ମା’ର ଚିକିତ୍ସା କରି ଫେରୁଥିବା ବେଳେ ବାଟରେ ଜଗିଥିଲା ଯମ, ବସ୍‌କୁ କାର୍‌ ଧକ୍କା ଦେବାରୁ ଚାଲିଗଲା ୨ ଜଣଙ୍କ ଜୀବନ

ଦିଲ୍ଲୀରୁ ଲକ୍ଷ୍ନୌ ଯାଉଥିବା କାର ରାସ୍ତାରେ ଠିଆ ହୋଇଥିବା ବସ୍‌କୁ ଧକ୍କା ଦେଇଥିଲା । କାରରେ ଥିବା ଲୋକଙ୍କ ମଧ୍ୟରୁ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ମହିଳା ଆହତ ହୋଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ହସପିଟାଲରେ ଭର୍ତ୍ତି କରିବା ସହିତ ଏମାନଙ୍କୁ ଲକ୍ଷ୍ନୌ ଟ୍ରମା ସେଣ୍ଟରକୁ ରେଫର କରିଥିଲା ।

ଉତ୍ତରପ୍ରଦେଶ ଉନ୍ନାଓରେ ଲକ୍ଷ୍ନୌ-ଆଗ୍ରା ଏକ୍ସପ୍ରେସ ୱେରେ ବସ୍‌ ଏବଂ କାର ମଧ୍ୟରେ ମର୍ମନ୍ତୁଦ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ହସପିଟାଲରେ ଭର୍ତ୍ତି କରିଥିଲା । କାରରେ ଥିବା ସମସ୍ତ ଲୋକ ଦିଲ୍ଲୀରୁ ଲକ୍ଷ୍ନୌ ଯାଉଥିଲେ ।

ଏହି ଘଟଣା ଔରାସ ଥାନା ଅଞ୍ଚଳରେ ଲକ୍ଷ୍ନୌ-ଆଗ୍ରା ଏକ୍ସପ୍ରେସରେ ଘଟିଥିଲା । ଦିଲ୍ଲୀରୁ ଲକ୍ଷ୍ନୌ ଯାଉଥିବା କାର ରାସ୍ତାରେ ଠିଆ ହୋଇଥିବା ବସ୍‌କୁ ଧକ୍କା ଦେଇଥିଲା । କାରରେ ଥିବା ଲୋକଙ୍କ ମଧ୍ୟରୁ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ମହିଳା ଆହତ ହୋଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ହସପିଟାଲରେ ଭର୍ତ୍ତି କରିବା ସହିତ ଏମାନଙ୍କୁ ଲକ୍ଷ୍ନୌ ଟ୍ରମା ସେଣ୍ଟରକୁ ରେଫର କରିଥିଲା ।

ତେବେ ଲକ୍ଷ୍ନୌ ସିକରୋରୀରେ ରହୁଥିବା ଲୁକମାନ ନିଜ ମା ଏବଂ ଭଉଣୀଙ୍କ ସହିତ ଦିଲ୍ଲୀ ଯାଉଥିଲେ । ଦିଲ୍ଲୀରୁ ଲକ୍ଷ୍ନୌ ଯାଉଥିବା ବେଳେ ଉନ୍ନାଓରେ ଲକ୍ଷ୍ନୌ-ଆଗ୍ରା ଏକ୍ସପ୍ରେସ ୱେରେ ମଥୁରା ଡିପୋ ପାଖରେ ଖରାପ ହୋଇଥିବା ରୋଡେଓ୍ଵଜ ବସ୍‌ ସହିତ ଧକ୍କା ହୋଇଥିଲା । ଘଟଣା ସ୍ଥଳରେ ଲୁକମାନ ଏବଂ ତାଙ୍କର ଜଣେ ଭଉଣୀଙ୍କ ମୃତ୍ୟୁ ହୋଇଥିଲା । ମା’ ଏବଂ ଅନ୍ୟ ୨ ଭଉଣୀଙ୍କ ଅବସ୍ଥା ଗୁରୁତର ରହିଥିବା ବେଳେ ସେମାନେ ଚିକିତ୍ସିତ ହେଉଛନ୍ତି ।

ତେବେ ବ୍ୟକ୍ତି ଜଣକ ମାଙ୍କ ଚିକିତ୍ସା ପାଇଁ ଦିଲ୍ଲୀ ଯାଇଥିଲେ । ଆଉ ଘରକୁ ଫେରିବା ବେଳେ ଏଭଳି ଦୁର୍ଘଟଣା ଘଟିଥିଲା ।

ଉତ୍ତରପ୍ରଦେଶ ବରେଲୀ ଜିଲ୍ଲାରେ ଏକ ଯାତ୍ରୀବାହୀ ବସ୍‌ ଫ୍ଲାଏଓଭରରୁ ଖସିପଡିବା ଯୋଗୁଁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଆହତ ହୋଇଥିଲେ ।  ଦୁର୍ଘଟଣାଟି ୩.୩୦ ମିନିଟରେ ହୋଇଥିଲା । ବସ୍‌ଟି ଦିଲ୍ଲୀରୁ ଫେରୁଥିଲା । ଠିକ୍‌ ସେତିକି ବେଳେ ଅନିୟନ୍ତ୍ରିତ ହୋଇ ବସଟି ଫତେହଗଞ୍ଜ ଥାନା ନିକଟରେ ଏକ ଫ୍ଲାଏଓଭରରୁ ଖସି ପଡିଥିଲା । ଫ୍ଲାଏଓଭରରୁ ଖସି ବସ୍‌ ସଂପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଥିଲା । ଏଥିରେ କିଛି ଯାତ୍ରୀ ଫସିଥିବା ବେଳେ ପୋଲିସ ପହଞ୍ଚି ଯାତ୍ରୀଙ୍କୁ ଉଦ୍ଧାର କରିଥିଲା ।

Leave A Reply

Your email address will not be published.