ରାଜ୍ୟ

ରାଉରକେଲା: ଗୁରୁଣ୍ଡିଆ ବାଦଲଗିରି ଜଳପ୍ରପାତରେ ଗାଧୋଇବା ବେଳେ ଅଘଟଣ, ଜଣେ ମୃତ ଓ ଜଣେ ନିଖୋଜ

ରାଉରକେଲା(କେନ୍ୟୁଜ୍): ସାଙ୍ଗମାନଙ୍କ ସହିତ ଜଳ ପ୍ରପାତକୁ ଜାଇ ମଜାମସ୍ତି କରିବା ୨ ଜଣ ଯୁବକଙ୍କୁ ମହଙ୍ଗା ପଡିଛି   । ସୁନ୍ଦରଗଡ ଜିଲ୍ଲା ବଣାଇ ଗୁରୁଣ୍ଡିଆର ସୋଲ ପଞ୍ଚାୟତର ବାଦଲ ଗିରିଜ ଜଳ ପ୍ରପାତରେ ଭସିଗଲେ ଦୁଇ ଯୁବକ  । ଦୁଇ ଜଣ ଯୁବକଙ୍କ ମଧ୍ୟରୁ ଜଣେ ନିଖୋଜ ହେବା ସହିତ ଅନ୍ୟ ଜଣଙ୍କର ଶବ ଉଦ୍ଧାର ହୋଇଛି । ଯୁବକ ଦ୍ୱୟ ହେଲେ ୨୨ ବର୍ଷିୟ ସାଇ ସ୍ୱରୂପ ମହାନ୍ତି ଏବଂ ଅନିମେଷ ସିନ୍ହା ।

ସୁଚନାନୁଯାୟୀ ରାଉଲକେଲାର କୋଏଲ ନଗର ଅଞ୍ଚଳରୁ ଆଜି ପୂର୍ବାହ୍ନରେ ସ୍ୱରୂପ ଏବଂ ଅନିମେଶଙ୍କ ସମେତ ୮ ଜଣ ଯୁବକ ଗୁରୁଣ୍ଡିଆ ଥାନା ଅର୍ନ୍ତଗତ ବନୈକେଳାରୁ ସୋଇ ଗ୍ରାମ୍ୟ ଉନ୍ନୟନ ରାସ୍ତା ସାପଲତାରୁ ୩ କିଲୋମିଟର ଦୂରରେ ଥିବା ଜଳପ୍ରପାତ ଅଭିମୁଖେ ବାହାରିଥିଲେ । ଏହି ଯୁବକମାନେ ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ । ତେବେ ଗତ କାଲି ରବିବାର ଥିବାରୁ ୪ଟି ସ୍କୁଟିରେ ସେମାନେ ମଜାମସ୍ତି କରିବାକୁ ବାହାରିଥିଲେ । ତେବେ ଦିନ ୧୨ ଟା ବେଳକୁ ଜଳପ୍ରପାତର ୩ ନମ୍ବର କୁଣ୍ଡରେ ୩ଜଣ ବନ୍ଧୁ ଗାଧୋଉ ଥିବା ବେଳେ ଅନ୍ୟ ୫ ଜଣ ବନ୍ଧୁ ସେହି ପାଖରେ ବସିଥିଲେ । ଗାଧୋଉଥିବା ସମୟରେ ହଠାତ୍‌ ୩ ଜଣନିଖୋଜ ହୋଇଯିବା ପରେ ଅନ୍ୟ ୫ ଜଣ ବନ୍ଧୁ ବିପୁଳ ଉଦ୍ୟମ କରି କେବଳ ଜଣଙ୍କୁ ଉଦ୍ଧାର କରିଥିବାବେଳେ ଅନିମେଶ ଓ ସ୍ୱରୂପକୁ ସେମାନେ ପାଇ ନଥିଲେ ।

