ରାଜ୍ୟ

ଆଠଗଡରେ ବିଶ୍ୱର ଏକ ବିରଳ ପ୍ରଜାତିର ପକ୍ଷୀ, ମହାନଦୀ ଅବବାହିକାରେ ଦେଲେ ଅଣ୍ଡା

ଆଠଗଡ ଅଞ୍ଚଳରେ ଏବେ ଦେଖିବାକୁ ମିଳିଛି ବିଶ୍ୱର ଏକ ବିରଳ ପ୍ରଜାତିର ପକ୍ଷୀ । ମହାନଦୀ ଅବବାହିକାରେ ଅଣ୍ଡା ଦେଲେ ବିଶ୍ୱର ବିରଳ ପ୍ରଜାତିର ପକ୍ଷୀ ଇଣ୍ଡିଆନ ସ୍କିମର ବା ପାଣି ଚିରି । ସାଧାରଣତଃ ବିଶ୍ଵର ତିନୋଟି ସ୍ଥାନ ଯଥା ଭାରତ, ପାକିସ୍ତାନ ଏବଂ ମିଆଁମାର ଦେଶରେ ଦେଖାଯାଆନ୍ତି ଏହି ପକ୍ଷୀ । ଭାରତର ମଧ୍ୟ ପ୍ରଦେଶର ଚମ୍ବଲ୍ ଅଞ୍ଚଳ ସହ ଓଡ଼ିଶାର ମହାନଦୀ ଅବବାହିକାରେ ସାତକୋଶିଆ, ମୁଣ୍ଡଳୀ ଏବଂ ଖୁଣ୍ଟୁଣୀ ବନାଞ୍ଚଳର ବ୍ରହ୍ମପୁର ଅଞ୍ଚଳରେ ଏହା ବଂଶ ବିସ୍ତାର କରିଥାନ୍ତି ।

ଏହି ଅଞ୍ଚଳରେ ମୋଟ ୧୬୫ଟି ବିରଳ ପ୍ରଜାତିର ପ୍ରାଣୀ ଚିରି ପକ୍ଷୀ ଆସିବା ସହିତ ଆଜି ପର୍ଯ୍ୟନ୍ତ ୮୨ଟି ଅଣ୍ଡା ଦେଇଛନ୍ତି । ସେଥି ମଧ୍ୟରୁ ୩୫ଟି ଛୁଆ ଦେଇଥିବାର ସୂଚନା ଦେଇଛନ୍ତି ଆଠଗଡ଼ ଏ ସି ଏଫ୍ ଡ଼ଃ ବିଶ୍ଵାଳ ଚିଚି ଲିଚି । ନଦୀ ଅବବାହିକାରେ ଥିବା ବାଲିଚର ପାଣିଚିରି ପକ୍ଷୀଙ୍କ ବିଚରଣ ଓ ପ୍ରଜନନ ପାଇଁ ଏହା ଉପଯୁକ୍ତ ସ୍ଥାନ ବୋଲି ବିବେଚନା କରାଯାଏ । ତେଣୁ ଏହି ସ୍ଥାନକୁ ଅଣ୍ଡା ଦେବାପାଇଁ ଉପଯୁକ୍ତ ମନେ କରି ପାଣିଚିରି ପକ୍ଷୀ ଆସୁଛନ୍ତି ବୋଲି ସୂଚନା ମିଳିଛି ।

ଏବେ ବନବିଭାଗ ପକ୍ଷରୁ ସେମାନଙ୍କୁ ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା ଦିଆଯାଇଥିବା ବେଳେ ଅଣ୍ଡା ଦେଉଥିବା ଅଞ୍ଚଳକୁ ସାଧାରଣଲୋକଙ୍କ ସହ ମତ୍ସ୍ୟଜୀବିମାନଙ୍କୁ ଯିବାପାଇଁ ମନା କରାଯାଇଛି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏସିଏଫ୍ ବିଶ୍ୱାଳ ଚିଚିଲିଚିଙ୍କ ସହ ଖୁଣ୍ଟୁଣୀ ବନାଞ୍ଚଳ ଅଧିକାରୀ ଏହି ସୂଚନା ଦେଇଛନ୍ତି । ଏହାସହ ଏହି ଅଞ୍ଚଳକୁ ସୁରକ୍ଷା ବଳୟ ଭିତରେ ରଖିବା ସହ ଆମ ଅଞ୍ଚଳକୁ ଆସିଥିବା ଅତିଥି ପକ୍ଷୀଙ୍କୁ ସୁରକ୍ଷା ଦେବା ପାଇଁ ବନବିଭାଗ ପକ୍ଷରୁ ମଧ୍ୟ ନିବେଦନ କରିଛନ୍ତି । ତେବେ, କିଛି ପକ୍ଷୀ ଏହାକୁ ଧୀରେ ଧୀରେ ସୁବୁଦିନିଆ ବାସସ୍ଥାନ ଭାବେ ଗ୍ରହଣ କରିବା ଆରମ୍ଭ କଲେଣି ।

