Categories: ରାଜ୍ୟ

ଛାତ୍ରନିବାସର ଶୌଚାଳୟରେ ଅଘଟଣ : ଛୁରା ମାଡ଼ରେ ୨ ଛାତ୍ର ଗୁରୁତର

ମୟୁରଭଞ୍ଜ : ପୁଣିଥରେ ଶିକ୍ଷାନୁଷ୍ଠାନରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା। ବାରିପଦା ଜିଲ୍ଲା ସାରସକଣା ବ୍ଳକ ସରସ୍ୱତୀ ଶିଶୁମନ୍ଦିରରେ ଘଟିଛି ଅଘଟଣ । ଛାତ୍ରାବାସର ଶୌଚାଳୟରେ ଦୁବୁର୍ତ୍ତର ଛୁରା ମାଡରେ ୨ ଛାତ୍ର ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥାରେ ଆହତ ଛାତ୍ର ଦ୍ୱୟଙ୍କୁ ବାରିପଦା ପିଆରଏମ୍ ମେଡିକାଲରେ ଭର୍ତ୍ତି କରାଯାଇଛି । ଆହତ ଛାତ୍ର ଦୁଇ ନବମ ଶ୍ରେଣୀର ମନୋଜଜ କୁମାର ମହାନ୍ତ ଓ ଷଷ୍ଠ ଶ୍ରେଣୀର ସନ୍ଦିପ ହାଁସଦା ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ , ଆଜି ଭୋର ସମୟରେ ଛାତ୍ରାବାସରେ ରହୁଥିବା ଏହି ୨ ଛାତ୍ର ଶୌଚ ପାଇଁ ଯାଇଥିଲେ। ସେହି ସମୟରେ କେହି ଜଣେ ଦୁବୁର୍ତ୍ତ ପ୍ରଥମେ ସନ୍ଦିପକୁ ଆକ୍ରମଣ କରିଥିଲା। ସନ୍ଦିପର ଚିତ୍କାର ଶୁଣି ଶୌଚାଳୟରୁ ମନୋଜ ବାହାରି ଆସିବାରୁ ଦୁବୁର୍ତ୍ତ ଜଣକ ତାଙ୍କୁ ମଧ୍ୟ ଆକ୍ରମଣ କରି ଲହୁଲୁହାଣ କରି ଫେରାର ହୋଇଯାଇଥିଲା । ଉଭୟଙ୍କୁ ଦୁବୁର୍ତ୍ତ ଜଣକ ବେକ କାଟି ହତ୍ୟା କରିବାକୁ ଉଦ୍ୟମ କରିଥିଲେ ବୋଲି କହିଛନ୍ତି ଆହତ ଛାତ୍ର ।

ସ୍କୁଲ କତ୍ତୃପକ୍ଷ ଖବର ପାଇ ଛାତ୍ର ମାନଙ୍କୁ ଉଦ୍ଧାର କରି ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଝାରପୋଖରିଆ ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ବର୍ତ୍ତମାନ ଯାଏଁ ପୋଲିସ ଦୁବୁର୍ତ୍ତକୁ ଧରି ପାରିନଥିବା ବେଳେ କେଉଁ କାରଣରୁ ଏଭଳି ମାରଣାନ୍ତକ ଆକ୍ରମଣ ହୋଇଛି ତାହାର ସୁରାକ ମଧ୍ୟ ପାଇ ନାହିଁ । ତେବେ ସ୍କୁଲ ଛାତ୍ରାବାସ ମଧ୍ୟକୁ ପସି ଛାତ୍ର ମାନଙ୍କୁ ଏଭଳି ଆକ୍ରମଣ ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

KNews Bureau

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଛାତ୍ରଛାତ୍ରୀଙ୍କ ପାଇଁ କିପରି କଟିବ ଦିନ

ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…

2 hours ago

ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ, ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…

4 hours ago

ବାଲେଶ୍ବର ସହରରେ କର୍ଫ୍ୟୁ କୋହଳ, ଆସନ୍ତାକାଲି ଠାରୁ ଲ୍ୟାଣ୍ଡ ଲାଇନ୍ based internet ହେବ କୋହଳ

ବାଲେଶ୍ଵର :  ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…

5 hours ago

ପିସିସି ସଭାପତିଙ୍କୁ କାଳିମାଡ଼, କଂଗ୍ରେସ ଭବନରେ ପଶି କଲେ କାଳିମାଡ଼

ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…

5 hours ago

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…

6 hours ago

ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁଲା ମୌସୁମୀ, ୨ ଦିନ ଭିତରେ ସାରା ରାଜ୍ୟକୁ ଛୁଇଁବ

ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…

7 hours ago