Below header

କଳିଙ୍ଗ ପେସାଦାର ସାମ୍ବାଦିକ ସଙ୍ଘ, ଓଡିଶା ପକ୍ଷରୁ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ

ଭୁବନେଶ୍ୱର ସ୍ଥିତ ସଙ୍ଘ କାର୍ଯ୍ୟାଳୟ ଠାରେ ସୋମବାର "କଳିଙ୍ଗ ପେସାଦାର ସାମ୍ବାଦିକ ସଙ୍ଘ ମଈ ଦିବସ ସମାରୋହ ରାଜ୍ୟ ସଭାପତି ମନୋଜ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ 'ଗଣମାଧ୍ୟମ ବନାମ ସାମାଜିକ ଗଣମାଧ୍ୟମ "ଶୀର୍ଷକ ରାଜ୍ୟସ୍ତରୀୟ ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବେ ତୁଷାର କାନ୍ତି ବେହେରା, ମାନ୍ୟବର ମନ୍ତ୍ରୀ ଆଇ. ଟି., କ୍ରୀଡା ଓ ଯୁବ କଲ୍ୟାଣ ଏବଂ ଗୃହ, ଓଡିଶା, ମୁଖ୍ୟ ବକ୍ତା ବିଶିଷ୍ଟ ସାମ୍ବାଦିକ ଵାଲାଭାସ୍କର ଯୋଗଦେଇଥିଲେ ।

 ଭୁବନେଶ୍ୱର :  ଭୁବନେଶ୍ୱର ସ୍ଥିତ ସଙ୍ଘ କାର୍ଯ୍ୟାଳୟ ଠାରେ ସୋମବାର “କଳିଙ୍ଗ ପେସାଦାର ସାମ୍ବାଦିକ ସଙ୍ଘ ମଈ ଦିବସ ସମାରୋହ ରାଜ୍ୟ ସଭାପତି ମନୋଜ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ‘ଗଣମାଧ୍ୟମ ବନାମ ସାମାଜିକ ଗଣମାଧ୍ୟମ “ଶୀର୍ଷକ ରାଜ୍ୟସ୍ତରୀୟ ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବେ ତୁଷାର କାନ୍ତି ବେହେରା, ମାନ୍ୟବର ମନ୍ତ୍ରୀ ଆଇ. ଟି., କ୍ରୀଡା ଓ ଯୁବ କଲ୍ୟାଣ ଏବଂ ଗୃହ, ଓଡିଶା, ମୁଖ୍ୟ ବକ୍ତା ବିଶିଷ୍ଟ ସାମ୍ବାଦିକ ଵାଲାଭାସ୍କର (ହାଇଦ୍ରାବାଦ ), ସମ୍ମାନିତ ଅତିଥିଭାବେ ମାନ୍ୟବର ବିଧାୟକ ଅନନ୍ତ ନାରାୟଣ ଜେନା, ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ର ଅଧ୍ୟାପିକା ଡ଼କ୍ଟର ବିଜୟଲକ୍ଷ୍ମୀ ମହାନ୍ତି, ମୁଖ୍ୟ ସମ୍ପାଦକ ସଞ୍ଜୟ ଜେନା, ଶ୍ରମିକ ନେତା ନବ କିଶୋର ମହାନ୍ତି, ଅଭିନେତା  ଅଶ୍ରୁମୋଚନ ମହାନ୍ତି, କର୍ପୋରେଟର ଆର୍ଶୀୟା ବେଗମ ଯୋଗଦେଇଥିଲେ ।

ସଙ୍ଘର ଉପସଭାପତି ଡ଼କ୍ଟର ଅରୂପ କୁମାର ଜେନା ସ୍ୱାଗତ ଭାଷଣ ଦେଇଥିବା ବେଳେ ସାଧାରଣ ସମ୍ପାଦକ ରାଜ କିଶୋର ସ୍ୱାଇଁ ବିବରଣୀ ପାଠ କରିଥିଲେ ।  ସଙ୍ଘର କାର୍ଯ୍ୟକାରୀ ସଭାପତି ପରମେଶ୍ୱର ଦାଶ ସଙ୍ଘର କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ବିଭିନ୍ନ ଅଞ୍ଚଳର ୨୨ ଜଣ ସାମ୍ବାଦିକ, ଜଣେ ସାରସ୍ୱତ ସାଧକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ରାମେଶ୍ଵର ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ ।

ସଭା ଆରମ୍ଭରେ ସଙ୍ଗୀତ ପରିବେଷଣ କରାଯାଇଥିଲା ।  କଣ୍ଠଶିଳ୍ପୀ କୈଳାସ ସାହୁ, ସଙ୍ଘର ଉପସଭାପତି ବିନାୟକ ମିଶ୍ର, ସୌରଭ ପଟ୍ଟନାୟକ, ସନ୍ତୋଷ ଦେହୁରୀ, ବାସୁଦେବ ବରାଡ଼, ଦୁଃଶାସନ ନାୟକ, ସମ୍ପାଦକ ସୁନାକର ଦାସ, ବିଶ୍ୱଜିତ ପଟ୍ଟନାୟକ, ବିଜୟ ସହିସ, ଯୋଗେଶ୍ୱର ଦାସ, ସୁନୀଲ ପଟ୍ଟନାୟକ, ସଂଗଠନ ସମ୍ପାଦକ ଦୀପକ ମହାପାତ୍ର, କୋଷାଧକ୍ଷ ସୁଭାଷ ସ୍ୱାଇଁ, ମନୋଜ କୁମାର ବେହେରା, ନିହାର ରଂଜନ ପଣ୍ଡା, ସୁକାନ୍ତ କୁମାର ମହାନ୍ତି, ନୀଳମଣି ସାହୁ, ଶୋଭାକର ବେହେରା, ଜୟସେନ ପରିଡା, ଅରୁଣ ଓତା, ସୁକୁମାର ରଣା, ଜିତୁ ପଟ୍ଟନାୟକଙ୍କ ସମେତ ରାଜ୍ୟରୁ  ଶତାଧିକ ସାମ୍ବାଦିକ ଯୋଗଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.