ଗାଉନ ପିନ୍ଧି ଘରେ ବ୍ୟାଟିଂ ପ୍ରାକ୍ଟିସ କଲେ ଏହି ଅଭିନେତ୍ରୀ: କହିଲେ ଆଇପିଏଲକୁ ଅପେକ୍ଷା, ଦେଖନ୍ତୁ ଭିଡିଓ

ଅଭିନେତ୍ରୀ ସୟାମୀ ଖେର ଆଇପିଏଲ ୨୦୨୦କୁ ବହୁତ ବ୍ୟାକୁଳତାର ସହିତ ଅପେକ୍ଷା କରିଛନ୍ତି। ଏହାକୁ ନେଇ ସୟାମୀ ଟ୍ଵିଟରରେ ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି। ଯେଉଁଥିରେ ସେ ବ୍ୟାକୁଳତାର ସହିତ ଆଇପିଏଲକୁ କିପରି ଅପେକ୍ଷା କରିଛନ୍ତି, ତାହା ଭିଡିଓରେ ପୋଷ୍ଟ କରି କହିଛନ୍ତି। ସେହି ଭିଡିଓରେ ‘‘ମୁଁ ପୂରା ସଜ୍ଜିତ ହୋଇଯାଇଛି ଏବଂ ଉତ୍କଣ୍ଠାପୂର୍ଣ୍ଣ କ୍ରିକେଟ୍‌ର ମଜା ନେବାକୁ ପ୍ରସ୍ତୁତ। ଆଉ ମାତ୍ର ୫ ଦିନ ବାକି। କ୍ରିକେଟ୍‌ ପାଇଁ ଅତି ଆବଶ୍ୟକତା ଦୃଷ୍ଟିରୁ ଲକ୍‌ଡାଉନ୍‌ ମୋତେ ଛାଡ଼ିଦେଇଛି’’ ବୋଲି କହିଛନ୍ତି ସାୟାମୀ।

ଏହି ଭିଡିଓରେ ସାୟାମୀ ଗାଉନ ପିନ୍ଧି ବ୍ୟାଟିଂ ପ୍ରାକ୍ଟିସ କରୁଥିବା ମଧ୍ୟ ନଜର ଆସିଛନ୍ତି। ଏହି ଭିଡିଓକୁ ଲୋକ ଅନେକ କମେଣ୍ଟ ମଧ୍ୟ ଦେଇଛନ୍ତି। ସୟାମୀଙ୍କ ବ୍ଲୁ ଗାଉନ ଦେଖି ସେ ମୁମ୍ବାଇ ଇଣ୍ଡିଆନ୍ସକୁ ସପୋର୍ଟ କରୁଛନ୍ତି ବୋଲି ଲୋକେ ଭାବୁଛନ୍ତି।
ସାୟାମୀ କ୍ରିକେଟ୍‌ର ଜଣେ ବଡ଼ ପ୍ରଶଂସକ। ପୂର୍ବରୁ ସେ ଅନେକବାର କ୍ରିକେଟ୍‌ ଖେଳୁଥିବାର ଭିଡିଓ ମଧ୍ୟ ପୋଷ୍ଟ୍‌ କରିଥିଲେ।

ଏବେ ୟୁଏଇ ଆଇପିଏଲ୍‌ ପୂର୍ବରୁ ସେ ମଧ୍ୟ ଜଣେ ପେସାଦାର ବ୍ୟାଟ୍‌ସମ୍ୟାନ୍‌ଙ୍କ ଫିଟ୍‌ନେସ୍‌ ଭଳି ଷ୍ଟ୍ରେଟ୍‌ ଡ୍ରାଇଭ୍‌ ମାରୁଥିବା ଏବଂ ପୁଲ୍‌ ଲେଙ୍ଗ୍‌ଥ ବଲ୍‌କୁ ଫ୍ଲିକ୍‌ କରୁଥିବା ସେହି ଭିଡିଓରେ ଦେଖିବାକୁ ମିଳିବ। କ୍ରିକେଟ୍‌ରେ ସଚିନ୍‌ ତେନ୍ଦୁଲକରଙ୍କ ନିଷ୍ଠାର ଜଣେ ଭକ୍ତ ସାୟାମୀ ରେଡିଫ୍‌ ଡଟ୍‌ କମ୍‌ ପାଇଁ ‘ସଚିନ୍‌ ଏ ବିଲିୟନ୍‌ ଡ୍ରିମ୍‌ସ’ର ସମୀକ୍ଷା କରିଥିଲେ।

ସୂଚନାଯୋଗ୍ୟ, ସୟାମୀ ଫିଲ୍ମ ଜଗତକୁ ଆସିବା ପୂର୍ବରୁ କ୍ରିକେଟ ଖେଳୁଥିଲେ। ସୟାମୀ ଷ୍ଟେଟ ଲେବଲରେ ମହାରାଷ୍ଟ୍ର ପକ୍ଷରୁ ମହିଳା କ୍ରିକେଟ ଖେଳିସାରିଛନ୍ତି। ସୟାମୀ ବଲିଉଡରେ ଫିଲ୍ମ ‘ମିର୍ଯ୍ୟା’ଜରିଆରେ ଡେବ୍ୟୁ କରିଥିଲେ। ଯାହା ବକ୍ସ ଅଫିସରରେ ଫ୍ଲପ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.