ଲାଇଫ୍ ଷ୍ଟାଇଲ୍

ସକାଳେ ଖାଲି ପେଟରେ ଏକ୍ସରସାଇଜ୍‌ କରିବା ଉଚିତ କି ନୁହେଁ ? ଜାଣନ୍ତୁ ଏକ୍ସପର୍ଟଙ୍କ ମତ

ଶରୀରକୁ ସୁସ୍ଥ ରଖିବା ଏବଂ ଓଜନ କମ୍‌ କରିବା ପାଇଁ, ଆଜିର ସମୟରେ ସଠିକ୍‌ ଏକ୍ସରସାଇଜ୍‌ ଏବଂ ଡାଏଟ୍‌ କରିବା ଅତ୍ୟନ୍ତ ଜରୁରୀ ବୋଲି କୁହାଯାଏ । ଓଜନ କମ୍‌ ପାଇଁ, କିଛି ଲୋକ ନିୟମିତ ଭାବରେ ଓ୍ଵାର୍କଆଉଟ୍‌ କରିବାକୁ ପସନ୍ଦ କରନ୍ତି, ବିଶେଷ କରି ସକାଳେ । କିନ୍ତୁ ଆପଣ ଜାଣିଛନ୍ତି କି ଖାଲି ପେଟରେ ଓ୍ଵାର୍କଆଉଟ୍‌ କରିବା ଠିକ୍‌ ନା ଭୁଲ୍‌ । ତେବେ ଲୋକମାନଙ୍କ ମନରେ ଏପରି ଅନେକ ପ୍ରଶ୍ନ ଆସିଥାଏ । ସେଥିପାଇଁ ଆଜି ଆମେ ଜାଣାଇବୁ ଯେ ଖାଲି ପେଟରେ ଏକ୍ସରସାଇଜ୍‌ କରିବା କେତେ ଠିକ୍‌ ।

ଜାଣନ୍ତୁ ଖାଲି ପେଟରେ ଓ୍ଵାର୍କଆଉଟ୍‌ କରିବାର ଅସୁବିଧା :
ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦିଅନ୍ତି ଯେ ଓ୍ଵାର୍କଆଉଟ୍‌ କରିବା ପୂର୍ବରୁ ଏକ ସଠିକ୍ ଖାଦ୍ୟ ଗ୍ରହଣ କରିବା ଅତ୍ୟନ୍ତ ଜରୁରୀ । କାରଣ ଏହା ଏକ୍ସରସାଇଜ୍‌ କରିବା ସମୟରେ ଶରୀରକୁ ଶକ୍ତି ଯୋଗାଇଥାଏ । ସେଥିପାଇଁ ଆମେ ଆଜି ଆପଣଙ୍କୁ ଜଣାଇବୁ ଯେ ଖାଲି ପେଟରେ ଏକ୍ସରସାଇଜ୍‌ କରିବା, ଆପଣଙ୍କ ଶରୀରରେ କିପରି କ୍ଷତି କରାଇପାରେ ।

ଖାଲି ପେଟରେ ଓ୍ଵାର୍କଆଉଟ୍‌ କରିବା ଦ୍ୱାରା ଆପଣଙ୍କ ଷ୍ଟ୍ରେମିନା ଦୁର୍ବଳ ହୋଇପାରେ :
ଯଦି ଆପଣ କିଛି ନ ଖାଇ ଓ୍ଵାର୍କଆଉଟ୍‌ କରୁଛନ୍ତି, ତେବେ ଆପଣଙ୍କ ଷ୍ଟ୍ରେମିନା ଦୁର୍ବଳ ହେବା ନିଶ୍ଚିତ । ତେବେ ଖାଲି ପେଟରେ ଏକ୍ସରସାଇଜ୍‌ କରିବା ଆପଣଙ୍କ ଶରୀରକୁ ଦୁର୍ବଳ ଅନୁଭବ କରାଇଥାଏ । ଏହା ସହ ଆପଣଙ୍କର ଷ୍ଟ୍ରେମିନା ଏବଂ କଠିନ ପରିଶ୍ରମ କରିବାର କ୍ଷମତା କମ୍‌ ହୋଇଯାଏ । ତେବେ ଖାଲି ପେଟରେ ଓ୍ଵାର୍କଆଉଟ୍‌ କରିବାବେଳେ, କିଛି ଲୋକ ନିଜେ ଏକ୍ସରସାଇଜ୍‌ ଉପରେ ଧ୍ୟାନ ଦେବାକୁ ଅସମର୍ଥ ହୁଅନ୍ତି । ଏପରି ପରିସ୍ଥିତିରେ ଲୋକମାନେ ବେଳେବେଳେ ଆହତ ହୋଇପାରନ୍ତି ।

ମାଂସପେଶୀ ନଷ୍ଟ ହୋଇପାରେ :
ଖାଲି ପେଟରେ ଓ୍ଵାର୍କଆଉଟ୍‌ କରିବା ଶରୀରରେ ମାଂସପେଶୀ ନଷ୍ଟ ହେବାର ଆଶଙ୍କା ବଢାଇଥାଏ । ତେବେ ଖାଲି ପେଟରେ ଓ୍ଵାର୍କଆଉଟ୍‌ କରିବା ଦ୍ୱାରା ସ୍କିନ୍‌ ଏବଂ ଶରୀରର ମାଂସପେଶୀ ମଧ୍ୟ ଦୁର୍ବଳ ହୋଇଯାଏ । ଏହି ସମୟରେ କରାଯାଇଥିବା ଏକ୍ସରସାଇଜ୍‌ ମଧ୍ୟ ମାଂସପେଶୀକୁ ନଷ୍ଟ କରିପାରେ । ସେଥିପାଇଁ ଯଦି ଆପଣ ମଧ୍ୟ ଖାଲି ପେଟରେ ଏକ୍ସରସାଇଜ୍‌ କରୁଛନ୍ତି, ତାହେଲେ ଏପରି କରିବା ବନ୍ଦ କରନ୍ତୁ । ନଚେତ ଆପଣ ଆଗକୁ ଯାଇ ଏପରି ଅନେକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି ।

D Sonali

Recent Posts

କଟକରେ ଯାନବାହନ ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…

5 mins ago

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

31 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

40 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

1 hour ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମ୍ମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମ୍ମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

1 hour ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

2 hours ago