ଦେଶ ବିଦେଶ

ଏୟାର ଇଣ୍ଡିଆ ବିମାନରେ ଅର୍ଡର କଲେ ନିରାମିଷ ଖାଦ୍ୟ, ବାହାରିଲା ଚିକେନ୍‌ ପିସ୍‌

ଏୟାର ଇଣ୍ଡିଆ ବିମାନରେ ଘଟିଛି ଆଶ୍ଚର୍ଯ୍ୟଜନକ ଘଟଣା । କାଲିକଟ୍‌ରୁ ମୁମ୍ବାଇ ଯାତ୍ରା କରୁଥିବା ଜଣେ ମହିଳା ଯାତ୍ରୀ ଗୁରୁତର ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ଯେ ବିମାନରେ ତାଙ୍କୁ ନିରାମିଷ ଖାଦ୍ୟ ଜାଗାରେ ଆମିଷ ଖାଦ୍ୟ ଦିଆଯାଇଛି । ଏହି ମାମଲାରେ ସେ ଏୟାରଲାଇନ୍ସ କମ୍ପାନୀ ପାଖରେ ଅଭିଯୋଗ ଦାଖଲ କରିଛନ୍ତି । ଏହା ସହିତ ସୋସିଆଲ ମିଡିଆରେ ଖାଦ୍ୟର ଫଟୋ ସହିତ ନିଜର ପିଏନ୍‌ଆର୍‌ ନମ୍ବର ଏବଂ ଅନ୍ୟାନ୍ୟ ସୂଚନା ସେୟାର କରିଛନ୍ତି ।

ବୀରା ଜୈନ ନାମ୍ନୀ ଯାତ୍ରୀ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ‘ଏକ୍ସ’ରେ ଲେଖିଛନ୍ତି, ‘ମୋର ଏୟାର ଇଣ୍ଡିଆ ଫ୍ଲାଇଟ୍‌ ନଂ. ଏଆଇ୫୮୨ରେ ମୋତେ ଚିକେନ୍‌ ପିସ୍‌ ସହିତ ନିରାମିଷ ଖାଦ୍ୟ ଦିଆଯାଇଛି । ମୁଁ କାଲିକଟ ବିମାନବନ୍ଦରରୁ ଉଡ଼ାଣ ଭରିଥିଲି । ଏହି ବିମାନ ସନ୍ଧ୍ୟା ୬ଟା ୪୦ରେ ଉଡ଼ାଣ ଭରିବାର ଥିଲା, କିନ୍ତୁ ଏହା ସନ୍ଧ୍ୟା ୭ଟା ୪୦ରେ ଉଡ଼ାଣ ଭରିଥିଲା’ ।

ରିପୋର୍ଟ ମୁତାବକ, ବୀରା ଏ ନେଇ କ୍ୟାବିନ୍‌ ସୁପରଭାଇଜରଙ୍କୁ ସୂଚନା ଦେଇଥିଲେ । ଏହି ମାମଲାରେ ସୁପରଭାଇଜର ତାଙ୍କୁ କ୍ଷମା ମାଗିବା ସହ କହିଥିଲେ କି, ତାଙ୍କୁ ଆଉ ମଧ୍ୟ ଅଭିଯୋଗ ମିଳିଛି । ବୀରା ଏଥିରେ ନିରାଶ ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି, ତାଙ୍କୁ ଆମିଷ ଖାଦ୍ୟ ପରସାଯାଇ ତାଙ୍କ ଭାବନାକୁ ଆଘାତ ଦିଆଯାଇଛି । ଏହି ଘଟଣାରେ ସେ କ୍ୟାଟରିଂ ସର୍ଭିସ୍‌ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏୟାର ଇଣ୍ଡିଆକୁ ଅପିଲ କରିଛନ୍ତି ।

