ରାଜ୍ୟ

ଆଦିବାସୀ ସଫ୍ଟୱେୟାର ଇଂଜିନିୟର ଛାତ୍ରୀ ହେଲେ ସମିତି ସଭ୍ୟ ପ୍ରାର୍ଥୀ

ରେଢାଖୋଲ(କେନ୍ଯୁଜ୍): ଚଳିତ ପଞ୍ଚାୟତ ନିର୍ବାଚନରେ ବହୁ ଉଚ୍ଚ ଶିକ୍ଷିତ ଯୁବକ ଯୁବତୀ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଛନ୍ତି । ଏହାରି ଭିତରେ ସମ୍ବଲପୁରର ଜଣେ ଆଦିବାସୀ SOFTWARE ଇଂଜିନିୟର ଛାତ୍ରୀ ସମିତି ସଭ୍ୟ ପ୍ରାର୍ଥୀ ଭାବେ ଛିଡ଼ା ହୋଇଛନ୍ତି । ନାକଟିଦେଉଳ ବ୍ଲକ ପାଣିମୁରା ପଞ୍ଚାୟତରେ ଏଥର ସମିତିସଭ୍ୟା ପାଇଁ ପ୍ରାର୍ଥୀ ହୋଇଛନ୍ତି ଶଙ୍ଖାଭାଙ୍ଗୁଣି ଗାଁର ରଶ୍ମିତା ପ୍ରିୟା ବେକ୍‌ ।

ବାପା କଲ୍ୟାଣ ବେକ୍‌ ଜଣେ ରାଜମିସ୍ତ୍ରୀ । ମାଆ ସୁଭାଷିନି ବେକ୍‌ ଜଣେ ଦିନ ମଜୁରିଆ । ବଡ ଝିଅ ରଶ୍ମିତା ନାକଟିଦେଉଳ କଲେଜରେ ଯୁକ୍ତ ଦୁଇ ବିଜ୍ଞାନ ପଢା ପରେ ଭୁବନେଶ୍ୱର ସ୍ଥିତ ମହାରାଜା ଇନ୍‌ଷ୍ଟିଚ୍ୟୁଟ ଅଫ ଟେକ୍ନୋଲଜି ଇଂଜିନିୟରିଂରେ ପାସ୍‌ କରି ଘରେ ପିଲାଙ୍କୁ ଟ୍ୟୁସନ୍‌ କରି ପରିବାରକୁ ସାହାର୍ଯ୍ୟ କରୁଛନ୍ତି । ପ୍ରଥମ ଥର ପାଇଁ ରାଜନୀତିକୁ ପ୍ରବେଶ କରି ଅଞ୍ଚଳର ବିକାଶ ପାଇଁ ଆଶା ରଖିଥିବା କହିଛନ୍ତି ରଶ୍ମିତା ।

Sonalisa

Recent Posts

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କ ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ

ମେଷ: ଆଜି ପ୍ରତ୍ୟେକ କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବ । ଆପଣ କର୍ମକ୍ଷେତ୍ରରେ କୌଣସି ବିତର୍କରୁ ଦୂରେଇ ରହିବା ଉଚିତ୍…

2 hours ago

ତାଣ୍ଡବ ରଚିଲା କାଳବୈଶାଖୀ, ୮ ଗାଈ ମୃତ

କନ୍ଧମାଳ (କେନ୍ୟୁଜ୍‌): କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଇନ୍ଦ୍ରଗଡ ଗ୍ରାମରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ପବନ…

5 hours ago

ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ବର (କେନ୍ୟୁଜ୍‌): ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…

6 hours ago

ନେତାଜୀ ସଂଗ୍ରହାଳୟ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

କଟକ(କେନ୍ୟୁଜ୍‌): ଦାୟିତ୍ବ ନେବା ପରେ ଆଜି ପ୍ରଥମ ଥର କଟକ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ…

6 hours ago

ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି, ବିନ୍ଦୁସାଗରରେ ତିଳତର୍ପଣ କଲେ ପୂର୍ବତନ କର୍ମଚାରୀ

ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…

6 hours ago

ଆସନ୍ତା ୩ ଦିନ ପ୍ରଚଣ୍ଡ ଗୁଳୁଗୁଳି, ଚେତାବନୀ ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…

6 hours ago