ଆଦିବାସୀ ସଫ୍ଟୱେୟାର ଇଂଜିନିୟର ଛାତ୍ରୀ ହେଲେ ସମିତି ସଭ୍ୟ ପ୍ରାର୍ଥୀ
ରେଢାଖୋଲ(କେନ୍ଯୁଜ୍): ଚଳିତ ପଞ୍ଚାୟତ ନିର୍ବାଚନରେ ବହୁ ଉଚ୍ଚ ଶିକ୍ଷିତ ଯୁବକ ଯୁବତୀ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଛନ୍ତି । ଏହାରି ଭିତରେ ସମ୍ବଲପୁରର ଜଣେ ଆଦିବାସୀ SOFTWARE ଇଂଜିନିୟର ଛାତ୍ରୀ ସମିତି ସଭ୍ୟ ପ୍ରାର୍ଥୀ ଭାବେ ଛିଡ଼ା ହୋଇଛନ୍ତି । ନାକଟିଦେଉଳ ବ୍ଲକ ପାଣିମୁରା ପଞ୍ଚାୟତରେ ଏଥର ସମିତିସଭ୍ୟା ପାଇଁ ପ୍ରାର୍ଥୀ ହୋଇଛନ୍ତି ଶଙ୍ଖାଭାଙ୍ଗୁଣି ଗାଁର ରଶ୍ମିତା ପ୍ରିୟା ବେକ୍ ।
ବାପା କଲ୍ୟାଣ ବେକ୍ ଜଣେ ରାଜମିସ୍ତ୍ରୀ । ମାଆ ସୁଭାଷିନି ବେକ୍ ଜଣେ ଦିନ ମଜୁରିଆ । ବଡ ଝିଅ ରଶ୍ମିତା ନାକଟିଦେଉଳ କଲେଜରେ ଯୁକ୍ତ ଦୁଇ ବିଜ୍ଞାନ ପଢା ପରେ ଭୁବନେଶ୍ୱର ସ୍ଥିତ ମହାରାଜା ଇନ୍ଷ୍ଟିଚ୍ୟୁଟ ଅଫ ଟେକ୍ନୋଲଜି ଇଂଜିନିୟରିଂରେ ପାସ୍ କରି ଘରେ ପିଲାଙ୍କୁ ଟ୍ୟୁସନ୍ କରି ପରିବାରକୁ ସାହାର୍ଯ୍ୟ କରୁଛନ୍ତି । ପ୍ରଥମ ଥର ପାଇଁ ରାଜନୀତିକୁ ପ୍ରବେଶ କରି ଅଞ୍ଚଳର ବିକାଶ ପାଇଁ ଆଶା ରଖିଥିବା କହିଛନ୍ତି ରଶ୍ମିତା ।