ବୀରା ନିଜ ଟ୍ଵିଟ୍‌ରେ DGCA ଏବଂ କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଟ୍ୟାଗ୍‌ କରି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ସେପଟେ ଯାତ୍ରୀଙ୍କ ଅଭିଯୋଗ ଉପରେ ଏୟାର ଇଣ୍ଡିଆ ପ୍ରତିକ୍ରିୟା ରଖିଛି । ଏୟାର ଇଣ୍ଡିଆ ବୀରା ଜୈନଙ୍କୁ ଟ୍ଵିଟ୍‌ ହଟାଇ ଦେବାକୁ ଅପିଲ୍‌ କରି ତାଙ୍କୁ ମେସେଜରେ ମାମଲାର ସୂଚନା ଦେବାକୁ କହିଛି । ଏୟାର ଇଣ୍ଡିଆ ମେସେଜ ଜରିଆରେ ବୀରା ଜୈନଙ୍କୁ କ୍ଷମା ମାଗିଛି ।

Roshni

Recent Posts

ନିର୍ବାଚନ ପରେ ସ୍ଥିତି ଜାହିର କଲେ ମାଓବାଦୀ, ଛକରେ ଲଗାଇଲେ ମାଓ ପୋଷ୍ଟର

କୋରାପୁଟ (କେନ୍ୟୁଜ); କୋରାପୁଟ ଜିଲ୍ଲା ବନ୍ଧୁଗାଁରେ ମାଓ ପୋଷ୍ଟର । ନିର୍ବାଚନ ପରେ ନିଜର ସ୍ଥିତି ଜାହିର ପାଇଁ ଲଗାଇଲେ…

11 mins ago

ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ଫେରିଛି ଜଣ୍ଡିସ୍, ୫୯ ଜଣ ରୋଗୀ ଚିହ୍ନଟ

ସମ୍ବଲପୁର(କେନ୍ୟୁଜ): ଏକ ଦଶନ୍ଧି ପରେ ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ଫେରିଛି ଜଣ୍ଡିସ୍ । ଏହାକୁ ନେଇ ମହାନଗରବାସୀ ଚିନ୍ତାରେ…

14 mins ago

ଯୋଗ ଦିବସରେ କାଶ୍ମୀର ମହିଳାଙ୍କ ସହିତ ସେଲଫି ନେଲେ ମୋଦି, ଫଟୋ ଭାଇରଲ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅର୍ନ୍ତରାଷ୍ଟ୍ରୀୟ ଯୋଗ ଦିବସରେ ଜମ୍ମୁ କାଶ୍ମୀର ଶ୍ରୀନଗର ସ୍ଥିତ ଶେର-ଏ-କଶ୍ମୀର ଅର୍ନ୍ତରାଷ୍ଟ୍ରୀୟ ସମ୍ମେଳନ କେନ୍ଦ୍ର (SKICC)…

18 mins ago

ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ, ପଥରରେ ଛେଚି ଯୁବକଙ୍କୁ ହତ୍ୟା

କଣ୍ଟାବାଞ୍ଜି (କେନ୍ୟୁଜ); ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ। ସିନ୍ଧେକେଲା ଥାନା ସାଲେବରଟ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତ…

30 mins ago

ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ, ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ

ଭୁବନେଶ୍ୱର (କେନ୍ୟୁଜ) : ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ  ।  ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ ।  ଭୁବନେଶ୍ବର ତମାଣ୍ଡୋରେ…

47 mins ago

କିଟ୍ ରେ ଯୋଗ ଦିବସ ପାଳିତ, ମାନସିକ ଓ ଶାରୀରିକ ସୁସ୍ଥତା ପାଇଁ ଯୋଗ ଗୁରୁତ୍ୱପୂର୍ଣ୍ଣ ବୋଲି କହିଲେ ଡକ୍ଟର ସାମନ୍ତ

ଭୁବନେଶ୍ୱର (କେନ୍ୟୁଜ): ଆଜି କିଟ୍ ପକ୍ଷରୁ ପାଳିତ ହୋଇଛି ଅନ୍ତର୍ଜାତୀୟ ଯୋଗ ଦିବସ । କିଟ୍ ଇଣ୍ଡୋର ଷ୍ଟାଡିୟମରେ କିଟ୍…

2 hours ago