ହ୍ୟୁମାନ ଏକ୍ସପ୍ଲୋରେସନ ରୋଭର ଚାଲେଞ୍ଜରେ ଭାଗ ନେବେ ଓଡ଼ିଶାର ଏକ ୧୦ ଜଣିଆ ଟିମ

କଟକ(କେ ନ୍ୟୁଜ): ହ୍ୟୁମାନ ଏକ୍ସପ୍ଲୋରେସନ ରୋଭର ଚାଲେଞ୍ଜରେ ଭାଗ ନେବେ ଓଡ଼ିଶାର ଏକ ୧୦ ଜଣିଆ ଟିମ । ଓଡ଼ିଶାର ଏହି ୧୦ ଜଣିଆ ଟିମ ଆମେରିକା ଅନ୍ତରୀକ୍ଷ ସଂସ୍ଥାନ ବା ନାସାକୁ ହ୍ୟୁମାନ ଏକ୍ସପ୍ଲୋରେସନ ରୋଭର ଚାଲେଞ୍ଜରେ ଭାଗ ନେବା ପାଇଁ ମନୋନିତ ହୋଇଛନ୍ତି । ସାରା ବିଶ୍ୱରୁ ୮୭ଟି ଟିମ ବିଶିଷ୍ଟ ଏହି ନାସା ହ୍ୟୁମାନ ଏକ୍ସପ୍ଲୋରେସନ ରୋଭର ଚାଲେଞ୍ଜରେ ଭାଗ ନେବେ । ଭାରତରୁ ୧୯ ବର୍ଷରୁ କମ ବୟସର ଗୋଟିଏ ଦଳ ଥିବା ବେଳେ ଏହା ଓଡ଼ିଶାରୁ ହିଁ ଚୟନ ହୋଇଛନ୍ତି ।

ଏହି ଟିମର ନେତୃତ୍ୱରେ ଅଛନ୍ତି ଜଗତସିଂହପୁରର ଋଷିକେଶ ଅମିତ ନାୟକ। ଆଉ ମିଶନ ଡ଼ାଇରେକ୍ଟର ଅଛନ୍ତି ବୈଶାଳୀ ଶର୍ମା । କଟକ ବୟାଲୀଶ ମୌଜା ଅଂଚଳର ଅନୀଲ ପ୍ରଧାନଙ୍କ ପ୍ରଚେଷ୍ଟାରେ ଏହି ଟିମ ରୋଭର ପ୍ରସ୍ତୁତ କରିଛନ୍ତି । ଯାହାକି ଚନ୍ଦ୍ରପୃଷ୍ଟରେ ଚାଲିବାରେ ସକ୍ଷମ ହୋଇପାରିବ । ଏହି ଟିମର ନେତୃତ୍ୱ ନେଉଛନ୍ତି ଜଗତସିଂହପୁରର ରିଷୀକେଶ ଅମିତ ନାୟକ। ମିଶନ ଡ଼ାଇରେକ୍ଟର ଅଛନ୍ତି ବୈଶାଳୀ ଶର୍ମା।

 

ମୟୁରଭଞ୍ଜର ଦିନେ କୈଳାଶ ଚନ୍ଦ୍ର ବାରିକ ବାପାଙ୍କ ସାଇକେଲ ଦୋକାନରେ କାମ କରୁଥିଲେ। ସେ ଏବେ ରୋଭରର ମାନୁଫାକଚର ହେଡ ଦାୟିତ୍ୱରେ ଅଛନ୍ତି । ସେହିଭଳି ବୌଦ୍ଧ ଜିଲ୍ଲାର ରିନା ବାଘ । ପୂର୍ବରୁ ସେ ଭୁବନେଶ୍ୱରରେ ଏକ ଓଲଡିଙ୍ଗ ଦୋକାନରେ କାମ କରୁଥିଲେ। କିନ୍ତୁ ଏବେ ରୋଭରର ଓଲଡିଙ୍ଗ ଦାୟିତ୍ୱ ତାଙ୍କ ହାତରେ। ନାସା ଯାଉଥିବାରୁ ସେ ବେଶ ଖୁସି ଥିବା ଜଣାଯାଇଛି । ଓଡ଼ିଶାର ଏହି ଟିମ ସାରା ଦେଶ ପାଇଁ ଗର୍ବ ଆଣିଥିବା ବେଳେ ଏହା ଅନ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.