ରାଜ୍ୟ

ଶ୍ୱେତା ଡେଥ୍‌ ମିଷ୍ଟ୍ରି ଭିତରେ ସାମ୍ନାକୁ ଆସିଲା ଫୋନ୍‌ ବାର୍ତ୍ତାଳପ, ଉଭୟଙ୍କ ଭିତରେ ଜୋରଦାର ବଚସା ହେଉଛି

କେନ୍ୟୁଜ୍(ବ୍ୟୁରୋ):  ଶ୍ୱେତାଙ୍କ ଡେଥ୍‌ ମିଷ୍ଟ୍ରି ଉପରୁ ପରଦା ହଟି ନଥିବା ବେଳେ ଗୋଟିଏ ଅଡିଓ ଭାଇରାଲ୍‌ ହେଉଛି । ଯେଉଁଥିରେ ଝିଅ ଜଣଙ୍କ ସୌମ୍ୟଜିତ ନାଁ ନେଇ କଥା ହେଉଛନ୍ତି । ହିନ୍ଦିରେ କଥାବାର୍ତ୍ତା କରୁଛନ୍ତି ଉଭୟ । ଦୁହିିଁଙ୍କ ଭିତରେ ବଚସା ସହ କଥା କଟାକଟି ଜୋରଦାର ହେଉଛି । ତାଙ୍କୁ ଫୋନ୍‌ ନକରିବା ପାଇଁ ମନା କରୁଛନ୍ତି ଯୁବକ । ତେବେ ଏହି ଅଡିଓ ଶ୍ୱେତା ଓ ସୌମ୍ୟଜିତଙ୍କର କି ନୁହେଁ ପୋଲିସର ତଦନ୍ତ ପରେ ସ୍ପଷ୍ଟ ହେବ ।

ସେପଟେ ଲେଡି ଇଂଜିନିୟର ଶ୍ୱେତା ଉତ୍କଳ କୁମାରୀ ଆତ୍ମହତ୍ୟା କରିଥିବା ଆପାର୍ଟମେଣ୍ଟରୁ ମିଳିଛି ଡାଏରୀ । ଏଥିରେ ବୟଫ୍ରେଣ୍ଡ ସୌମ୍ୟଜିତ ମହାପାତ୍ରଙ୍କ ନାଁ ଲେଖିଛନ୍ତି । ସେହିପରି ସିଡିଆରରୁ ଜଣାପଡିଛି, ମୃତ୍ୟୁ ପୂର୍ବରୁ ସୌମ୍ୟଜିତଙ୍କୁ ବାରମ୍ବାର ଫୋନ୍‌ କରିଥିଲେ ଶ୍ୱେତା । ତାଙ୍କ ବାପା ସୌମ୍ୟଜିତଙ୍କ ନାଁ ସାଂଘାତିକ ଅଭିଯୋଗ ଆଣିଛନ୍ତି । ଏତଲାରେ ଶ୍ୱେତାଙ୍କୁ ବ୍ଲାକମେଲ୍‌ କରିବା, ବଳପୂର୍ବକ ଟଙ୍କା ନେଇଯିବା ଓ ଯୌନ ନିର୍ଯାତନା ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ଏତଲାରେ ଉଲ୍ଲେଖ କରିଛନ୍ତି, ଶ୍ୱେତାଙ୍କ ସହକର୍ମୀ ଥିଲେ ସୌମ୍ୟଜିତ । ଏକାଠି ଚାକିରି କରିବା ବେଳେ ଝିଅକୁ ପ୍ରେମ ନିବେଦନ କରିଥିଲେ ।

ଆତ୍ମହତ୍ୟାର ଧମକ ଦେବାରୁ ସୌମ୍ୟଜିତଙ୍କୁ ବାଧ୍ୟବାଧକତାରେ ଭଲପାଇଥିଲେ ଶ୍ୱେତା । ତାଙ୍କଠାରୁ ବିଭିନ୍ନ ସମୟରେ ବଳପୂର୍ବକ ଟଙ୍କା ନେଇ ଯାଉଥିଲେ ସୌମ୍ୟଜିତ । ଖୋର୍ଦ୍ଧାକୁ ସୌମ୍ୟଜିତଙ୍କ ଟ୍ରାନ୍ସଫର ହେବା ପରେ ଶ୍ୱେତାଙ୍କ ସହ କୌଣସି ସମ୍ପର୍କ ରଖି ନଥିଲେ । ଅନ୍ତରଙ୍ଗ ମୂହୁର୍ତ୍ତର ଫଟୋ ରଖି ବ୍ଲାକମେଲ୍‌ କରୁଥିଲେ । ଅନ୍ୟ ଝିଅଙ୍କ ସହ ସମ୍ପର୍କ ରଖୁଥିବାରୁ ବିରୋଧ କରିବା ପରେ ଶ୍ୱେତାଙ୍କୁ ଶାରିରୀକ ନିର୍ଯାତନା ଦେଉଥିଲେ । ୧୮ ତାରିଖରେ ସୌମ୍ୟଜିତଙ୍କୁ ଦେଖା କରିବା ପାଇଁ ଭୁବନେଶ୍ୱରର ଏକ ପବକୁ ଯାଇଥିବା ବାପାଙ୍କୁ କହିଥିଲେ ଶ୍ୱେତା ।

