ଟେକ୍

ଗ୍ରୁପ୍‌ କଲିଂର ଲିମିଟି ବଢ଼ାଇଲା ହ୍ଵାଟସ୍ ଆପ୍‌, ଏକା ସହିତ ୩୧ ଜଣଙ୍କୁ କରିପାରିବେ ଗ୍ରୁପ୍‌ କଲ୍‌

ଇନଷ୍ଟାଣ୍ଟ ମେସେଜିଂ ଆପ୍‌ ହ୍ଵାଟସ୍‌ ଆପ୍‌ ଗ୍ରୁପ୍‌ କଲିଂର ଲିମିଟି ବଢ଼ାଇଛି । ବର୍ତ୍ତମାନ ଆପଣ ଏକା ସମୟରେ ଏହି ମେସେଜିଂ ଆପରେ ୩୧ ଜଣଙ୍କ ସହିତ କଥା ହୋଇ ପାରିବେ । ପ୍ରଥମେ ହ୍ଵାଟସ୍‌ ଆପରେ ଲିମିଟ୍‌ ୭ ଥିଲା, ଯାହାକୁ ବଢ଼ାଯାଇ ୧୫ କରାଯାଇଥିଲା କିନ୍ତୁ ବର୍ତ୍ତମାନ ଏହାକୁ ବଢ଼ାଯାଇ ୩୧ କରାଯାଇଛି । ତେବେ ସୂଚନା ଥାଉ କି, ହ୍ଵାଟସ୍‌ ଆପ୍‌ ବର୍ତ୍ତମାନ କେବଳ iOS ଭର୍ସନ ପାଇଁ ଏହି ଫିଚରକୁ ଲାଇଭ୍ କରିଛି ।

ଜାଣି ରଖନ୍ତୁ ଯେ ହ୍ଵାଟସ୍‌ ଆପ୍ ଗତ ବର୍ଷ ଏହି ଫିଚର ଘୋଷଣା କରିଥିଲା ଏବଂ ବର୍ତ୍ତମାନ କହିଛି ଯେ ଆଗାମୀ ଦିନରେ ୩୨ ଜଣ ୟୁଜର ଏକା ସହିତ ଗ୍ରୁପ୍ କଲରେ କଥା ହୋଇପାରିବେ । ଏହି ନୂଆ ଫିଚର ମାଇକ୍ରୋସଫ୍ଟ ଟିମ୍ ଏବଂ ଗୁଗୁଲ୍ ମିଟ୍ ଭଳି ଅନେକ ଲୋକଙ୍କ ସହିତ ଏକା ସମୟରେ କଥା ହେବାରେ ସାହାଯ୍ୟ କରିବ ।

iOS ଭର୍ସନରେ ଏହି ଫିଚର :
ହ୍ଵାଟସ୍‌ ଆପ୍ ବର୍ତ୍ତମାନ iOS ଭର୍ସନ ପାଇଁ ଏହି ଫିଚର ଲଞ୍ଚ କରିଛି, ଯେଉଁଥିରେ ୟୁଜରମାନେ ବର୍ତ୍ତମାନ ୩୧ ଜଣଙ୍କ ସହ ଗ୍ରୁପ୍ କଲ୍ କରିପାରିବେ। ଯଦି ଆପଣ ଏହି ଫିଚରକୁ ଆକ୍ଟିଭ କରିବାକୁ ଚାହୁଁଛନ୍ତି ତେବେ ଏଠାରେ ଆମେ ଆପଣଙ୍କୁ କିଛି ଷ୍ଟେପ୍‌ ବିଷୟରେ ଜଣାଇବୁ । ସୂଚନା ଥାଉକି ହ୍ଵାଟସ୍‌ ଆପ୍ ଦ୍ୱାରା ଏହାର ଆଣ୍ଡ୍ରଏଡ୍ ଭର୍ସନର ରୋଲଆଉଟ୍ ବିଷୟରେ କିଛି କୁହାଯାଇ ନାହିଁ ।

କିପରି ଗ୍ରୁପ୍‌ କଲରେ ୩୧ ଜଣଙ୍କ ସହ ଯୋଡ଼ିବେ :
.ପ୍ରଥମେ ଗ୍ରୁପ୍‌ ଚାଟ୍ ଖୋଲନ୍ତୁ ଯେଉଁଠାରେ ଆପଣ କଲ୍ ଆରମ୍ଭ କରିବାକୁ ଚାହୁଁଛନ୍ତି ।
.ପରେ ଭିଡିଓ କଲ୍ କିମ୍ବା ଭଏସ୍ କଲ୍ ବଟନ୍ ଉପରେ ଟ୍ୟାପ୍ କରନ୍ତୁ, ଯାହା ସ୍କ୍ରିନ୍ ର ଟପରେ ରହିଥିବ ।
. ପରେ କନଫର୍ମ କରନ୍ତୁ ଯେ ଆପଣ ଗ୍ରୁପକୁ କଲ୍‌ କରିବାକୁ ଚାହୁଁଛନ୍ତି ।
. ଯଦି ଆପଣଙ୍କ ଗ୍ରୁପରେ ୩୨ କିମ୍ବା ତାଠାରୁ କମ୍ ୟୁଜର୍ସ ଅଛନ୍ତି, ତେବେ ଆପଣଙ୍କର ଗ୍ରୁପ୍ କଲ୍ ରେ ସମସ୍ତ ୟୁଜରମାନଙ୍କ କଲ୍‌ ଆରମ୍ଭ ହୋଇଯିବ ।
ଧ୍ୟାନ ରଖନ୍ତୁ ଯେ ଯଦି ଗ୍ରୁପରେ ୩୨ରୁ ଅଧିକ ୟୁଜର ଅଛନ୍ତି, ତେବେ ଆପଣ ୩୧ ଜଣ ୟୁଜରଙ୍କୁ ବାଛିବାକୁ ପଡିବ ଯେଉଁମାନଙ୍କ ସହିତ ଆପଣ କଥା ହେବାକୁ ଚାହୁଁଛନ୍ତି ।
ୟୁଜରଙ୍କୁ ବାଛିବା ପରେ, ଆପଣ ଭିଡିଓ କଲ୍ କିମ୍ବା ଭଏସ୍ କଲ୍ ବଟନ୍ ଉପରେ ଟ୍ୟାପ୍ କରି କଲ୍ ଆରମ୍ଭ କରିପାରିବେ ।

Subhalaxmi Das

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

8 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

9 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

9 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

10 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

11 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

11 hours ago