ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ ମାମଲା: ମୃତଦେହକୁ ବୁଦା ମୂଳରେ ଫିଙ୍ଗିବା ପରେ ବାୟୋଟେକ୍‌ ପାର୍କରେ ହାତ ଧୋଇଥିଲା ଅଭିଯୁକ୍ତ, ମିଳିଛି ଅନେକ ସୁରାକ୍‌

ଭୁବନେଶ୍ବର: ଗୁମର ଖୋଲିବ ବାୟୋଟେକ୍‌ ପାର୍କ। ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ ମାମଲାର ତନାଘନା ତଦନ୍ତ ଜାରି ରହିଥିବା ବେଳେ ପାଖରେ ଥିବା ବାୟୋଟେକ୍‌ ପାର୍କରୁ ଗୁମର ଖୋଲିବ । ମୃତଦେହକୁ ବୁଦା ମୂଳରେ ଫିଙ୍ଗିବା ପରେ ବାୟୋଟେକ୍‌ ପାର୍କରେ ଥିବା ପାଣି ଟ୍ୟାପ୍‌ରେ ଅଭିଯୁକ୍ତ ହାତ ଧୋଇଥିଲେ । ବାୟୋଟେକ୍‌ ପାର୍କରେ ଲାଗିଛି ତିନିଟି ସିସିଟିଭି କ୍ୟାମେରା । ଏସବୁ ସିସିଟିଭିରୁ ପୋଲିସକୁ ଗୁରୁତ୍ୱପୂର୍ଣ୍ଣ ସୁରାକ୍‌ ମିଳିଥିବା ଜଣାପଡିଛି । ସିସିଟିଭି ସମସ୍ତ ଅଭିଯୁକ୍ତଙ୍କୁ ଧରା ପକାଇବ ବୋଲି ଆଶା କରାଯାଉଛି ।

ବାୟୋଟେକ୍‌ ପାର୍କରୁ ମିଳିଛି ହତ୍ୟାକାଣ୍ଡରେ ବ୍ୟବହୃତ ଛୁରୀ । ସେହି ଛୁରୀକୁ ଜବତ କରିଛି ପୋଲିସ । ଲେବର ରହୁଥିବା ରୁମ୍‌ରୁ ଛୁରୀ ଜବତ ହୋଇଛି । ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ପୁଣି ଖୋଳତାଡ ଆରମ୍ଭ କରିଛନ୍ତି । ହେଲେ ଏପର୍ଯ୍ୟନ୍ତ କଟା ମୁଣ୍ଡ ମିଳିନାହିଁ । ମୃତ ମହିଳାଙ୍କ ପରିଚୟ ମିଳିପାରିନଥିବା ବେଳେ ତାଙ୍କ ଫଟୋ ପଠାଯାଇଛି । ମହିଳାଙ୍କ ଫଟୋ ସବୁ ଜିଲ୍ଲାର ପୋଲିସ ଥାନା ଓ ରାଜ୍ୟ ବାହାର ପୋଲିସକୁ ଦିଆଯାଇଛି । ସର୍ବସାଧାରଣ ସ୍ଥାନରେ ତାଙ୍କ ଫଟୋ ଲଗାଯିବ । ଜଣେ ଅତିରିକ୍ତ ଡିସିପିଙ୍କୁ ଦିଆଯାଇଛି ତଦନ୍ତ ଦାୟିତ୍ୱ । ଏଥିସହ ତଦନ୍ତ ପାଇଁ ଗଠନ ହୋଇଛି ସ୍ୱତନ୍ତ୍ର ଟିମ ।

murderଘଟଣାସ୍ଥଳରେ ତାଙ୍କୁ ହତ୍ୟା କରାଯାଇନଥିବା ବେଳେ ଅନ୍ୟ ଜାଗାରେ ହତ୍ୟା କରାଯାଇ ଏଠାରେ ଫିଙ୍ଗି ଦିଆଯାଇଥିବା ସନ୍ଦେହ କରାଯାଉଛି । ଏନେଇ କିଛି ସାଇଣ୍ଟିଫିକ ତଥ୍ୟ ମିଳିଥିବା ଭୁବନେଶ୍ୱର ଡିସିପି କହିଛନ୍ତି । ଭୁବନେଶ୍ୱର ଅନ୍ଧାରୁଆ-ଦାସପୁର ରାସ୍ତା ଜଙ୍ଗଲରେ ଗତକାଲି ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର ହୋଇଥିଲା । ଦ୍ୱିତୀୟ ଦିନରେ ଚାଲିଛି କଟା ମୁଣ୍ଡ ଖୋଜା। ମହିଳାଙ୍କୁ କିଏ ଓ କାହିଁକି ଏପରି ନୃଶଂସ ଭାବେ ହତ୍ୟା କଲା ତାହା ଅସ୍ପଷ୍ଟ ରହିଛି । ମୃତ ମହିଳାଙ୍କ ବୟସ ୩୦ରୁ ୪୦ ବର୍ଷ ମଧ୍ୟରେ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.