ଭୁବନେଶ୍ବର: ଗୁମର ଖୋଲିବ ବାୟୋଟେକ୍ ପାର୍କ। ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ ମାମଲାର ତନାଘନା ତଦନ୍ତ ଜାରି ରହିଥିବା ବେଳେ ପାଖରେ ଥିବା ବାୟୋଟେକ୍ ପାର୍କରୁ ଗୁମର ଖୋଲିବ । ମୃତଦେହକୁ ବୁଦା ମୂଳରେ ଫିଙ୍ଗିବା ପରେ ବାୟୋଟେକ୍ ପାର୍କରେ ଥିବା ପାଣି ଟ୍ୟାପ୍ରେ ଅଭିଯୁକ୍ତ ହାତ ଧୋଇଥିଲେ । ବାୟୋଟେକ୍ ପାର୍କରେ ଲାଗିଛି ତିନିଟି ସିସିଟିଭି କ୍ୟାମେରା । ଏସବୁ ସିସିଟିଭିରୁ ପୋଲିସକୁ ଗୁରୁତ୍ୱପୂର୍ଣ୍ଣ ସୁରାକ୍ ମିଳିଥିବା ଜଣାପଡିଛି । ସିସିଟିଭି ସମସ୍ତ ଅଭିଯୁକ୍ତଙ୍କୁ ଧରା ପକାଇବ ବୋଲି ଆଶା କରାଯାଉଛି ।
ବାୟୋଟେକ୍ ପାର୍କରୁ ମିଳିଛି ହତ୍ୟାକାଣ୍ଡରେ ବ୍ୟବହୃତ ଛୁରୀ । ସେହି ଛୁରୀକୁ ଜବତ କରିଛି ପୋଲିସ । ଲେବର ରହୁଥିବା ରୁମ୍ରୁ ଛୁରୀ ଜବତ ହୋଇଛି । ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ପୁଣି ଖୋଳତାଡ ଆରମ୍ଭ କରିଛନ୍ତି । ହେଲେ ଏପର୍ଯ୍ୟନ୍ତ କଟା ମୁଣ୍ଡ ମିଳିନାହିଁ । ମୃତ ମହିଳାଙ୍କ ପରିଚୟ ମିଳିପାରିନଥିବା ବେଳେ ତାଙ୍କ ଫଟୋ ପଠାଯାଇଛି । ମହିଳାଙ୍କ ଫଟୋ ସବୁ ଜିଲ୍ଲାର ପୋଲିସ ଥାନା ଓ ରାଜ୍ୟ ବାହାର ପୋଲିସକୁ ଦିଆଯାଇଛି । ସର୍ବସାଧାରଣ ସ୍ଥାନରେ ତାଙ୍କ ଫଟୋ ଲଗାଯିବ । ଜଣେ ଅତିରିକ୍ତ ଡିସିପିଙ୍କୁ ଦିଆଯାଇଛି ତଦନ୍ତ ଦାୟିତ୍ୱ । ଏଥିସହ ତଦନ୍ତ ପାଇଁ ଗଠନ ହୋଇଛି ସ୍ୱତନ୍ତ୍ର ଟିମ ।
ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…
ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…
ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…
ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…
ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…
ଉଦଳା: ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…