଜଗାର କରିବା ପାଇଁ ଅଣ୍ଟା ଭିଡିଛି। ସାଇକେଲ ସଜାଡି ଓ ଘାସ କାଟି ଯେଉଁ ଦୁଇ ପଇସା ହେଉଛି ସେଥିରେ ପରିବାର ଚଳୁଛି।

ପରିବାର ପେଟକୁ ମୁଠାଏ ଦାନା ଯୋଗାଡ କରିବାକୁ ଆଶିଷ ଖେଳିବା ବୟସରେ ରୋଜଗାର ପାଇଁ ମନ ବଳାଇଛି। ଦିନକୁ ୪୦ ରୁ ୫୦ ଟଙ୍କା ରୋଜଗାର କରିବା ପାଇଁ ସେ ସକ୍ଷମ। ତେବେ ପେଟକୁ ଦାନା ନ ଥିବାରୁ ଶଯ୍ୟାଶାୟୀ ବାପାଙ୍କ ଚିକିତ୍ସା ଖର୍ଚ୍ଚ ଯୋଗାଡ କରିବା ଅସମ୍ଭବ ହୋଇ ପଡ଼ିଛି। ତେଣୁ ସରକାର ସେମାନଙ୍କୁ କିଛି ସହାୟତା ଯୋଗାଇ ଦେଲେ ତା’ର ବାପାଙ୍କ ଚିକିତ୍ସା ସମ୍ଭବ ହୋଇ ପାରନ୍ତା।

ଜିଲ୍ଲା ସଦରମହକୁମା ଠାରୁ ମାତ୍ର ଆଠ କିଲୋମିଟର ଦୂର ୫୫ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ଏହି ପରିବାର ପ୍ରଶାସନ ଓ ସରକାରଙ୍କ ନଜରକୁ ନ ଆସିବା ଦୁଃଭାଗ୍ୟର ବିଷୟ। ପରିବାର ବୋଝରେ ଶୈଶବ ନଷ୍ଟ ହେବା ପୂର୍ବରୁ ପ୍ରଶାସନିକ ଅଧିକାରୀ ମାନେ ଆଶିଷକୁ ସହାୟତାର ହାତ ବଢେ଼ଇବା ନିହାତୀ ଆବଶ୍ଯକ।

Sonalisa

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକଙ୍କ ପାଇଁ ଦିନଟି ଅତ୍ୟନ୍ତ ଖୁସିରେ କଟିବ, ସାଙ୍ଗଙ୍କ ସହ ଭେଟ ହୋଇପରେ

ମେଷ : ଆପଣ ଆଜି କିଛି ଭଲ ଖବର ପାଇପାରନ୍ତି । ସାଙ୍ଗଙ୍କ ସହ ବହୁତ ଖୁସି ରହିବେ ।…

21 mins ago

ପରିବାର ଉପରେ ସଂଘବଦ୍ଧ ଆକ୍ରମଣ ଅଭିଯୋଗ, ୩ ଗୁରୁତର

 ଆଳି : କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଭୁଇଁପୁର ଛକରେ ଜଣେ ଠିକାଦାରଙ୍କ ଭାଇ ସମେତ ତାଙ୍କର ପରିବାର…

2 hours ago

କାମଚଳା ବାଚସ୍ପତି ହେଲେ ବିଜେଡିର ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ

ଭୁବନେଶ୍ୱର : କାମଚଳା ବାଚସ୍ପତି ହେଲେ ବିଜେଡି ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ରାଜଭବନରେ ଶପଥ ପାଠ…

3 hours ago

ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ସରକାରୀ କାର୍ଯ୍ୟକ୍ରମ, ରାଜ୍ୟ ସଂଗ୍ରହାଳୟରେ ଆୟୋଜିତ ରଜ ମହୋତ୍ସବରେ ସାମିଲ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ହେବା ପରେ ମୋହନ ମାଝୀଙ୍କ ପ୍ରଥମ ସରକାରୀ କାର୍ଯ୍ୟକ୍ରମ । ରାଜ୍ୟ ସଂଗ୍ରହାଳୟରେ ଆୟୋଜିତ ରଜ…

5 hours ago

ପୂର୍ବ ଶତ୍ରୁତାରୁ ଆକ୍ରମଣ ଘଟଣା, ଥାନା ଅଧିକାରୀଙ୍କ ବିରୋଧରେ ଏସ୍‌ପିଙ୍କ ନିକଟରେ ଫେରାଦ ହେଲା ନାବାଳକ ପୁଅ

ନୟାଗଡ଼ (କେନ୍ୟୁଜ୍‌) : ଜମି ବାଡ଼ି ବିବାଦ କୁ ନେଇ ମାଡ଼ପିଟ l ଗୋଟିଏ ପରିବାରର ୪ ଜଣ ଗୁରୁତର…

5 hours ago

ଜବତ ବୋମାକୁ ନିଷ୍କ୍ରିୟ କରିବାକୁ କିଏ ନିର୍ଦ୍ଦେଶ ଦେଇଥିଲେ ?

କଟକ: ଜବତ ବୋମା ନିଷ୍କ୍ରିୟ କଲା ବେଳେ ଫୁଟିଲା ବୋମା । ବୋମା ଫୁଟିବା ଶଦ୍ଦ ଏତେ ଜୋରରେ ଥିଲା…

5 hours ago