ରାଜ୍ୟ

ଇଚ୍ଛା ଶକ୍ତି ଥିଲେ ସବୁ ସମ୍ଭବ, ଶୁଖିଲା ପତ୍ରରେ ତିଆରି କରୁଛନ୍ତି ଜୀବନ୍ତ ଚିତ୍ର

ପତ୍ରରେ କରୁଛନ୍ତି ଜୀବନ୍ତ ଚିତ୍ର । ଆପଣ ବି ଦେଖିଲେ ନିଜ ଆଖିକୁ ବିଶ୍ୱାସ କରିପାରିବେନି । ସାଧାରଣ ପତ୍ରକୁ ନେଇ ହାତର ଯାଦୁ ଦେଖାଉଛନ୍ତି । ବର୍ତ୍ତମାନର ଆଧୁନିକ ଯୁଗର ଲୋକମାନେ ମୋବାଇଲରେ ସମୟ ଦେଉଥିବା ବେଳେ ଏହି ବ୍ୟକ୍ତି ଜଣଙ୍କ ନିଜ କଳାକୁ ସମସ୍ତଙ୍କ ସାମ୍ନାକୁ ଆଣିଛନ୍ତି । ଯାହା ଅତ୍ୟନ୍ତ ପ୍ରଶଂସନୀୟ । ପତ୍ରରେ ହୋଇଥିବା ଏହି ସୁନ୍ଦର ସୁନ୍ଦର ଚିତ୍ର ଦେଖି ଯେ କେହି ବି ପ୍ରଂଶସା ନକରି ରହି ପାରିବେନି । ଫୁଲବାଣୀ ଶିକ୍ଷକ ପ୍ରଶିକ୍ଷଣ ମହାବିଦ୍ୟାଳୟର କଳା ଶିକ୍ଷକ ପତ୍ର ଉପରେ ବିଭିନ୍ନ ମହାପୁରୁଷଙ୍କ ଅବିକଳ ଚିତ୍ର ତିଆରି କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛନ୍ତି । ଫୁଲବାଣୀରେ ମିଳୁଥିବା ପତ୍ରକୁ ଶୁଖାଇ ସେଥିରେ ଜୀବନ୍ତ କଳାକୃତି ତିଆରି କରି ସେଥିରେ ପୁଣି ନୂଆ ଏକ୍ସପେରିମେଣ୍ଟ ଆରମ୍ଭ କରିଛନ୍ତି କଳା ଶିକ୍ଷକ ସମରେନ୍ଦ୍ର ବେହେରା ।

ଫୁଲବାଣୀ Bed କଲେଜରେ ନୂଆ ଶିକ୍ଷକ ଭାବେ ଯୋଗଦେଇଥିବା ମୟୂରଭଞ୍ଜ ଅଞ୍ଚଳର ସମରେନ୍ଦ୍ର ବେହେରା ନିଜର ଶୁଖିଲା ପତ୍ର ଉପରେ ଜୀବନ୍ତ ଚିତ୍ର କରି ଚର୍ଚ୍ଚା କୁ ଆସିଛନ୍ତି । ଜଙ୍ଗଲ ପରିବେଷ୍ଟିତ ଫୁଲବାଣୀରେ କଳା ଶିକ୍ଷକ ଭାବେ ଯୋଗଦେଲାପରେ ସେ କଲେଜର ଚତୁଃପାର୍ଶ୍ୱରେ ଥିବା ସାଗୁଆନର ବଡ ପତ୍ର ଦେଖି ସେଥିରେ କିପରି ଚିତ୍ର କଳା କରିହେବ ଚିନ୍ତା କରି ସେଥିରେ କାମ କରିବା ଆରମ୍ଭ କରିଥିଲେ । କଥାରେ ଅଛି ଇଚ୍ଛା ଶକ୍ତି ଥିଲେ କୌଣସି କାର୍ଯ୍ୟ ଅସମ୍ଭବ ହୁଏ ନାହିଁ । ସେ ସାଗୁଆନ ପତ୍ରକୁ ତୋଳି ଆଣି ଶୁଖାଇ ପ୍ରେସ ଦେଇ ସିଧାକରନ୍ତି । ପରେ ସେ ଏକ ତୀକ୍ଷ୍ଣ ଛୁରୀ ସାହାଯ୍ୟରେ କାଟି ବିଭିନ୍ନ ମହାପୁରୁଷ, ଦେବାଦେବୀଙ୍କ ଅବିକଳ କଳାକୃତି ଅଙ୍କନ କରିଥାନ୍ତି । ତେବେ ପତ୍ରଟି ଦେଖିଲେ ଆପଣ ଏକ ସାଧାରଣ ପତ୍ର ବୋଲି ଭାବିବେ । କିନ୍ତୁ ସେଥିରେ ଲାଇଟ ପକାଇଲେ କାନ୍ଥରେ ପ୍ରତିଛବି ଦେଖି ପାରିବେ କିମ୍ବା ପତ୍ରର ପଛ ପାଖରେ ଏକ ଧଳା କିମ୍ବା ଯେ କୌଣସି ରଙ୍ଗର ପେପର ଦେଲେ ଆପଣ ଫୋଟର ପ୍ରକୃତ ଚିତ୍ରକୁ ଦେଖିପାରିବେ । ସେ ପରୀକ୍ଷା ମୂଳକ ଭାବେ କନ୍ଧମାଳ ସାଂସଦ ଡାକ୍ତର ଅଚ୍ୟୁତ ସାମନ୍ତଙ୍କ ଏକ ପତ୍ର ଫୋଟ ଚିତ୍ରର ଅବିକଳ ନକଲ ତିଆରି କରିଥିଲେ ।

