ବୌଦ୍ଧ(କେନ୍ୟୁଜ୍) : ଜୀବନରେ ଥରେ ସମସ୍ତେ ବିବାହ ଭଳି ପବିତ୍ର ବନ୍ଧନରେ ବାନ୍ଧି ହୋଇଥାନ୍ତି ଏବଂ ଏହି ପବିତ୍ର ବନ୍ଧନକୁ ସବୁଦିନ ମନେ ରଖିବାକୁ ମଧ୍ୟ ଚାହିଁଥାନ୍ତି । କିଏ ଦାମୀ ଗାଡ଼ିକୁ ଫୁଲ ରେ ସଜାଇ ବରଯାତ୍ରୀ ଯାଏ ତ ଆଉ କିଏ ଘୋଡ଼ା ଗାଡ଼ିରେ ବସି କନ୍ଯାକୁ ଆଣିବାକୁ ଯାଏ। ହେଲେ ବୌଦ୍ଧ ଜିଲ୍ଲାରେ ଦେଖିବାକୁ ମିଳିଛି ଏକ ନିଆରା ବାହାଘର ।
ନିଆରା ବିବାହ ସାଙ୍ଗକୁ ନିଆରା ବରଯାତ୍ରୀ ମଧ୍ୟ । ଗାଡ଼ି ନୁହେଁ କି ଘୋଡ଼ା ନୁହେଁ, ଜେସିବିରେ ନୟାଗଡ଼ ଜିଲ୍ଲାକୁ କନ୍ଯା ଆଣିବାକୁ ବୌଦ୍ଧ ଜିଲ୍ଲାରୁ ଗଲେ ବର । ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକ୍ ଛତରଙ୍ଗ ଗ୍ରାମର ଗଙ୍ଗାଧର ବେହେରାଙ୍କର ଗତକାଲି ଥିଲା ବିଭାଗର ।
ବରଯାତ୍ରୀ ଯାଇଥିଲା ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଅଞ୍ଚଳକୁ ।ଚକିନ୍ତୁ ସେଠାକୁ ବର ଗାଡ଼ି କିମ୍ବା ଘୋଡ଼ାରେ ନ ଯାଇ ଏକ ଯେସିବିରେ ଯାଇଥିଲେ । ଜେସିବିକୁ ଫୁଲରେ ସଜା ଯାଇଥିଲା । ଜେସିବିରେ ବର ବରଯାତ୍ରୀ ଧରି ଯାଇଥିଲେ କନ୍ଯା ଘର ଅଭିମୁଖେ । ସେଠାରେ ଏପରି ଏକ ନିଆରା ବରଯାତ୍ରୀ ରୋଷଣୀ ଦେଖି ଲୋକେ ବି ଆଶ୍ଚର୍ଯ୍ୟ ହୋଇଥିଲେ । ବରଙ୍କର ଏପରି ନିଆର ପ୍ରୟାସକୁ ସମସ୍ତେ ସ୍ୱାଗତ ମଧ୍ୟ କରିଥିଲେ ।
ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କରାଇଥିବା ମୁଖ୍ୟ ଆଚାର୍ଯ୍ୟ ଲକ୍ଷ୍ମୀକାନ୍ତ ଦୀକ୍ଷିତଙ୍କ ୯୦ ବର୍ଷ ବୟସରେ ଦେହାନ୍ତ ହୋଇଛି…
ବ୍ରହ୍ମଗିରି(କେନ୍ୟୁଜ): ସ୍ନାନ ପୂର୍ଣ୍ଣିମା ଦିନ ୧୦୮ ସୁବାସିତ ଜଳରେ ସ୍ନାନ କରିବା ପରେ ସବୁ ବର୍ଷ ପରି ଚଳିତ ବର୍ଷ…
ଆଠମଲ୍ଲିକ: ଆଠମଲ୍ଲିକ ନିକଟସ୍ଥ ମାଳିପଦର ଗ୍ରାମ ନିକଟ ପୂର୍ତ୍ତ ରାସ୍ତାରେ ଜଳିଗଲା ବାଇକ | ପ୍ରକାଶ ଯେ, ଆଠମଲ୍ଲିକ କିଆକଟା…
ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ । ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସ୍ୱାତି…
ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହକୁ ନେଇ ଅନେକ ଦିନ ହେବ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ଚାଲିଛି…
ମହାରାଷ୍ଟ୍ରର ଠାଣେର ଉପବନ ଅଞ୍ଚଳରେ ଶୁକ୍ରବାର ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଥିବା ଫୁଟବଲ୍ ଟର୍ଫ…