ଘାସ ବିକି ଓ ସାଇକେଲ ସଜାଡି ଛଅ ପ୍ରାଣୀ କୁଟୁମ୍ବ ପୋଷୁଛି ମାତ୍ର ୧୨ ବର୍ଷର ବାଳକ, ଇଏ ଭାଗ୍ଯର ବିଡମ୍ବନା ନୁହେଁ ତ ଆଉ କଣ?

ଢେଙ୍କାନାଳ : ଢେଙ୍କାନାଳ ସହରଠାରୁ ୮ କିଲୋମିଟର ଦୂରରେ ଥିବା ପାଇକ ଦହିକୋର ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ମାତ୍ର ୧୨ ବର୍ଷର ବାଳକ ଆଶିଷ ବେହେରା ଘାସ କାଟି ଓ ସାଇକେଲ ସଜାଡି ଛଅ ପ୍ରାଣୀ କୁଟୁମ୍ବ ପୋଷିବା ପାଇଁ ବାଧ୍ୟ ହୋଇଛି। ଆଶିଷର ବାପା ସଂଜୟ ବେହେରା ହୃଦରୋଗରେ ପିଡୀତ ହୋଇ ଶଯ୍ୟାଶାୟୀ।

child ପଇସା ଯୋଗାଡ଼ ହୋଇ ନ ପାରିବାରୁ ଚିକିତ୍ସା ଅଧାରୁ ପରିବାର ଲୋକେ ସଂଜୟଙ୍କୁ ଘରକୁ ଆଣିଛନ୍ତି। ତେବେ ଘରର ଏକମାତ୍ର ରୋଜଗାରକ୍ଷମ ସଂଜୟ ଶଯ୍ୟାଶାୟୀ ହେବା ପରେ ମାଆ କବିତାଙ୍କ ଦୁଃଖ ଦେଖି ୧୨ ବର୍ଷର ଆଶିଷ ରୋଜଗାର କରିବା ପାଇଁ ଅଣ୍ଟା ଭିଡିଛି। ସାଇକେଲ ସଜାଡି ଓ ଘାସ କାଟି ଯେଉଁ ଦୁଇ ପଇସା ହେଉଛି ସେଥିରେ ପରିବାର ଚଳୁଛି।

ପରିବାର ପେଟକୁ ମୁଠାଏ ଦାନା ଯୋଗାଡ କରିବାକୁ ଆଶିଷ ଖେଳିବା ବୟସରେ ରୋଜଗାର ପାଇଁ ମନ ବଳାଇଛି। ଦିନକୁ ୪୦ ରୁ ୫୦ ଟଙ୍କା ରୋଜଗାର କରିବା ପାଇଁ ସେ ସକ୍ଷମ। ତେବେ ପେଟକୁ ଦାନା ନ ଥିବାରୁ ଶଯ୍ୟାଶାୟୀ ବାପାଙ୍କ ଚିକିତ୍ସା ଖର୍ଚ୍ଚ ଯୋଗାଡ କରିବା ଅସମ୍ଭବ ହୋଇ ପଡ଼ିଛି। ତେଣୁ ସରକାର ସେମାନଙ୍କୁ କିଛି ସହାୟତା ଯୋଗାଇ ଦେଲେ ତା’ର ବାପାଙ୍କ ଚିକିତ୍ସା ସମ୍ଭବ ହୋଇ ପାରନ୍ତା।

childଜିଲ୍ଲା ସଦରମହକୁମା ଠାରୁ ମାତ୍ର ଆଠ କିଲୋମିଟର ଦୂର ୫୫ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ଏହି ପରିବାର ପ୍ରଶାସନ ଓ ସରକାରଙ୍କ ନଜରକୁ ନ ଆସିବା ଦୁଃଭାଗ୍ୟର ବିଷୟ। ପରିବାର ବୋଝରେ ଶୈଶବ ନଷ୍ଟ ହେବା ପୂର୍ବରୁ ପ୍ରଶାସନିକ ଅଧିକାରୀ ମାନେ ଆଶିଷକୁ ସହାୟତାର ହାତ ବଢେ଼ଇବା ନିହାତୀ ଆବଶ୍ଯକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.