Below header

ଶୀତୁଆ ପାଗରେ ବନାନ୍ତୁ ମୂଳା ପରଟା, ପ୍ରସ୍ତୁତ କରିବା ଏକଦମ୍‌ ସହଜ

ଥଣ୍ଡା ପାଗରେ ଅଲଗା ଅଲଗା ପରଟାର ସ୍ୱାଦ ଚାଖିବାର ମଜା ଅଲଗା ହୋଇଥାଏ। ବ୍ରେକଫାଷ୍ଟ ପାଇଁ ପରଟା ବେଷ୍ଟ ଅପସନ୍‌ ହୋଇଥାଏ। ତେଣୁ ଆଜି ଆପଣଙ୍କ ପାଇଁ ମୂଳା ପରଟା ରେସିପି ନେଇ ଆସିଛୁ। ତେବେ ଆସନ୍ତୁ ଜାଣିବା ଏହାକୁ କେମିତି କରିବା ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

  • ମୂଳା – ୨ଟି
  • କଞ୍ଚା ଲଙ୍କା (ଛୋଟ କଟା ହୋଇଥିବା) – ଅଳ୍ପ
  • ଧନିଆ ପତ୍ର – ଅଧା ଗିନା
  • ଚାଟ ମସଲା – ଏକ ଚାମଚ
  • ଏକ ଛୋଟ ଚାମଚ – ଭଜା ଜିରା
  • ସ୍ୱାଦାନୁସାରେ ଲୁଣ
  • ଅଟା ଚକଟିବା ପାଇଁ ସାମଗ୍ରୀ
  • ୩ କପ୍‌ ଗହମ ଅଟା
  • ଅଧା ଚାମଚ ଜୁଆଣୀ
  • ଅଧା ଛୋଟ ଚାମଚ ଲୁଣ
  • ବଟର – ପରଟାକୁ ସେକିବା ପାଇଁ

ପ୍ରସ୍ତୁତି ପ୍ରଣାଳୀ

  1. ସର୍ବପ୍ରଥମେ ଏକ ପାତ୍ରରେ ଅଟା ନିଅନ୍ତୁ ସେଥିରେ ଜୁଆଣୀ, ଲୁଣ ଏବଂ ପାଣି ମିଶାଇ ଅଟା ଚକଟି ଦିଅନ୍ତୁ। ଧ୍ୟାନ ରଖନ୍ତୁ ଅଟା ଯେପରି ଅଧିକ ଟାଣ କିମ୍ବା ଅଧିକ ନରମ ହେବନାହିଁ।
  2. ମୂଳାର ଚୋପା ଛଡାଇ ଧୋଇ ଦିଅନ୍ତୁ। ଏହାପରେ କଦ୍ଦୁକସ୍‌ କରିଦିଅନ୍ତୁ। କଦ୍ଦୁକସ୍‌ ହୋଇଥିବା ମୂଳାକୁ ହାତରେ ଦବାଇ ତାହାର ପାଣି ସବୁକୁ ବାହାର କରିଦିଅନ୍ତୁ।
  3. ଏବେ ମୂଳିରେ କଞ୍ଚା ଲଙ୍କା, ଚାଟ ମସଲା, ଭଜା ଜିରା ପାଉଡର, ଧନିଆ ପତ୍ର ଏବଂ ଲୁଣ ପକାଇ ମିକ୍ସ କରିଦିଅନ୍ତୁ।
  4. ଏହାପରେ ଅଟା ଗୋଲାକୁ ନେଇ ଛୋଟ ଛୋଟ ପୁରି ଭଳି ବେଲି ଦିଅନ୍ତୁ। ଏହା ଭିତରେ ମୂଳାର ମିଶ୍ରଣକୁ ପୂର ଭଳି ରଖି ଚାରିପଟକୁ ବନ୍ଦ କରିଦିଅନ୍ତୁ। ଏହାପରେ ଏହାକୁ ବେଲି ଦିଅନ୍ତୁ।
  5. ଏହାପରେ ଗ୍ୟାସରେ ତାଓ୍ଵା ଗରମ କରନ୍ତୁ। ଏହାପରେ ଗରମ ତାଓ୍ଵାରେ ଅଳ୍ପ ଘିଅ ପକାଇ ଦିଅନ୍ତୁ। ଏହାପରେ ଏଥିରେ ପରଟାକୁ ରଖି ସେକି ଦିଅନ୍ତୁ। ଏବେ ପରଟାକୁ ସମ୍ପୂର୍ଣ୍ଣ ଭାବେ ଫ୍ରାଏ ହେବାକୁ ଦିଅନ୍ତୁ। ନିଅନ୍ତୁ ଏବେ ଆପଣଙ୍କର ପ୍ରସ୍ତୁତ ହୋଇଯାଇଛି ଗରମା ଗରମ ମୂଳା ପରଟା। ଏହାକୁ ଆପଣ ଚଟଣୀ ଏବଂ ଦହି ସହିତ ସର୍ଭ କରନ୍ତୁ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.