ରାଜ୍ୟ

ଗଞ୍ଜାମ: ରକ୍ତ ସର୍ମ୍ପକ ସହ ୪୦ ବର୍ଷ ପରେ ସାକ୍ଷାତ, ନିଖୋଜ ପରେ ଯାଜବର ହୋଇ ମଧ୍ୟପ୍ରଦେଶରେ ବୁଲୁଥିଲେ ସୀମାଞ୍ଚଳ

ଗଞ୍ଜାମ(କେନ୍ୟୁଜ୍):  ଚାଳିଶି ବର୍ଷ ପରେ ଗାଁ କୁ ଫେରିଛନ୍ତି ଗଞ୍ଜାମ ଜ଼ିଲ୍ଲା ଦିଗପହଣ୍ଡି ବ୍ଲକ ସହଦେଵ ଟିକରପଡା ଗାଁ ର ସୀମାଞ୍ଚଳ ରଣା।  ବୟସ ହେବ କାରଣରୁ ମଳିନ ପଡିଯାଇଛି ଶରୀର। ସୀମାଞ୍ଚଳ ଘରୁ ଚାଲିଯିବା ପଛରେ ଏକ କାହାଣୀ ରହିଛି। ଘରୁ ଚାଲିଯିବାରେ ସେ  ମଧ୍ୟ ପ୍ରଦେଶର ଏକ ବୃଦ୍ଧା ଆଶ୍ରମରେ ରହୁଥିଲେ । ସେଠାରେ ଏକ ଏନଜିଓ ସଂସ୍ଥା  ସୀମାଞ୍ଚଳଙ୍କ ବିଷୟରେ ଜାଣିବାକୁ ପାଇଥିଲା  । ପରେ ସେମାନେ ସ୍ଥାନୀୟ ପ୍ରଶାସନକୁ  ଜଣାଇଥିଲା।  ଏନଜିଓ ଠାରୁ ସବୁ  ଖବର  ପାଇ ସ୍ଥାନୀୟ ପ୍ରଶାସନ ଓଡିଶା ପୋଲିସକୁ  ଯୋଗାଯୋଗ କରି ଗଞ୍ଜାମ ପୋଲିସ ନିକଟକୁ ଖବର ପଠାଇ ବୃଦ୍ଧଙ୍କୁ ଗାଁକୁ ପଠାଇବାର ବ୍ୟବସ୍ଥା କରିଥିଲେ। ସିମାଞ୍ଚାଳ ଘରକୁ  ଫେରିବାର ଖବର ପାଇ ପରିବାରର ଲୋକ ଖୁସିରେ ଆତ୍ମହରା ହୋଇ ପଡିଥିଲେ।

ଗଞ୍ଜାମ ଜ଼ିଲ୍ଲା ଦିଗପହଣ୍ଡି ବ୍ଲକ ସହଦେଵ ଟିକରପଡା ଗାଁର ସୀମାଞ୍ଚଳ ରଣା ଚାଳିଶି ବର୍ଷ ତଳେ ଗାଁରୁ ନିଖୋଜ ହୋଇ ଯାଇଥିଲେ ।  କାରଣ ଥିଲା ୨୬ ବର୍ଷ ବୟସରେ ନୂଆ ନୂଆ ବାହା ହୋଇ ଶ୍ୱଶୁର ଘର ପଳାସପୁରକୁ ଯାଇଥିବା ବେଳେ ସେଠାରୁ ନିଖୋଜ ହୋଇ ଯାଇଥିଲେ। ଏହା ପରେ ସୀମାଞ୍ଚଳଙ୍କ ପରିବାର ବହୁତ ଖୋଜାଖୋଜି କରିଥିଲେ କିନ୍ତୁ ପାଇନଥିଲେ l ଅଭିଯୋଗ ହୁଏ ତାଙ୍କ ଶ୍ୱଶୁର ଘର ତାଙ୍କୁ ନିଖୋଜ କରାଇଦେଇଥିଲେ l ଏହାରି ଭିତରେ ସୀମାଞ୍ଚଳ ମହାରାଷ୍ଟ୍ରରେ ୨୬ ବର୍ଷ କାମ କରିଥିଲେ, ଆଉ ଭୁଲିଯାଇଥିଲେ ଗାଁ ଠିକଣା।  ଏହା ପରେ ଆନ୍ଧ୍ର ପ୍ରଦେଶ କିଛି ବର୍ଷ ରହିବା ପରେ ମଧ୍ୟପ୍ରଦେଶରେ ଯାଯାବର ଜୀବନ ବିତାଇଥିଲେ l

