ସୁନ୍ଦରଗଡ଼ (କେ ନ୍ୟୁଜ୍) : ଖୁସିରେ ପିକ୍ନିକ୍ କରିବାକୁ ଗଲେ । ପରିବାର ସହ ଖୁବ୍ ମଜା ବି କଲେ । ହେଲେ ଶେଷରେ ଖୁସି ବଦଳିଗଲା ଦୁଃଖରେ । କାଳ ହେଲା ସେଲଫି ନେବା । ସୁନ୍ଦରଗଡ଼ ତଲସରା ଥାନା ଅନ୍ତର୍ଗତ ଇବ୍ ନଦୀର କନାକୁଣ୍ଡ୍ ନିକଟରେ ଭୋଜି କରିବାକୁ ଆସିଥିବା ବେଳେ ଅଘଟଣ ଘଟିଛି । ଜଣେ ଯୁବତୀଙ୍କର ଗୋଡ଼ ଖସି ଯିବାରୁ ସେ ନଦୀ ଭିତରେ ପଡ଼ି ନିଖୋଜ ହୋଇଯାଇଛନ୍ତି । ତାଙ୍କ ନାଁ ଅନ୍ନପୂର୍ଣ୍ଣା ପ୍ରଜାପତି । ପଥର ଉପରେ ଠିଆ ହୋଇ ସେଲଫି ନେଉଥିବା ବେଳେ ତାଙ୍କ ଗୋଡ଼ ଖସି ଯିବାରୁ ସେ ପ୍ରଖର ସ୍ରୋତରେ ଭାସି ଯାଇଥିଲେ ।
ରାଜଗାଙ୍ଗପୁର ଅଞ୍ଚଳରୁ ଗୋଟିଏ ପରିବାର କନାକୁଣ୍ଡ୍କୁ ଅ।ସିଥିଲେ ଭୋଜି କରିବାକୁ । ୨୭ ବର୍ଷ ବୟସ୍କା ଅନ୍ନପୂର୍ଣ୍ଣା ତାଙ୍କର ମାଆ, ଭାଉଜ ଓ ସମ୍ପର୍କୀୟ ଭାଇ ସହିତ ୧୪ ଜଣ ସାଙ୍ଗକୁ ଧରି ଏଠାକୁ ଆସିଥିଲେ । ତେବେ ଦୁର୍ଭାଗ୍ୟ ଡାକି ଆଣିଲା ସେଲଫି । ଏକ ପଥର ଉପରେ ସେ ସେଲଫି ନେଉଥିବା ବେଳେ ଭାରସାମ୍ୟ ହରାଇ ପାଣିରେ ପଡ଼ି ଯାଇଥିଲେ । ଖବର ପାଇ ତଲସରା ପୋଲିସ ଏବଂ ଅଗ୍ନିଶମ କର୍ମଚାରୀ ପହଞ୍ଚି ଖୋଜାଖୋଜି କରିଥିଲେ । ତେବେ ଅନ୍ନପୂର୍ଣ୍ଣାଙ୍କୁ ପାଇ ନଥିଲେ । ସନ୍ଧ୍ୟା ହୋଇଯିବା ପରେ ଉଦ୍ଧାର କାର୍ଯ୍ୟ ବନ୍ଦ ରହିଛି ।
ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ବରିଷ୍ଠ…
ଉମରକୋଟ: ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ । ନବରଙ୍ଗପୁର ଜିଲ୍ଲା ଉମରକୋଟ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଡାଙ୍ଗରୀଗୁଡାକୁ…
ଭୁବନେଶ୍ୱର : କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଆଇଏସଟିଇ ଜୀବନବ୍ୟାପୀ ସାଧନା ପୁରସ୍କାର ପ୍ରଦାନ କରାଯାଇଛି।…
ସ୍ନାନବେଦୀରେ ଶ୍ରୀଜୀଉଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଶ୍ରୀଜୀଉଙ୍କୁ ସସ୍ତ୍ରୀକ ଦର୍ଶନ କରିଛନ୍ତି। ସ୍ନାନବେଦୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଗଜାନନ ବେଶରେ…
ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଆସନ୍ତାକାଲିଠୁ ଦୁଇ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତ । ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ…