ରାଜ୍ୟ

ବିଷ୍ଣୁ ଗୌଡ଼ ହତ୍ୟା ମାମଲା, ଅଭିଯୁକ୍ତ ଡାକ୍ତରଙ୍କୁ ଆଜୀବନ କାରାଦଣ୍ଡଦେଶ ସହ ୧୦ ଲକ୍ଷ ଫାଇନ

ବ୍ରହ୍ମପୁର : ବିଷ୍ଣୁ ଗୌଡ଼ ହତ୍ୟା ମାମଲାର ରାୟ ଆଜି ପ୍ରକାଶ ପାଇଛି l ଅଭିଯୁକ୍ତ ଡାକ୍ତରଙ୍କୁ ଆଜୀବନ କାରାଦଣ୍ଡଦେଶ ସହ ୧୦ ଲକ୍ଷ ଫାଇନ ହୋଇଥିବା ବେଳେ ଅନ୍ୟ ଦୁଇଜଣଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ  ଓ ୫ ହଜାର ଲେଖାଏଁ ଫାଇନ ଶୁଣାଇଛନ୍ତି ମାନ୍ୟବର କୋର୍ଟ l

ବ୍ରହ୍ମପୁରରେ ଘଟିଥିବା ବହୁ ଚର୍ଚ୍ଚିତ ବିଷ୍ଣୁ ଗୌଡ଼ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଡାକ୍ତର ହୃଷିକେଶ ତ୍ରିପାଠୀଙ୍କୁ କି ଦଣ୍ଡ ମିଳିବ ତାହା ଜାଣିବା ପାଇଁ ସମସ୍ତଙ୍କର ଅପେକ୍ଷା ରହିଥିଲା l ଘଟଣାରେ ୨୩ ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି ଆଜି ରାୟ ଶୁଣାଇଛନ୍ତି ଅତିରିକ୍ତ ତୃତୀୟ ଜିଲା ଦୌରା ଜଜ ରାଜ କୁମାର ଦାଶ l

ସୂଚନା ଅନୁଯାୟୀ, ଗତ ୨୦୧୮ ସେପ୍ଟମ୍ବର ୧୯ ତାରିଖରେ ତ୍ରିକୋଣୀୟ ପ୍ରେମକୁ କେନ୍ଦ୍ର କରି ବିଷ୍ଣୁ ଗୌଡ଼ଙ୍କୁ ଡାକ୍ତରଙ୍କ କ୍ଲିନିକରେ ହତ୍ୟା କରାଯାଇଥିଲା l ଘଟଣା ସମ୍ପର୍କରେ ଅକ୍ଟୋବର ୪ରେ ଜଣାପଡିଥିଲା l ଅଭିଯୁକ୍ତ ଡାକ୍ତର ,ବିଷ୍ଣୁଙ୍କୁ ନିଜ ହସ୍ପିଟାଲକୁ ଡାକି ସେଠାରେ ନିଶା ଦେଇ ହତ୍ୟା କରିବା ପରେ ତାଙ୍କ ଶରୀରକୁ କ୍ଲିନିକାଲ ବ୍ଲେଡ଼ରେ ଖଣ୍ଡ ଖଣ୍ଡ କରି କାଟି ହତ୍ୟା କରିଥଲେ। ପରେ ଡାକ୍ତର ତ୍ରିପାଠୀ ତାଙ୍କର ଅନ୍ୟ ଦୁଇ ସହଯୋଗୀ ଗଙ୍ଗା ବେହେରା ଓ ବିଧାନ ସେଠୀଙ୍କ ସହାୟତାରେ ସହର ଉପକଣ୍ଠ ପଲିଗୁମୁଳା ନେଇଯାଇ କ୍ଲିନିକର ଆବର୍ଜନା ପକାଯାଉଥିବା କୁଣ୍ଡରେ ପକାଇ ଦେଇଥିଲେ l

ତଦନ୍ତ ବେଳେ ପୋଲିସ ଡାକ୍ତରଙ୍କ ଉପସ୍ଥିତିରେ ସେହି ସ୍ଥାନରୁ ବିଷ୍ଣୁଙ୍କ ଖଣ୍ଡ ବିଖଣ୍ଡ ମୃତଦେହ ଉଦ୍ଧାର କରିଥିଲା। ବୈଦ୍ୟନାଥପୁର ପୋଲିସ ହତ୍ୟାକାରୀ ତଥା ମୁଖ୍ୟ ଅଭିଯୁକ୍ତ ଡାକ୍ତର ହୃଷିକେଶ ତ୍ରିପାଠୀଙ୍କୁ  ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହି ମାମଲାରେ ମୋଟ  ୨୩ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଛି । ସରକାରଙ୍କ ପକ୍ଷରୁ ଅତିରିକ୍ତ ପି ପି ବିକ୍ରମ କେଶରୀ କୁଣ୍ଡୁ ମାମଲା ପରିଚାଳନା କରିଥିଲେ l ସେପଟେ ଦଣ୍ଡାଦେଶ ଶୁଣିବା ପରେ ଅଭିଯୁକ୍ତ ଡାକ୍ତର ଉପର କୋର୍ଟରେ ଅପିଲ କରିବେ ବୋଲି ପ୍ରତିକ୍ରିୟା ରଖିଛନ୍ତି l  ଏହା ସହ ଦୀର୍ଘ ଦିନ ପରେ ଏହି ହତ୍ୟାକାଣ୍ଡର ରାୟ ପ୍ରକାଶ ପାଇଥିବା ବେଳେ ବିଷ୍ଣୁ ଗୌଡ଼ଙ୍କ ସ୍ତ୍ରୀ ଏହାକୁ ନେଇ ସନ୍ତୁଷ୍ଟ ଥିବାବେଳେ ଅଭିଯୁକ୍ତକୁ ମଲା ପର୍ଯ୍ୟନ୍ତ ଶାନ୍ତି ମିଳିବ ନାହିଁ ବୋଲି ସେ କହିଛନ୍ତି l

 

Niharanjan

Recent Posts

ନିର୍ବାଚନ ପରେ ସ୍ଥିତି ଜାହିର କଲେ ମାଓବାଦୀ, ଛକରେ ଲଗାଇଲେ ମାଓ ପୋଷ୍ଟର

କୋରାପୁଟ (କେନ୍ୟୁଜ); କୋରାପୁଟ ଜିଲ୍ଲା ବନ୍ଧୁଗାଁରେ ମାଓ ପୋଷ୍ଟର । ନିର୍ବାଚନ ପରେ ନିଜର ସ୍ଥିତି ଜାହିର ପାଇଁ ଲଗାଇଲେ…

5 mins ago

ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ଫେରିଛି ଜଣ୍ଡିସ୍, ୫୯ ଜଣ ରୋଗୀ ଚିହ୍ନଟ

ସମ୍ବଲପୁର(କେନ୍ୟୁଜ): ଏକ ଦଶନ୍ଧି ପରେ ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ଫେରିଛି ଜଣ୍ଡିସ୍ । ଏହାକୁ ନେଇ ମହାନଗରବାସୀ ଚିନ୍ତାରେ…

9 mins ago

ଯୋଗ ଦିବସରେ କାଶ୍ମୀର ମହିଳାଙ୍କ ସହିତ ସେଲଫି ନେଲେ ମୋଦି, ଫଟୋ ଭାଇରଲ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅର୍ନ୍ତରାଷ୍ଟ୍ରୀୟ ଯୋଗ ଦିବସରେ ଜମ୍ମୁ କାଶ୍ମୀର ଶ୍ରୀନଗର ସ୍ଥିତ ଶେର-ଏ-କଶ୍ମୀର ଅର୍ନ୍ତରାଷ୍ଟ୍ରୀୟ ସମ୍ମେଳନ କେନ୍ଦ୍ର (SKICC)…

12 mins ago

ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ, ପଥରରେ ଛେଚି ଯୁବକଙ୍କୁ ହତ୍ୟା

କଣ୍ଟାବାଞ୍ଜି (କେନ୍ୟୁଜ); ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ। ସିନ୍ଧେକେଲା ଥାନା ସାଲେବରଟ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତ…

25 mins ago

ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ, ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ

ଭୁବନେଶ୍ୱର (କେନ୍ୟୁଜ) : ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ  ।  ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ ।  ଭୁବନେଶ୍ବର ତମାଣ୍ଡୋରେ…

42 mins ago

କିଟ୍ ରେ ଯୋଗ ଦିବସ ପାଳିତ, ମାନସିକ ଓ ଶାରୀରିକ ସୁସ୍ଥତା ପାଇଁ ଯୋଗ ଗୁରୁତ୍ୱପୂର୍ଣ୍ଣ ବୋଲି କହିଲେ ଡକ୍ଟର ସାମନ୍ତ

ଭୁବନେଶ୍ୱର (କେନ୍ୟୁଜ): ଆଜି କିଟ୍ ପକ୍ଷରୁ ପାଳିତ ହୋଇଛି ଅନ୍ତର୍ଜାତୀୟ ଯୋଗ ଦିବସ । କିଟ୍ ଇଣ୍ଡୋର ଷ୍ଟାଡିୟମରେ କିଟ୍…

2 hours ago