ଏବେ କିଛି ମାସ ହେଲା ମଧ୍ୟ ପ୍ରଦେଶର ଲେଣ୍ଡିପୁରାର ଏକ ବୃଦ୍ଧାଶ୍ରମରେ ରହୁଥିବା ବେଳେ ସେଠାକାର ଏକ ଏନ ଜି ଓ ସଂସ୍ଥା ତାଙ୍କ ସମ୍ପର୍କରେ ଆସି ପରିଚୟ ଜାଣିବାକୁ ପାଇଥିଲେ l ଏହା ପରେ ପ୍ରଶାସନ ଓ ପୋଲିସ ନିକଟରେ ଖବର ଦିଆଯାଇଥିଲା । ସେଠାକାର ପୋଲିସ ଗଞ୍ଜାମ ପୋଲିସ ଶହ ଯୋଗାଯୋଗ କରିଥିଲେ l ଗଞ୍ଜାମ ପୋଲିସ ପାଟପୁର ଥାନାକୁ ଜଣାଇବା ପରେ ସୀମାଞ୍ଚଳଙ୍କ ଭାଇ ଘରେ ପହଞ୍ଚି ଏହି ସମ୍ପର୍କରେ ଜଣାଇବା ପରେ ଦୁଇ ଜଣଙ୍କୁ ମଧ୍ୟପ୍ରଦେଶକୁ ପଠାଇ ସୀମାଞ୍ଚଳଙ୍କୁ ଗାଁକୁ ଆଣିବା ପାଇଁ ବ୍ୟବସ୍ଥା କରିଥିଲେ l

]

ସେଠାରେ ପୋଲିସ ଓ ପ୍ରଶାସନ ରହି ବିଦାୟ ମଧ୍ୟ ଜଣାଇଥିଲେ l ସୀମାଞ୍ଚଳର ସ୍ତ୍ରୀ ବାପ ଘରେ ରହୁଥିବା ବେଳେ ଏକ ମାତ୍ର ଝିଅ ମୃତ୍ୟୁ ବରଣ କରିସାରିଛି।  ତାଙ୍କ ଭାଉଜ କୁହନ୍ତି, ଆମେ ସେତେବେଳେ ବହୁତ ଖୋଜିଥିଲୁ କିନ୍ତୁ ପାଇ ନଥିଲୁ। ସୀମାଞ୍ଚଳକୁ  ଦେଖିବା ପାଇଁ ଘରେ ଲୋକଙ୍କ ଭିଡ଼ଜମିଛି।  ଚାଳିଶି ବର୍ଷ କେମିତି କଟିଥିଲା କହିଛନ୍ତି ସୀମାଞ୍ଚଳ । ନିଖୋଜ ହେବାର ୪୦ ବର୍ଷ ଭିତରେ  ଶରୀର ମଳିନ ହୋଇଛି।

ଭଲ ଭାବେ କଥା କହିପାରୁନାହାନ୍ତି। ଏତେ ଲୋକଙ୍କୁ ଦେଖି ବେଳେ ବେଳେ ହସୁଛନ୍ତି ତ ବେଳେ ବେଳେ ଆଖିରୁ ଅଶୟୁ ଟୋପାଏ ଢାଳି ଦେଉଛନ୍ତି।  ତାଙ୍କ ଶହ ପିଲା ବେଳେ ସମୟ ବିତାଇଥିବା ବୟସ୍କ ମଧ୍ୟ ଆସି ପୂର୍ଵର କଥାକୁ ମନେ ପକାଉଛନ୍ତି। ଚାଳିଶି ବର୍ଷ ପରେ ରକ୍ତର ସମ୍ପର୍କକୁ ମିଶାଇ ଥିବାରୂ ଭଗବାନଙ୍କୁ ମଧ୍ୟ ଧନ୍ୟବାଦ ଦେଉଛନ୍ତି ସୀମାଞ୍ଚଳ। ନିଜର ସ୍ତ୍ରୀ କିମ୍ବା ପିଲା କେହି ନଥିବା ବେଳେ ସୀମାଞ୍ଚଳଙ୍କୁ  ଆପଣାର କରି ନେଇଛନ୍ତି ରକ୍ତର ସମ୍ପର୍କୀୟ ମାନେ ଆଉ ଚାଳିଶି ବର୍ଷ ପରେ ହଜିଲା ଧନକୁ ପାଇ ଯେମିତି ଆତ୍ମ ବିଭୋର ହୋଇ ପଡିଛନ୍ତି ପରିବାର ଲୋକେ ।

KNews Bureau

Recent Posts

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

5 mins ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

12 mins ago

ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା, ୩ ଅଭିଯୁକ୍ତ ଗିରଫ

ରାଉରକେଲା : ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା । ୩ ଅଭିଯୁକ୍ତ ଗିରଫ । ଭୁବନେଶ୍ଵରରୁ ଗିରଫ କଲା…

20 mins ago

ହଜାର ହଜାର ପ୍ରଦର୍ଶନକାରୀ କେନିଆ ସଂସଦରେ ଲଗାଇଦେଲେ ନିଆଁ, ଭାରତ ନିଜ ନାଗରିକଙ୍କ ପାଇଁ ଜାରି କଲା ଆଡ୍‌ଭାଇଜରୀ

ସରକାରଙ୍କ ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି । ଏହି ହିଂସାରେ ନାଇରୋବିରେ ୫…

22 mins ago

କଟକରେ ଯାନବାହନ ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…

30 mins ago

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

55 mins ago