ରାଜ୍ୟ

ସେ ହିନ୍ଦୁ ନୁହନ୍ତି ମୁସଲମାନ: କିନ୍ତୁ ଏକ ଗରିବ ବ୍ରାହ୍ମଣ ବାଳକର ଧୁମଧାମରେ କରିଛନ୍ତି ବ୍ରତଘର

ଭୁବନେଶ୍ବର: ପ୍ରତିଭା ଆଶ୍ରମ-ଅନୁକୂଲ୍ୟରେ ଗତକାଲି ଆଶ୍ରମରେ ପ୍ରତିପାଳିତ ଚିଣ୍ଟୁ ମିଶ୍ର ନାମକ ଜଣେ ବାଳକର ଆର୍ଯ୍ୟ ସମାଜର ନୀତିନିୟମ ଅନୁସାରେ ବ୍ରତୋପୟନ ଅନୁଷ୍ଠିତ ହୋଇଯାଛି l ପ୍ରତିଭା ଆଶ୍ରମର ପ୍ରତିଷ୍ଠାତା ତଥା ସମ୍ପାଦକ ମହମ୍ମଦ ଜ଼ାହିରଙ୍କର ଅଦ୍ୟମ ଉତ୍ସାହ , ନିଷ୍ଠା , ଆନ୍ତରିକତା ଏବଂ ବଳିଷ୍ଠ ନେତୃତ୍ୱ ସହ ସର୍ବଧର୍ମ ଏକ ମନୋଭାବ ଯୋଗୁ ଏହି ବ୍ରତୋପୟନ ସମ୍ପନ୍ନ ହୋଇପାରିଛି l

ଏହି ଆଶ୍ରମଟି ୨୦୧୩ ମସିହା ଫେବୃଆରୀ ୧ ତାରିଖରେ ପ୍ରତିଷ୍ଠା ହୋଇଥିଲା l ଏଠାରେ ପ୍ରତିପାଳିତ ଅନାଥ ପୁଅ ପିଲାମାନେ ସର୍ବଦା ସୁରକ୍ଷିତ,ସଂଜବତ ଓ ଶାନ୍ତିରେ ଅବସ୍ଥାନ କରି ଆସୁଛନ୍ତି l ଜାତି, ଧର୍ମ ନିର୍ବିଶେଷରେ ସମୁଦାୟ ପ୍ରାୟ ୩୦ ଜଣ ପ୍ରତିପାଳିତ ଅନାଥ ପୁତ୍ର ମାନଙ୍କୁ ଅତି ଶ୍ରଦ୍ଧା, ସ୍ନେହ ଦେଖେଇ ଆସିଥାନ୍ତି ମହମ୍ମଦ ଜ଼ାହିର (୩୫)  l

ପିତା ଶେଖ ଅବଦୁଲ ଜବାର ଓ ପ୍ରତିଭା ଆଶ୍ରମର ପରିବାର ସମସ୍ତ ସଦସ୍ୟମାନେ ମନପ୍ରାଣ ଦେଇ ଏହି ପ୍ରତିଭା ଆଶ୍ରମର ପାଳିତମାନଙ୍କୁ ନିଜର ବୋଲି ମନେକରି ସର୍ବଦା ସାହାଯ୍ୟ ସହଯୋଗ କରିଥାନ୍ତି l ବିନା ସରକାରୀ ଅନୁଦାନରେ ବହୁତ କଷ୍ଟ ସହି ଏହି ଆଶ୍ରମକୁ ଚଳାଇ ଆସୁଛନ୍ତି ପ୍ରତିଷ୍ଠାତା ମହମ୍ମଦ ଜ଼ାହିର l

ଗତକାଲି ବ୍ରତୋପୟନ ହେଉଥିବା ବାଳକଟି ଚାରି ବର୍ଷ ହେଲା ଏହି ଆଶ୍ରମରେ ପ୍ରତିପାଳିତ ହେଉଛି l ୧୭ ବର୍ଷର ଚିଣ୍ଟୁ ଜଣେ ବ୍ରାହ୍ମଣ ପିଲା ବୋଲି ଜାଣିବାପରେ ତାର ବ୍ରତୋପୟନ କରିବା ଉଚିତ ବୋଲି ଆଶ୍ରମର ପ୍ରତିଷ୍ଠାତା ମହମ୍ମଦ ଜ଼ାହିର ହୃଦୟଙ୍ଗମ କଲେ ଏବଂ ଏହି କାର୍ଯ୍ୟକୁ ନିଜର ଭାବି କରିଛନ୍ତି l ଚିଣ୍ଟୁକୁ ୧୩ ବୟସରୁ ଆଣି ପ୍ରତିପାଳିତ କରି ତାକୁ ସମସ୍ତ କୁ-ସଂସ୍କାରରୁ ଦୁରେଇ ରଖିଛନ୍ତି l

ସର୍ବଦା ଆଶ୍ରମରେ ଶିକ୍ଷ୍ୟା, ସ୍ୱାସ୍ଥ୍ୟ ଏବଂ ଶୃଙ୍ଖଳିତ ଜୀବନ ପାଇଁ ଗୁରୁତ୍ୱ ଦେଇଥାନ୍ତି ପ୍ରତିଷ୍ଠାତା ମହମ୍ମଦ ଜ଼ାହିର l ଏହି ଆଶ୍ରମରୁ ୩ ଜଣଙ୍କୁ ପୋଷ୍ୟ ପୁତ୍ର ଭାବେ ଗ୍ରହଣ କରି ନିଜ ଗୃହକୁ ନେଇଛନ୍ତି ବଦାନ୍ୟ ବ୍ୟକ୍ତିମାନେ।ଆହୁରି ମଧ୍ୟ କେତେକ ନିଖୋଜ ଶିଶୁ ପୁତ୍ରମାନଙ୍କୁ ତାଙ୍କ ବାପା-ମା ପାଖରେ ଫେରିଇଛନ୍ତି l ଏହିପରି ବହୁତ ସାମାଜିକ ତଥା ଧର୍ମ କାର୍ଯ୍ୟ ଏହି ଆଶ୍ରମରେ କରିଚାଲିଛନ୍ତି ମହମ୍ମଦ ଜ଼ାହିର l ଓଡିଶା ତଥା ଦେଶବିଦେଶରେ ଏହି ଅନୁଷ୍ଠାନକୁ କ୍ରମଶଃ ଲୋକପ୍ରିୟତା ଅର୍ଜନ କରିଚାଲିଛି l ଗତକାଲି ଏହି ପବିତ୍ର ଉତ୍ସବରେ ଖୋର୍ଦ୍ଧା ଜିଲ୍ଲା ଶିଶୁ ସୁରକ୍ଷ୍ୟା ୟୁନିଟ (DCPU) ଏବଂ ଜିଲ୍ଲା ମଙ୍ଗଳ ସମିତି (CWC ) ସମସ୍ତ ଅଧ୍ୟକ୍ଷ ଏବଂ ଅଧକ୍ଷ୍ୟା ଯୋଗ ଦେଇଥିଲେ l

Sonalisa

Recent Posts

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

33 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

41 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

56 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

1 hour ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

1 hour ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

2 hours ago