Categories: ରାଜ୍ୟ

ଜାତିସଂଘ ସଂସଦୀୟ ସଭା ଗଠନ ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନ୍ତର୍ଜାତୀୟ ସାଂସଦ ଗୋଷ୍ଠୀରେ ଭାରତରୁ ଡକ୍ଟର ଅଚ୍ୟୁତ ସାମନ୍ତ

କେନ୍ୟୁଜ୍ : ଜାତିସଂଘ ସଂସଦୀୟ ସଭା ଗଠନ ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଭାରତ ସମେତ ୨୦ଟି ଦେଶର ୩୩ ଜଣ ସାଂସଦ ଏକାଠି ହୋଇଛନ୍ତି । ଏହି ଅନ୍ତର୍ଜାତୀୟ ସାଂସଦ ଗୋଷ୍ଠୀରେ ଭାରତରୁ ଡକ୍ଟର ଅଚ୍ୟୁତ ସାମନ୍ତ ରହିଛନ୍ତି । ଜାତିସଂଘରେ ବିଭିନ୍ନ ଦେଶର ସାଂସଦ, ସଂସଦ, ସ୍ଥାନୀୟ ପ୍ରଶାସନକୁ ସୁସଂଗଠିତ ଭାବେ ଯୋଡିବା ଏବଂ ଅନ୍ତର୍ଦେଶୀୟ ମାମାଲାର ସମାଧାନ ପାଇଁ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବା ପାଇଁ ଜାତିସଂଘ ସଂସଦୀୟ ସଭା ଗଠନର ଆବଶ୍ୟକ ରହିଛି ବୋଲି ଏହି ସାଂସଦ ମାନେ କହିଛନ୍ତି । ଏହା ଦ୍ୱାରା ଜାତିସଂଘର ବିଭିନ୍ନ ନିଷ୍ପତ୍ତିରେ ବିଶ୍ୱ ଅଭିମତ ଗଣତାନ୍ତ୍ରିକ ଭାବେ ପ୍ରତିଫଳନ ହୋଇପାରିବ । ଏଥିପାଇଁ ଜାତିସଂଘର ବର୍ତ୍ତମାନ ବ୍ୟବସ୍ଥା ପର୍ଯ୍ୟାପ୍ତ ନୁହେଁ ବୋଲି ଏହି ଆନ୍ତର୍ଜତୀୟ ସାଂସଦ ଗୋଷ୍ଠୀ ମତ ପ୍ରକାଶ କରିଛନ୍ତି ।

ଦୀର୍ଘ ୧୧ ବର୍ଷ ତଳେ ଜାତିସଂଘର ତତ୍କାଳୀନ ମହାସଚିବ ବଟ୍ରସ ଘାଲି ଜାତିସଂଘ ସଂସଦୀୟ ସଭା ଗଠନ ପାଇଁ ଅନ୍ତର୍ଜାତୀୟ ଅଭିଯାନ ଆରମ୍ଭ କରିଥିଲେ । ଏହି ଅନ୍ତର୍ଜାତୀୟ ସଂସଦୀୟ ଗୋଷ୍ଠୀ ବିଶ୍ୱର ଅନ୍ୟାନ୍ୟ ଦେଶରେ ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ ସାଂସଦ ମାନଙ୍କୁ ଏହି ଅଭିଯାନରେ ଯୋଗଦେଇ ଜାତିସଂଘ ସଂସଦୀୟ ସଭା ଗଠନ ଅଭିଯାନକୁ ଜୋରଦାର କରିବା ପାଇଁ ଆହ୍ବାନ ଦେଇଛନ୍ତି । ଏହି ଅନ୍ତର୍ଜାତୀୟ ସଂସଦୀୟ ଗୋଷ୍ଠୀ ଏକ ସଫଳ ଜାତିସଂଘ ସଂସଦୀୟ ସଭା ଗଠନ ଦିଗରେ ଜାତିସଂଘରେ ୨୦୨୦ରେ ଅନୁଷ୍ଠିତ ହେବାକୁ ଥିବା ଜାତିସଂଘ ସଂସ୍କାର ଶିଖର ସମ୍ମିଳନୀରେ ପଦକ୍ଷେପ ଗ୍ରହଣ କରିବାକୁ ଜାତିସଂଘ ମହାସଚିବ, ଜାତିସଂଘ ସାଧାରଣ ସଭା ସଭାପତି, ସମସ୍ତ ଦେଶର ମୁଖ୍ୟ, ବୈଦେଶିକ ମନ୍ତ୍ରୀ ଏବଂ ଜାତିସଂଘ ମୁଖ୍ୟାଳୟରେ ରହିଥିବା ସଦସ୍ୟ ରାଷ୍ଟ୍ରର ପ୍ରତିନିଧିଙ୍କୁ ଆହ୍ଵାନ କରିଛନ୍ତି ।

ଡକ୍ଟର ସାମନ୍ତ ଦୀର୍ଘ ୩୦ ବର୍ଷ ଧରି ସମାଜସେବାରେ ନିଜକୁ ଜଡିତ ରଖିବା ସହ ବିଭିନ୍ନ ଆନ୍ତର୍ଜାତିକ ପ୍ରସଙ୍ଗରେ ନିଜକୁ ସାମିଲ କରିଆସୁଥିବାରୁ ଏହି ଅନ୍ତର୍ଜାତୀୟ ସାଂସଦ ଗୋଷ୍ଠୀରେ ରହିଛନ୍ତି । ଏ ସଂପର୍କରେ ଲଣ୍ଡନରୁ ପ୍ରକାଶ ପାଉଥିବା ‘ଦି ଗାର୍ଡିଆନ୍‌’ର ଆନ୍ତର୍ଜାତିକ ସଂସ୍କରଣରେ ବିସ୍ତୁତ ଖବର ପ୍ରକାଶ ପାଇଛି

KNews Bureau

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଛାତ୍ରଛାତ୍ରୀଙ୍କ ପାଇଁ କିପରି କଟିବ ଦିନ

ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…

2 hours ago

ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ, ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…

4 hours ago

ବାଲେଶ୍ବର ସହରରେ କର୍ଫ୍ୟୁ କୋହଳ, ଆସନ୍ତାକାଲି ଠାରୁ ଲ୍ୟାଣ୍ଡ ଲାଇନ୍ based internet ହେବ କୋହଳ

ବାଲେଶ୍ଵର :  ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…

4 hours ago

ପିସିସି ସଭାପତିଙ୍କୁ କାଳିମାଡ଼, କଂଗ୍ରେସ ଭବନରେ ପଶି କଲେ କାଳିମାଡ଼

ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…

5 hours ago

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…

6 hours ago

ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁଲା ମୌସୁମୀ, ୨ ଦିନ ଭିତରେ ସାରା ରାଜ୍ୟକୁ ଛୁଇଁବ

ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…

7 hours ago