ରାଜ୍ୟ

ମାଲକାନଗିରିରେ ଭିକ୍ଷାବୃତ୍ତି କରୁଥିବା କିନ୍ନରମାନଙ୍କ ବିରୋଧରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଅନ୍ଯ କିନ୍ନର, ଜାଣନ୍ତୁ କାହିଁକି?

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ କିନ୍ନରଙ୍କୁ ଜିଲ୍ଲା ପ୍ରଶାସନ ଚିହ୍ନଟ କରି ସରକାରୀ କାର୍ଯ୍ୟରେ ନିୟୋଜିତ କରିଛି। ଗତ କିଛି ମାସ ହେଲା କିନ୍ନର ମନେ ବିଭିନ୍ନ ସରକାରୀ କାର୍ଯ୍ୟରେ ଯୋଗ ଦେଇ ବେଶ ଖୁସିରେ ରହୁଥିବା ବେଳେ, କିଛି କିନ୍ନର ନିଜର ପୁରୁଣା ଅଭ୍ୟାସ ଭିକ୍ଷାବୃତ୍ତିକୁ ପୁଣି ଆଦରି ନେଇଛନ୍ତି। ଯାହାକୁ ଅନ୍ୟ କିନ୍ନର ମାନେ ପସନ୍ଦ କରୁନାହାନ୍ତି।

କିନ୍ନରଙ୍କୁ ଜିଲ୍ଲା ନିଯୁକ୍ତି ଦେବାପରେ ଭିକ୍ଷାବୃତ୍ତି ନକରିବା ପାଇଁ  ଜିଲ୍ଲା ପ୍ରଶାସନ ତାଗିଦ କରିଥିବା ବେଳେ, କିଛି କିନ୍ନର ଏହାକୁ ଖାତିର୍ କରୁ ନାହାନ୍ତି। ତେଣୁ କିନ୍ନରଙ୍କ ମଧ୍ୟରେ ଦୁଇ ଗୋଷ୍ଠୀ ହୋଇ ଯାଇଛି। ଏମିତିକି ଭିକ୍ଷା ବୃତ୍ତି କରୁଥିବା କିନ୍ନରଙ୍କ ବିରୋଧରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେବା ସହ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି  ଅନ୍ୟ ଗୋଷ୍ଠୀ । ଏଠି ନିଶ୍ଚିତ କହିବା ଜିଲ୍ଲା ପ୍ରଶାସନର ଚେଷ୍ଟା ଯୋଗୁଁ ଆଜି କିନ୍ନରଙ୍କ ମନ ଆଉ ପେଶା ବଦଳିଛି। ଏକ ମର୍ଯ୍ୟାଦା ସମାଜରେ ଚଳିବାକୁ ବାଟ ଦେଖେଇଛି ଜିଲ୍ଲା ପ୍ରଶାସନ। ଆଉ ଅବାଟକୁ ଯାଉଥିବା ସାଥିଙ୍କୁ ଠିକ ବାଟକୁ ଆଣିବାକୁ କିନ୍ନର ସମାଜର ଚେଷ୍ଟା ଜାରି ରହିଥିବା ଦେଖିବାକୁ ମିଳିଛି।

Sonalisa

Recent Posts

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

3 mins ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

16 mins ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

1 hour ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

1 hour ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

9 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

10 hours ago