ଏହି କଳାକୁ କିପରି ସେ ଆଗକୁ ନେଇ ପାରିବେ ସେଥିପାଇଁ ଚେଷ୍ଟା କରୁଛନ୍ତି । ଆଗକୁ ସେ ଗିନିଜ ବୁକ ଓଫ ଓ୍ଵାର୍ଲ୍ଡ ରେକର୍ଡରେ ସ୍ଥାନ ପାଇବା ପାଇଁ ଲକ୍ଷ୍ୟ ରଖିଛନ୍ତି । ତେଣୁ ତାଙ୍କ କଳାକୃତି କୁ କିପରି ଆହୁରି ଜୀବନ୍ତ ରୂପ ଦେଇ ପାରିବେ ସେ ସବୁବେଳେ ଚେଷ୍ଟିତ । ଏହା ବ୍ୟତୀତ ତାଙ୍କ ଛାତ୍ରମାନଙ୍କୁ କିପରି ସେ ବିଭିନ୍ନ କଳା ଶିକ୍ଷା ଦେଇ ପାରିବେ ଓ ନିଜର ଶିକ୍ଷା ଅଧ୍ୟୟନ ବେଳେ ପୁସ୍ତକରେ ଥିବା ବିଷୟ ଗୁଡିକର ନିଜେ TLM (ଶିକ୍ଷଣ ସାମଗ୍ରୀ ) ପ୍ରସ୍ତୁତ କରି ନିଜେ ବୁଝି ପାରିବେ ଓ ଅନ୍ୟକୁ ଶିକ୍ଷା ଦେଇପାରିବେ ଚେଷ୍ଟା କରୁଛନ୍ତି । ଛାତ୍ର ଛାତ୍ରୀମାନେ ମଧ୍ୟ କଳା ଶିକ୍ଷକଙ୍କ ଏଭଳି ପ୍ରେରଣାରେ ପ୍ରେରିତ ହୋଇ ଶିକ୍ଷଣ ସାମଗ୍ରୀ ଓ କଳାକୃତି ଆଙ୍କିବାରେ ମନ ଲଗାଇଛନ୍ତି । ଏହି ପତ୍ର କଳା କୁ କିପରି ସେ ଆଗକୁ ନେଇ ପାରିବେ ଓ ଆଗକୁ ଏହି କଳା କିପରି ଆଦୃତ ହେବ ଏବଂ ତାଙ୍କ କଳାକୃତିକୁ କିପରି ଆହୁରି ଜୀବନ୍ତ ରୂପ ଦେଇ ପାରିବେ ସେଥିପାଇଁ ସେ ଚେଷ୍ଟା ଜାରି ରଖିଛନ୍ତି ।

Subhalaxmi Das

Recent Posts

ଆଜିର ରାଶିଫଳ: ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ବ୍ୟବସାୟ ଆଗକୁ ବଢାଇବେ

ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…

5 hours ago

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…

8 hours ago

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

8 hours ago

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

9 hours ago

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

11 hours ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

11 hours ago