Below header

ଜାତିସଂଘ ସଂସଦୀୟ ସଭା ଗଠନ ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନ୍ତର୍ଜାତୀୟ ସାଂସଦ ଗୋଷ୍ଠୀରେ ଭାରତରୁ ଡକ୍ଟର ଅଚ୍ୟୁତ ସାମନ୍ତ

କେନ୍ୟୁଜ୍ : ଜାତିସଂଘ ସଂସଦୀୟ ସଭା ଗଠନ ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଭାରତ ସମେତ ୨୦ଟି ଦେଶର ୩୩ ଜଣ ସାଂସଦ ଏକାଠି ହୋଇଛନ୍ତି । ଏହି ଅନ୍ତର୍ଜାତୀୟ ସାଂସଦ ଗୋଷ୍ଠୀରେ ଭାରତରୁ ଡକ୍ଟର ଅଚ୍ୟୁତ ସାମନ୍ତ ରହିଛନ୍ତି । ଜାତିସଂଘରେ ବିଭିନ୍ନ ଦେଶର ସାଂସଦ, ସଂସଦ, ସ୍ଥାନୀୟ ପ୍ରଶାସନକୁ ସୁସଂଗଠିତ ଭାବେ ଯୋଡିବା ଏବଂ ଅନ୍ତର୍ଦେଶୀୟ ମାମାଲାର ସମାଧାନ ପାଇଁ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବା ପାଇଁ ଜାତିସଂଘ ସଂସଦୀୟ ସଭା ଗଠନର ଆବଶ୍ୟକ ରହିଛି ବୋଲି ଏହି ସାଂସଦ ମାନେ କହିଛନ୍ତି । ଏହା ଦ୍ୱାରା ଜାତିସଂଘର ବିଭିନ୍ନ ନିଷ୍ପତ୍ତିରେ ବିଶ୍ୱ ଅଭିମତ ଗଣତାନ୍ତ୍ରିକ ଭାବେ ପ୍ରତିଫଳନ ହୋଇପାରିବ । ଏଥିପାଇଁ ଜାତିସଂଘର ବର୍ତ୍ତମାନ ବ୍ୟବସ୍ଥା ପର୍ଯ୍ୟାପ୍ତ ନୁହେଁ ବୋଲି ଏହି ଆନ୍ତର୍ଜତୀୟ ସାଂସଦ ଗୋଷ୍ଠୀ ମତ ପ୍ରକାଶ କରିଛନ୍ତି ।

samanta1 ଦୀର୍ଘ ୧୧ ବର୍ଷ ତଳେ ଜାତିସଂଘର ତତ୍କାଳୀନ ମହାସଚିବ ବଟ୍ରସ ଘାଲି ଜାତିସଂଘ ସଂସଦୀୟ ସଭା ଗଠନ ପାଇଁ ଅନ୍ତର୍ଜାତୀୟ ଅଭିଯାନ ଆରମ୍ଭ କରିଥିଲେ । ଏହି ଅନ୍ତର୍ଜାତୀୟ ସଂସଦୀୟ ଗୋଷ୍ଠୀ ବିଶ୍ୱର ଅନ୍ୟାନ୍ୟ ଦେଶରେ ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ ସାଂସଦ ମାନଙ୍କୁ ଏହି ଅଭିଯାନରେ ଯୋଗଦେଇ ଜାତିସଂଘ ସଂସଦୀୟ ସଭା ଗଠନ ଅଭିଯାନକୁ ଜୋରଦାର କରିବା ପାଇଁ ଆହ୍ବାନ ଦେଇଛନ୍ତି । ଏହି ଅନ୍ତର୍ଜାତୀୟ ସଂସଦୀୟ ଗୋଷ୍ଠୀ ଏକ ସଫଳ ଜାତିସଂଘ ସଂସଦୀୟ ସଭା ଗଠନ ଦିଗରେ ଜାତିସଂଘରେ ୨୦୨୦ରେ ଅନୁଷ୍ଠିତ ହେବାକୁ ଥିବା ଜାତିସଂଘ ସଂସ୍କାର ଶିଖର ସମ୍ମିଳନୀରେ ପଦକ୍ଷେପ ଗ୍ରହଣ କରିବାକୁ ଜାତିସଂଘ ମହାସଚିବ, ଜାତିସଂଘ ସାଧାରଣ ସଭା ସଭାପତି, ସମସ୍ତ ଦେଶର ମୁଖ୍ୟ, ବୈଦେଶିକ ମନ୍ତ୍ରୀ ଏବଂ ଜାତିସଂଘ ମୁଖ୍ୟାଳୟରେ ରହିଥିବା ସଦସ୍ୟ ରାଷ୍ଟ୍ରର ପ୍ରତିନିଧିଙ୍କୁ ଆହ୍ଵାନ କରିଛନ୍ତି ।

ଡକ୍ଟର ସାମନ୍ତ ଦୀର୍ଘ ୩୦ ବର୍ଷ ଧରି ସମାଜସେବାରେ ନିଜକୁ ଜଡିତ ରଖିବା ସହ ବିଭିନ୍ନ ଆନ୍ତର୍ଜାତିକ ପ୍ରସଙ୍ଗରେ ନିଜକୁ ସାମିଲ କରିଆସୁଥିବାରୁ ଏହି ଅନ୍ତର୍ଜାତୀୟ ସାଂସଦ ଗୋଷ୍ଠୀରେ ରହିଛନ୍ତି । ଏ ସଂପର୍କରେ ଲଣ୍ଡନରୁ ପ୍ରକାଶ ପାଉଥିବା ‘ଦି ଗାର୍ଡିଆନ୍‌’ର ଆନ୍ତର୍ଜାତିକ ସଂସ୍କରଣରେ ବିସ୍ତୁତ ଖବର ପ୍ରକାଶ ପାଇଛି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.