Below header

ସରିଲା ମାଟ୍ରିକ ପରୀକ୍ଷା , ଆସନ୍ତା ୨୫ରୁ ଆରମ୍ଭ ହେବ ଖାତାଦେଖା

ଭୁବନେଶ୍ବର(କେନ୍ୟୁଜ୍) : ସରିଲା ମାଟ୍ରିକ ପରୀକ୍ଷା । ଆସନ୍ତା ୨୫ ତାରିଖରୁ ଆରମ୍ଭ ହେବ ଖାତାଦେଖା । ଆସନ୍ତା ୧୨ ତାରିଖରେ ବୋର୍ଡର ଏଗଜାମିନେସନ କମିଟି ବୈଠକ ବସିବ । ୩ଟି ପରୀକ୍ଷା କେନ୍ଦ୍ରର ପରୀକ୍ଷା ବାତିଲ୍‌ ଓ ମାଲକାନଗିରି ପଡିଆ ହାଇସ୍କୁଲରୁ ୧୦୮ ଓଏମଆର ଗାଏବ ସମ୍ପର୍କରେ ନିଷ୍ପତ୍ତି ନେବ ଏଗଜାମିନେସନ କମିଟି । ଚଳିତ ବର୍ଷ ୨ହଜାର ୮୩୦ଟି ପରୀକ୍ଷା କେନ୍ଦ୍ରରେ ୫ ଲକ୍ଷ ୭୨ ହଜାର ୬୯୯ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି । ଏଥିସହ ୪୪ ଟି କେନ୍ଦ୍ରରେ ୩ ହଜାର ୯ ଜଣ ପରୀକ୍ଷାର୍ଥୀ ମଧ୍ୟମା ଓ ୭୯ଟି ପରୀକ୍ଷା କେନ୍ଦ୍ରରେ ୧୨ ହଜାର ୧୨ ଜଣ ଓପନ ସ୍କୁଲ ପରୀକ୍ଷା ଦେଇଛନ୍ତି । କଡା ପଦକ୍ଷେପ ସତ୍ତ୍ୱେ କିଛି ପରୀକ୍ଷାରେ ପ୍ରଶ୍ନପତ୍ର ଭାଇରାଲ୍‌ ଅଭିଯୋଗ ଆସିଥିଲା । ଭାଇରାଲ ଓ କପି ଘଟଣାରେ ୧୯ ଜଣ କର୍ମଚାରୀ ନିଲମ୍ବିତ ହୋଇଥିବାବେଳେ ୧୩ ଜଣଙ୍କୁ ଗିରଫ କରିଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.