ନିଆରା ବିବାହ, ଗାଡ଼ି ନୁହେଁ କି ଘୋଡ଼ା ନୁହେଁ ବିବାହ ପାଇଁ ଜେସିବିରେ ଗଲେ ବର

ଜୀବନରେ ଥରେ ସମସ୍ତେ ବିବାହ ଭଳି ପବିତ୍ର ବନ୍ଧନରେ ବାନ୍ଧି ହୋଇଥାନ୍ତି ଏବଂ ଏହି ପବିତ୍ର ବନ୍ଧନକୁ ସବୁଦିନ ମନେ ରଖିବାକୁ ମଧ୍ୟ ଚାହିଁଥାନ୍ତି । କିଏ ଦାମୀ ଗାଡ଼ିକୁ ଫୁଲ ରେ ସଜାଇ ବରଯାତ୍ରୀ ଯାଏ ତ ଆଉ କିଏ ଘୋଡ଼ା ଗାଡ଼ିରେ ବସି କନ୍ଯାକୁ ଆଣିବାକୁ ଯାଏ। ହେଲେ ବୌଦ୍ଧ ଜିଲ୍ଲାରେ ଦେଖିବାକୁ ମିଳିଛି ଏକ ନିଆରା ବାହାଘର ।

ବୌଦ୍ଧ(କେନ୍ୟୁଜ୍‌) : ଜୀବନରେ ଥରେ ସମସ୍ତେ ବିବାହ ଭଳି ପବିତ୍ର ବନ୍ଧନରେ ବାନ୍ଧି ହୋଇଥାନ୍ତି ଏବଂ ଏହି ପବିତ୍ର ବନ୍ଧନକୁ ସବୁଦିନ ମନେ ରଖିବାକୁ ମଧ୍ୟ ଚାହିଁଥାନ୍ତି । କିଏ ଦାମୀ ଗାଡ଼ିକୁ ଫୁଲ ରେ ସଜାଇ ବରଯାତ୍ରୀ ଯାଏ ତ ଆଉ କିଏ ଘୋଡ଼ା ଗାଡ଼ିରେ ବସି କନ୍ଯାକୁ ଆଣିବାକୁ ଯାଏ। ହେଲେ ବୌଦ୍ଧ ଜିଲ୍ଲାରେ ଦେଖିବାକୁ ମିଳିଛି ଏକ ନିଆରା ବାହାଘର ।

ନିଆରା ବିବାହ ସାଙ୍ଗକୁ ନିଆରା ବରଯାତ୍ରୀ ମଧ୍ୟ । ଗାଡ଼ି ନୁହେଁ କି ଘୋଡ଼ା ନୁହେଁ, ଜେସିବିରେ ନୟାଗଡ଼ ଜିଲ୍ଲାକୁ କନ୍ଯା ଆଣିବାକୁ ବୌଦ୍ଧ ଜିଲ୍ଲାରୁ ଗଲେ ବର । ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକ୍ ଛତରଙ୍ଗ ଗ୍ରାମର ଗଙ୍ଗାଧର ବେହେରାଙ୍କର ଗତକାଲି ଥିଲା ବିଭାଗର ।

ବରଯାତ୍ରୀ ଯାଇଥିଲା ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଅଞ୍ଚଳକୁ ।ଚକିନ୍ତୁ ସେଠାକୁ ବର ଗାଡ଼ି କିମ୍ବା ଘୋଡ଼ାରେ ନ ଯାଇ ଏକ ଯେସିବିରେ ଯାଇଥିଲେ । ଜେସିବିକୁ ଫୁଲରେ ସଜା ଯାଇଥିଲା । ଜେସିବିରେ ବର ବରଯାତ୍ରୀ ଧରି ଯାଇଥିଲେ କନ୍ଯା ଘର ଅଭିମୁଖେ । ସେଠାରେ ଏପରି ଏକ ନିଆରା ବରଯାତ୍ରୀ ରୋଷଣୀ ଦେଖି ଲୋକେ ବି ଆଶ୍ଚର୍ଯ୍ୟ ହୋଇଥିଲେ । ବରଙ୍କର ଏପରି ନିଆର ପ୍ରୟାସକୁ ସମସ୍ତେ ସ୍ୱାଗତ ମଧ୍ୟ କରିଥିଲେ ।

Leave A Reply

Your email address will not be published.