ତେଣୁ, ଏହାର ସୁରକ୍ଷା ନେଇ ଆଠଗଡ଼ ବନଖଣ୍ଡ ଏବେ ଅଣ୍ଟା ଭିଡିଛି । ଏଥିପାଇଁ ସ୍ଥାନୀୟ ଗ୍ରାମବାସୀ, ଯୁବବର୍ଗ ଓ ବନବିଭାଗ କର୍ମଚାରୀଙ୍କୁ ନେଇ ଏକ ୧୧ଜଣିଆ ଟିମ୍‌ ମଧ୍ୟ ଗଠନ କରାଯାଇଛି । ଏହି ଟିମ୍‌ ସେମାନଙ୍କ ସୁରକ୍ଷା ପାଇଁ କାମ କରିବା ସହ ୨୪ଘଣ୍ଟିଆ ପାଟ୍ରୋଲିଂ କରିବେ । ପାଣିଚିରି ଏକ ବିରଳ ପ୍ରଜାତିର ପକ୍ଷୀ ହୋଇଥିବା ବେଳେ ବର୍ତ୍ତମାନ ଏହାର ସଂରକ୍ଷଣ ସ୍ଥିତି ସଙ୍କଟାପନ୍ନ ଅବସ୍ଥାରେ ରହିଛି । ତେଣୁ, ସେମାନଙ୍କ ସୁରକ୍ଷା ପାଇଁ ବନବିଭାଗ କର୍ମଚାରୀଙ୍କ ସହ ସ୍ଥାନୀୟ ବାସିନ୍ଦା ମିଳିତ ଭାବେ କାର୍ଯ୍ୟ କରୁଛନ୍ତି ।

ବନବିଭାଗ ତରଫରୁ ବିଦ୍ୟାଳୟ ଛାତ୍ରଛାତ୍ରୀ, ସ୍ଥାନୀୟ ଗ୍ରାମବାସୀ ଏବଂ ବିଶେଷତଃ ମତ୍ସ୍ୟଜୀବୀ ସମୁଦାୟଙ୍କୁ ନେଇ ସଚେତନତା କାର୍ଯକ୍ରମ କରାଯାଉଛି । ସମସ୍ତଙ୍କ ସହଯୋଗରେ ଏହି ବିରଳ ପ୍ରଜାତିର ପାଣିଚିରି ପକ୍ଷୀକୁ ସୁରକ୍ଷା ଦିଆଯାଇ ଏହାର ବଂଶ ବୃଦ୍ଧି ଘଟିଲେ, ଏହି ବିଲୁପ୍ତପ୍ରାୟ ପକ୍ଷୀର ସଂରକ୍ଷଣ ଓ ବଂଶ ବୃଦ୍ଧି ହୋଇପାରିବ ବୋଲି ଆଠଗଡ଼ ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି । ଏହି ପକ୍ଷୀ ଯେଉଁ ସ୍ଥାନରେ ରହିବେ ସେଠାରେ କୁମ୍ଭୀର ମଧ୍ୟ ରହିଥାନ୍ତି ବୋଲି କୁହାଯାଏ ।

Srujanika Panda

Recent Posts

ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା, ୩ ଅଭିଯୁକ୍ତ ଗିରଫ

ରାଉରକେଲା : ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା । ୩ ଅଭିଯୁକ୍ତ ଗିରଫ । ଭୁବନେଶ୍ଵରରୁ ଗିରଫ କଲା…

4 mins ago

ହଜାର ହଜାର ପ୍ରଦର୍ଶନକାରୀ କେନିଆ ସଂସଦରେ ଲଗାଇଦେଲେ ନିଆଁ, ଭାରତ ନିଜ ନାଗରିକଙ୍କ ପାଇଁ ଜାରି କଲା ଆଡ୍‌ଭାଇଜରୀ

ସରକାରଙ୍କ ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି । ଏହି ହିଂସାରେ ନାଇରୋବିରେ ୫…

6 mins ago

କଟକରେ ଯାନବାହନ ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…

14 mins ago

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

39 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

48 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

1 hour ago