Below header

କଟକ ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଆଜିଠୁ ଓଡ଼ିଶା ଓପନ୍‌ ବ୍ୟାଡମିଣ୍ଟନ ଚାମ୍ପିଅନସିପ୍

କଟକ(କେନ୍ଯୁଜ୍): କଟକ ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଆଜିଠୁ ଆରମ୍ଭ ହେବ ଓଡ଼ିଶା ଓପନ୍‌ ବ୍ୟାଡମିଣ୍ଟନ ଚାମ୍ପିଅନସିପ । ୩୦ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ୧୮ ଦେଶରୁ ତିନି ଶହ ଖେଳାଳି ଭାଗ ନେଉଛନ୍ତି । ଦୁଇ ଶହ ଅଫିସିଆଲ ଏହି ଟୁର୍ଣ୍ଣାମେଣ୍ଟରେ ଉପସ୍ଥିତ ରହିବେ । ଓଡିଶାର ପାଞ୍ଚ ଖେଳାଳି ଏଥିରେ ଭାଗ ନେଉଛନ୍ତି ।

ଭୁବନେଶ୍ଵରରେ ଖେଳାଳିଙ୍କ ରହଣି ବ୍ୟବସ୍ଥା କରାଯାଇଥିବା ବେଳେ, ସେମାନେ କଡା ସୁରକ୍ଷା ବଳୟ ଭିତରେ ଆସି କଟକରେ ଖେଳିବେ । କୋଭିଡ କଟକଣା ପାଇଁ ବିନା ଦର୍ଶକରେ ବାୟୋ ବବଲରେ ମ୍ୟାଚ ଆୟୋଜନ ବ୍ୟବସ୍ଥାରେ ମ୍ୟାଚ ଖେଳାଯିବ । ଏଥିପାଇଁ ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ପାଞ୍ଚଟି କୋର୍ଟ ପ୍ରସ୍ତୁତ ହୋଇଛି । ଏହି ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ଓଡିଶାରେ ଆୟୋଜିତ ହେଉଥିବାରୁ କମିଶନରେଟ ପୋଲିସ, ଜିଲ୍ଲା ପ୍ରଶାସନ ଓ କଟକ ମହାନଗର ନିଗମ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.