ରାଜ୍ୟ

ଜେଲ୍ ଭିତରେ ଥାଇ ସ୍ୱାମୀକୁ ଫୋନ୍‌ କରି ଧମକ ଦେଉଛି ସ୍ତ୍ରୀ

ଭଦ୍ରକ(କେନ୍ୟୁଜ୍): ଜେଲ ଭିତରେ ଥାଇ ବି ସ୍ୱାମୀ କୁ ଧମକ ଦେଉଛି ସ୍ତ୍ରୀ। ଦେଖାଉଛି ନିଜର ଦବଦବା । ମୁହଁରେ ଟିକେ ବି ଲାଜ ସରମ ନାହିଁ ନିଜେ ଘଟାଇଥିବା କାଣ୍ଡ ପାଇଁ । ସ୍ୱାମୀ ସ୍ତ୍ରୀର ସମ୍ପର୍କ ଦୁନିଆର ସବୁଠୁ ଭଲ ଏବଂ ନିବିଡ ସମ୍ପର୍କ । ଦୁଇଟି ଶରୀର ହେଲେ ମଧ୍ୟ ଦୁହିଁଙ୍କର ମନ ଗୋଟାଏ ହେଇଥାଏ । ଏହି ସମ୍ପର୍କରେ ଉଭୟ ପରସ୍ପରର ପ୍ରତ୍ୟେକ ଇଚ୍ଛାକୁ ସମର୍ପଣ ସହିତ ପୂରଣ କରନ୍ତି । ଯେତେ କଷ୍ଟ ବିପଦ ଅଆସୁ ପଛେ ଉଭୟ ଉଭୟଙ୍କ ସାଥିରେ ସେମିତି ରହିଥାନ୍ତି । ତେବେ ବେଳେ ବଳେ ସ୍ୱାମୀ ସ୍ତ୍ରୀର ସମ୍ପର୍କରେ ବି ତିକ୍ତତା ଦେଖାଯାଏ। ତାବୋଲି କଣ ଜଣେ ନିଜର ହିତାହିତ ଜ୍ଞାନ ଭୁଲି ଯାଇ ଜୀବନରୁ ମାରିଦବା ଭଳି ଉଦ୍ୟମ କରିବ । ଠିକ୍ ଏମିତି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ସାବରଙ୍ଗ ଥାନା ଅଧିନ ବେନ୍ତାନ ପଞ୍ଚାୟତ ଭବାନୀବିନ୍ଧା ଗାଁରେ । ଆଜ୍ଞା ଏଘଟଣା ଶୁଣିଲେ ଆପଣଙ୍କ ଦେହ ଶିହିରି ଉଠିବ । ପାଦ ଥରିବାକୁ ଲାଗିବ ।

ଥରେ ଭାବିଲେ ଯଦି ତତଲା ତେଲ ଆପଣଙ୍କ ଶରୀରରେ ପଡିଗଲେ କେମିତି ଲାଗିବ? ଠିକ୍ ଏମିତି ଘଟିଛି ଜଣେ ସ୍ୱାମୀଙ୍କ କ୍ଷେତ୍ରରେ । ସ୍ୱାମୀଙ୍କ ସହ ଝଗଡା ପରେ ସ୍ତ୍ରୀର ରାଗ ଏମିତି ପଞ୍ଚମ ହୋଇଗଲା ଯେ ଘରେ କଢେଇରେ ତେଲ ଗରମ କରି ସିଧା ଢାଳିଦେଲା ସ୍ୱାମୀର ଶରୀର ଉପରେ । ଥରେ ଭାବିଲେ କେଡେ ନୃଶଂସ ମହିଳା ଜଣକ । ଥରେ ଭାବିଲାନି ଇଏ ମୋ ସ୍ୱାମୀ ବୋଲି। ତେବେ ଏଘଟଣା ପରେ ବର୍ତ୍ତମାନ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି ସ୍ୱାମୀ ଜଣକ । ତେବେ ସବୁଠାରୁ ବଡ କଥା ହେଲା ଏହି ଘଟଣା ପରେ ଅଭିଯୁକ୍ତ ସ୍ତ୍ରୀ ଏବେ ଜେଲ୍ ରେ । ତଥାପି କମିନି ଦାଉ । ଜେଲ ଭିତରୁ ଥାଇ ସ୍ୱାମୀଙ୍କୁ ଦେଉଛି ଧମକ । ଯାହାକୁ ନେଇ ପରିବାର ଲୋକେ ଓ ଜୀବନ ଯନ୍ତ୍ରଣା ସହିତ ଲଢୁଥିବା ସ୍ୱାମୀ ଚିନ୍ତାରେ ।