୧୯ ତାରିଖରେ ଆଉ ଝିଅ ସହ ଯୋଗାଯୋଗ କରି ପାରି ନଥିଲେ । ଏନେଇ ସୌମ୍ୟଜିତଙ୍କୁ ଫୋନ୍‌ କରିବାରୁ ପବରେ ଦୁହିଁଙ୍କ ଭିତରେ ବଚସା ହୋଇଥିଲା କହିଥିଲେ । ଭଦ୍ରକରୁ ଆସି ଭୁବନେଶ୍ୱରରେ ପହଞ୍ଚିବା ବେଳକୁ ଆପାର୍ଟମେଣ୍ଟରୁ ଶ୍ୱେତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା । ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ସୌମ୍ୟଜିତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ତାଙ୍କ ବାପା । ଖୁବଶୀଘ୍ର ଶ୍ୱେତାଙ୍କ ବୟଫ୍ରେଣ୍ଡ ସୌମ୍ୟଜିତଙ୍କୁ ପଚରାଉଚରା ପାଇଁ ନୋଟିସ୍‌ କରିବ ଚନ୍ଦ୍ରଶେଖରପୁର ଥାନା ପୋଲିସ ।

KNews Bureau

Recent Posts

ଆହୁରି ୫ ଦିନ କଲବଲ କରିବ ପ୍ରଚଣ୍ଡ ଗରମ ଓ ଗୁଳୁଗୁଳି, ସତର୍କ କଲା ପାଣିପାଗ ବିଭାଗ

ଭୁବନେଶ୍ୱର (କେନ୍ୟୁଜ): ଜଳୁଛି ପଶ୍ଚିମ ଓଡ଼ିଶା ।  ତିନି ଦିନ ଯାଏ କଲବଲ କରିବ ତାତି ।  ଗ୍ରୀଷ୍ମପ୍ରବାହ ନେଇ…

11 mins ago

ମୋଟାପଣ କମ୍ କରିବା ପାଇଁ ଅତ୍ୟନ୍ତ ଲାଭଦାୟକ ଦଲିଆ, ଜାଣନ୍ତୁ କିପରି କରିବେ ପ୍ରସ୍ତୁତ

ଦଲିଆ ଏକ ହେଲ୍ଦି ଏବଂ ଉତ୍କୃଷ୍ଟ ବ୍ରେକଫାଷ୍ଟ ଏବଂ ଡିନର୍ ଅପ୍ସନ । ବିଶେଷକରି, ଯଦି ଆପଣ ଓଜନ ହ୍ରାସ…

13 mins ago

ଲାଇଭ ମ୍ୟାଚରେ ରୋହିତଙ୍କୁ ଭେଟିବାକୁ ପହଞ୍ଚିଲେ ଫ୍ୟାନ୍‌, ଧରିଲା ଆମେରିକା ପୋଲିସ: ରୋହିତଙ୍କ ରିଆକ୍ସନ ଭାଇରଲ

ଟି୨୦ ବିଶ୍ୱକପ ଆରମ୍ଭ ହେବା ପୂର୍ବରୁ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଓ୍ଵାର୍ମଅପ୍‌ ମ୍ୟାଚ ଖେଳାଯାଇଥିଲା । ଏହି ମ୍ୟାଚରେ…

14 mins ago

ସ୍କୁଟିରେ ଯାଉଥିବା ବେଳେ ଅଘଟଣ, ନଡ଼ିଆ ଗଛ ପଡି ୨ ମୃତ, ଜଣେ ଗୁରୁତର

କୋଣାର୍କ (କେନ୍ୟୁଜ): ନଡ଼ିଆ ଗଛ ପଡି ଗଲା ଜୀବନ । ୨ ମୃତ, ଜଣେ ଗୁରୁତର ।  ଗୋପ ସରଡ଼ା…

37 mins ago

ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, କେହି ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ

ଭୁବନେଶ୍ୱର (କେନ୍ୟୁଜ): ରାଜଧାନୀରେ ଯୁବକଙ୍କୁ ହତ୍ୟା ।  ଭୁବନେଶ୍ୱର ନାକା ଗେଟ୍ ନିକଟରୁ ଯୁବକଙ୍କ ମୃତଦେହ ଜବତ ହୋଇଛି । …

1 hour ago

ରବିନା ଟଣ୍ଡନଙ୍କ ବିରୁଦ୍ଧରେ ମାରପିଟ୍‌ ଅଭିଯୋଗ, ନିଶାରେ ବୟସ୍କା ମହିଳାଙ୍କୁ କରିଛନ୍ତି ଆକ୍ରମଣ

ବଲିଉଡ ଅଭିନେତ୍ରୀ ରବିନା ଟଣ୍ଡନଙ୍କ ଉପରେ ଅଭିଯୋଗ । ରବିନା ଜଣେ ବୟସ୍କା ମହିଳା ଏବଂ ତାଙ୍କ ପରିବାର ସହିତ…

1 hour ago