ସୁନ୍ଦରଗଡ, ସେଲଫି ନେଉ ନେଉ ଗୋଡ଼ ଖସି ନିଖୋଜ ହେଲେ ୨୭ ବର୍ଷର ଯୁବତୀ

ସୁନ୍ଦରଗଡ଼ (କେ ନ୍ୟୁଜ୍‌) : ଖୁସିରେ ପିକ୍‌ନିକ୍‌ କରିବାକୁ ଗଲେ । ପରିବାର ସହ ଖୁବ୍‌ ମଜା ବି କଲେ । ହେଲେ ଶେଷରେ ଖୁସି ବଦଳିଗଲା ଦୁଃଖରେ । କାଳ ହେଲା ସେଲଫି ନେବା । ସୁନ୍ଦରଗଡ଼ ତଲସରା ଥାନା ଅନ୍ତର୍ଗତ ଇବ୍ ନଦୀର କନାକୁଣ୍ଡ୍‌ ନିକଟରେ ଭୋଜି କରିବାକୁ ଆସିଥିବା ବେଳେ ଅଘଟଣ ଘଟିଛି । ଜଣେ ଯୁବତୀଙ୍କର ଗୋଡ଼ ଖସି ଯିବାରୁ ସେ ନଦୀ ଭିତରେ ପଡ଼ି ନିଖୋଜ ହୋଇଯାଇଛନ୍ତି । ତାଙ୍କ ନାଁ ଅନ୍ନପୂର୍ଣ୍ଣା ପ୍ରଜାପତି । ପଥର ଉପରେ ଠିଆ ହୋଇ ସେଲଫି ନେଉଥିବା ବେଳେ ତାଙ୍କ ଗୋଡ଼ ଖସି ଯିବାରୁ ସେ ପ୍ରଖର ସ୍ରୋତରେ ଭାସି ଯାଇଥିଲେ ।

ରାଜଗାଙ୍ଗପୁର ଅଞ୍ଚଳରୁ ଗୋଟିଏ ପରିବାର କନାକୁଣ୍ଡ୍‌କୁ ଅ।ସିଥିଲେ ଭୋଜି କରିବାକୁ । ୨୭ ବର୍ଷ ବୟସ୍କା ଅନ୍ନପୂର୍ଣ୍ଣା ତାଙ୍କର ମାଆ, ଭାଉଜ ଓ ସମ୍ପର୍କୀୟ ଭାଇ ସହିତ ୧୪ ଜଣ ସାଙ୍ଗକୁ ଧରି ଏଠାକୁ ଆସିଥିଲେ । ତେବେ ଦୁର୍ଭାଗ୍ୟ ଡାକି ଆଣିଲା ସେଲଫି । ଏକ ପଥର ଉପରେ ସେ ସେଲଫି ନେଉଥିବା ବେଳେ ଭାରସାମ୍ୟ ହରାଇ ପାଣିରେ ପଡ଼ି ଯାଇଥିଲେ । ଖବର ପାଇ ତଲସରା ପୋଲିସ ଏବଂ ଅଗ୍ନିଶମ କର୍ମଚାରୀ ପହଞ୍ଚି ଖୋଜାଖୋଜି କରିଥିଲେ । ତେବେ ଅନ୍ନପୂର୍ଣ୍ଣାଙ୍କୁ ପାଇ ନଥିଲେ । ସନ୍ଧ୍ୟା ହୋଇଯିବା ପରେ ଉଦ୍ଧାର କାର୍ଯ୍ୟ ବନ୍ଦ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.