ଏହି ଘଟଣା ଏବେ ଚହଳ ପକାଇଛି। ସୂଚନା ଅନୁସାରେ ଭଦ୍ରକ ସାବରଙ୍ଗ ଥାନା ଅଧିନ ବେନ୍ତାନ ପଞ୍ଚାୟତ ଭବାନୀବିନ୍ଧା ଗାଁର ଗତ ଜୁଲାଇ ୧୪ ତାରିଖ ଶୁକ୍ରବାର ରାତି ୧୦.୨୦ ସମୟରେ ଚିତ୍କାର କରି ଉଠିଲେ ପ୍ରଫୁଲ୍ଲ। ତାଙ୍କୁ ବଞ୍ଚାଇବାକୁ ବିକଳ ହୋଇ ଗର୍ଜଳ କରିଥିଲେ। ପରେ ଅନ୍ୟ ଘରେ ଶୋଇଥିବା ପରିବାର ଲୋକେ ଉଠି ଦେଖଲାବେଳକୁ ଦେହ ସାରା ଗରମ ତେଲ ପଡିଛି ପ୍ରଫୁଲଙ୍କ ଶରୀରରେ ।

ସେ ଯନ୍ତ୍ରଣାରେ ଛଟପଟ ହେଉଥାଆନ୍ତି। ପାରିବାରିକ କଳହରୁ ପ୍ରଫୁଲ୍ଲର ସ୍ତ୍ରୀ କମଳି ମାହାନା ତାଙ୍କ ଉପରକୁ ଗରମ ତେଲ ପକାଇଛି। ପ୍ରବଳ ବର୍ଷାରେ ତାଙ୍କୁ ପ୍ରଥମେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟ ପରେ କଟକକୁ ସ୍ଥାନାନ୍ତରିତ କରାଗଲା। ପରେ ପରିବାର ଲୋକେ ସାବରଙ୍ଗ ଥାନାରେ ଅଭିଯୋଗ ପରେ କମଳି ମାହାନାଙ୍କୁ ଗିରଫ କରିଥିଲା ପୋଲିସ। ବର୍ତ୍ତମାନ ସେ ଭଦ୍ରକ ଜିଲ୍ଲା କାରାଗାରରେ ବିଚାରାଧୀନ ବନ୍ଦୀ ଭାବରେ ଅଛନ୍ତି।

ସେ ଜେଲରେ ରହି ବି ନିଜ ସ୍ୱାମୀଙ୍କ ଭଲ ମନ୍ଦ ଓ ସ୍ୱାସ୍ଥ୍ୟବସ୍ଥା ବୁଝିବେ କଣ ଓଲଟି ଧମକ ଚମକ ଦେଉଛି। ଅନ୍ୟ ପଟରେ ପ୍ରଫୁଲ୍ଲ ବର୍ତ୍ତମାନ ଜୀବନ ଯନ୍ତ୍ରଣାରେ ଛଟପଟ ହୋଇ ଘର ବିଛଣାରେ ପଡି ରହି କଷ୍ଟ ଭୋଗୁଛନ୍ତି। କଟକ ମେଡିକାଲ ପରେ ଏକ ଘରୋଇ ମେଡିକାଲରେ ଅଳ୍ପ ଚିକିତ୍ସା ପରେ ଅର୍ଥାଭାବରୁ ଘରେ ପଡି ରହିଛନ୍ତି। ଵୁଢା ବାପା ଓ ପରିବାର ଲୋକେ ପ୍ରଫୁଲ୍ଲଙ୍କ ଚିକିତ୍ସା ସହ ତାଙ୍କ ୧୦ ବର୍ଷ ପୁଅର ଦାୟିତ୍ୱ ନେଉଛନ୍ତି। ଜେଲ କତ୍ତୃପକ୍ଷ କହିଛନ୍ତି ଆମର ପ୍ରତ୍ୟେକ ଦିନ ସମସ୍ତଙ୍କୁ ୪ମିନିଟ ଦିଆଯାଏ କଥା କହିବା ପାଇଁ ସେହି ସମୟ ଭିତରେ ସେ ଏଭଳି କଥା କହି ପ୍ରଫୁଲ୍ଲଙ୍କୁ ମାନସିକ ନିଯ୍ୟାତନା ଦିଅନ୍ତି ।

Sonalisa

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

8 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

9 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

9 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

10 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

11 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

11 hours ago