ରାଜ୍ୟ

ଟମାଟୋ କିଣା ବିକାକୁ ନେଇ ତୁମୁଳକାଣ୍ତ ; ଛୁରାମାଡରେ ଜଣେ ଆହତ, ଜଣେ ଗୁରୁତର

ଆନନ୍ଦପୁର (କେନ୍ୟୁଜ): ଏପଟେ ଟମାଟୋ ଦର ଗ୍ରାହକଙ୍କୁ କନ୍ଦାଉଥିବା ବେଳେ ସେପଟେ ଟମାଟୋ ପାଇଁ ମହାଭାରତ । ଟମାଟୋ କିଣାକୁ ନେଇ ପରିବା ଦୋକାନୀଙ୍କ ଛୁରା ମାଡରେ ଜଣେ ଆହତ, ଅନ୍ୟ ଜଣେ ଗୁରତର । ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ବାଲିପାଳ ସାପ୍ତାହିକ ବଜାର ହାଟରେ ।

ସୂଚନା ଅନୁସାରେ କେଶଦୁରାପାଳ ଗାଁର ଦିଲ୍ଲୀପ ମୁଖୀ ହାଟରେ ଝାଡୁ କରି ଦେକାନ ପିଛା ୫ ଟଙ୍କା ନେଇଥାନ୍ତି । ତେବେ ଗତକାଲି ହାଟରେ ଥିବା ଏକ ପରିବା ଦୋକାନରୁ ଜଣେ ଗ୍ରାହକ ଏକ କିଲୋ ଟମାଟେ ନେଇ ଟଙ୍କା ଦେଇନଥିଲେ । ଏଥିପାଇଁ ପରିବା ଦୋକାନୀ କିନ୍ତୁ ଦିଲ୍ଲୀପ ସେହି ଏକ କିଲୋ ଟମାଟୋ ନେଇଛନ୍ତି କହି ଟଙ୍କା ମାଗିଥିଲେ । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ପରେ ପରିବା ଦୋକାନୀ ଓ ତାର ସହଯୋଗୀ ବାଟରେ ଦିଲ୍ଲୀପଙ୍କୁ ଅଟକାଇ ମାଡ ମାରିଥିଲେ । ଛୁରା ଓ ବଟକରାରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏହି ସମୟରେ ଦିଲ୍ଲୀପଙ୍କ ସହ ଥିବା ଅନ୍ୟ ଜଣେ ଯୁବକ ବି ଆକ୍ରମଣର ଶିକାର ହୋଇଛନ୍ତି । ଝାଡୁଦାର ଦିଲ୍ଲୀପ ଗୁରତର ଆହତ ହୋଇଥିବା ବେଳେ ଅଭିଜିତ ବିନ୍ଧାଣୀ ନାମକ ଯୁବକ ଆହତ ହୋଇଛନ୍ତି । ଉଭୟ ଆନନ୍ଦପୁର ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଏ ନେଇ ଘଷିପୁରା ଥାନାରେ ଅଭିଯୋଗ ପରେ ପୋଲିସ ତିନି ଜଣ ଅଭିଯୁକ୍ତଙ୍କୁ ଅଟକ ରଖି ଖୋଳତାଡ ଜାରି ରଖିଛି ।

Barsha

Recent Posts

ଦାରିଙ୍ଗବାଡ଼ି: ବଜ୍ରାଘାତରେ ୪ ଗୋରୁ ମୃତ

ଦାରିଙ୍ଗବାଡ଼ି : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକ ଅନ୍ତର୍ଗତ କିଲାବାଡ଼ି ଗ୍ରାମରେ  ଆଜି ଅପରାହ୍ନରେ କାଳ ବୈଶାଖୀ ବର୍ଷା ଜନିତ…

25 mins ago

କାଳବୈଶାଖୀର କରାଳ ରୂପ, ବଜ୍ରାଘାତ ନେଲା ୧୨ ଗାଇଙ୍କ ଜୀବନ

ଲକ୍ଷ୍ମୀପୁର : ଆଜି କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ଗଦରାଗୁଡ଼ା ଏବଂ ପିଲ୍କୁର୍ ଗାଁରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି…

1 hour ago

ସାନଖେମୁଣ୍ଡିରେ କାଳବୈଶାଖୀ ବର୍ଷା, ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ ଗାନ୍ଧୀ ଛକରେ ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ…

2 hours ago

୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତ ମୃତ୍ୟୁ ୨୦, ରାଜସ୍ୱ କମିସନଙ୍କ କାର୍ଯ୍ୟାଳୟ ଦେଲା ସୂଚନା

ଗତ ୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତରେ ୨୦ଜଣଙ୍କ ମୃତ୍ୟୁ ଘଟିଛି । ଏହି ସମୟ ମଧ୍ୟରେ ୯୯ଟି ଅଂଶୁଘାତଜନିତ ମୃତ୍ୟୁ…

3 hours ago

ବର୍ଷେ ପରେ ବି ତାଜା ଅଛି ସେହି ଭୟଙ୍କର ଦୁର୍ଘଟଣାର ସ୍ମୃତି, ମନେ ପକାଉଛନ୍ତି ଗାଁ ଲୋକେ ଓ ସ୍ୱେଚ୍ଛାସେବୀ

ସେହି ରେଳ ଧାରଣା ଅଛି । ସେଇଠି ଟ୍ରେନ୍‌ ବି ଚାଲୁଛି । ତଥାପି ଗୁମୁରି ଗୁମୁରି କାନ୍ଦୁଛି ଏ…

4 hours ago

ବାହାନଗା ରେଳ ଦୁର୍ଘଟଣାକୁ ବର୍ଷେ, ମୃତକଙ୍କ ପରିବାରକୁ ସହଯୋଗ କରିଥିଲେ ଡ. ଅଚ୍ୟୁତ ସାମନ୍ତ

ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାକୁ ପୂରିଛି ଏକ ବର୍ଷ । ଏଭଳି ଦୁର୍ଘଟଣାରେ ମର୍ମାହତ ହୋଇ…

4 hours ago