ତେବେ ନିଖୋଜ ସ୍ୱରୂପ ଓ ଅନିମେଶଙ୍କୁ ଜାତୀୟ ସ୍ତରର ବଡ କମ୍ପାନୀରେ ନିଯୁକ୍ତି ପତ୍ର ଆସିଥିଲା ।ଅନ୍ୟ ୬ ଜଣ ବନ୍ଧୁଙ୍କର ମଧ୍ୟ ଚାକିରି ପାଇଁ କ୍ୟାମ୍ପସ ମାଧ୍ୟମରେ ଚୟନ ହୋଇଥିଲା । ନିଜ ଭବିଷ୍ୟତର ପ୍ରଥମ ପାହାଚକୁ ଚଢିବା ଖୁସିରେ ଏହି ୮ ଜଣ ମିଶି ଜଳ ପ୍ରପାତକୁ ଗାଧୋଇବାକୁ ଯାଇଥିଲେ । କିନ୍ତୁ ର୍ଦ୍ଦୁଭାଗ୍ୟ ବସତ ତାଙ୍କ ସହିତ ଏଭଳି ଏକ ଅଘଟଣ ଘଟିଥିଲା । ନିଖୋଜ ସଂର୍ପକିତ ସୂଚନା ମିଳିବା ପରେ ଗୁରୁଣ୍ଡିଆ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣା ସ୍ଥଳକୁ ଆସି ଉଭୟଙ୍କର ସନ୍ଧାନ କରି ଅନିମେଶଙ୍କ ମୃତଦେହ ଉଦ୍ଧାର କରିଛନ୍ତି । ଅନ୍ୟପକ୍ଷରେ ସାଇ ସ୍ୱରୂପର କୌଣସି ପତ୍ତା ମିଳୁନଥିବାରୁ ଆଜି ପୁନଶ୍ଚ ଖୋଜିବାକୁ ଯାଇଛନ୍ତି ଅଗ୍ନିଶମ ବିଭାଗ ।

KNews Bureau

Recent Posts

କାନକଟା ଘାଟିରେ ହାଇୱାକୁ ପିଟିହେଲା ବସ, ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ

ବ୍ରହ୍ମପୁର : ଗଞ୍ଜାମ ଗଜପତି ଜିଲ୍ଲା ସୀମାନ୍ତ କାନକଟା ଘାଟିରେ ହାଇୱାକୁ ପିଟିହେଲା ବସ ।   ଅଳ୍ପକେ ବର୍ତ୍ତିଲେ ୪୦…

29 mins ago

କିସରେ ହେବ ସର୍ବବୃହତ ସାଇକେଲ ଭିଲୋ ଡ୍ରମ୍, ଖୁବ୍ ଶୀଘ୍ର ହେବ ଏହାର ଉଦଘାଟନ

ଭୁବନେଶ୍ୱର : କିଟ୍ ଓ କିସ୍ ହେଉଛି କ୍ରୀଡାର ହବ୍ । କିସରେ ଯୋଡି ହେବାକୁ ଯାଉଛି ସର୍ବବୃହତ ସାଇକେଲ…

1 hour ago

ନବୀନ ପଟ୍ଟନାୟକ ସମ୍ପୂର୍ଣ୍ଣ ଭାବେ ସୁସ୍ଥ : ତାରାପ୍ରସାଦ ବାହିନୀପତି

କେନ୍ୟୁଜ(ବ୍ୟୁରୋ) : ବିଜୁ ଜନତା ଦଳ ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଅଛନ୍ତି…

1 hour ago

ମନ୍ଦିର ପରିସରରୁ ମୟୁର, ଶାରୀ, ଶୁଆ ଉଦ୍ଧାର କଲେ ବନବିଭାଗ

ଭୁବନେଶ୍ୱର(କେନ୍ୟୁଜ୍‌): ଆଜିକାଲି ଘରେ ପକ୍ଷୀମାନଙ୍କୁ ପଞ୍ଜୁରୀରେ ରଖିବା ଏକ ପ୍ରକାର ଟ୍ରେଣ୍ଡ ପାଲଟିଗଲାଣି । ନିଜ ସଉକ ପାଇଁ କଥା…

2 hours ago

ସାଉଦି ଆରବରେ ହିଟ୍ ଷ୍ଟ୍ରୋକ୍‌ର ତାଣ୍ଡବ, ମକ୍କାରେ ହଜ୍‌ ଯାତ୍ରୀଙ୍କ ମୃତ୍ୟୁ ସଂଖ୍ୟା ୧୦୦୦ ଟପିଲା

ସାଉଦି ଆରବରେ ହିଟ୍ ଷ୍ଟ୍ରୋକ୍ ମୃତ୍ୟୁର ତଣ୍ଡବ ରଚିଛି । ରିପୋର୍ଟରୁ ଜଣାପଡ଼ିଛି, ଚଳିତ ବର୍ଷ ମକ୍କାରେ ହିଟ୍‌ ୱେଭ୍‌…

2 hours ago

ଅନୁଷ୍ଠିତ ହେଲା ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବ, ସୃଷ୍ଟି ହୋଇଛି ଖୁବ ଭକ୍ତିମୟ ପରିବେଶ

କଥାରେ ଅଛି ବିଶ୍ୱାସେ ମିଳଇ ହରି, ତର୍କେ ବହୁଦୂର । ଯେଉଁଠି ବିଶ୍ୱାସ ଅଛି ସେଠି ଭଗବାନ ଅଛନ୍ତି ,…

3 hours ago