କଟକ(କେନ୍ୟୁଜ୍): ତିଗିରିଆ ନୂଆପାଟଣାରେ ମହିଳାଙ୍କୁ ଏସିଡ ମାଡ଼। ମହିଳାଙ୍କୁ ଉଦ୍ଧାର କରି ତିଗିରିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିବାବେଳେ, ଅବସ୍ଥା ଗୁରୁତର ଥିବାରୁ ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ମହିଳାଙ୍କ ନାମ ରିନା ସାହୁ, ବୟସ ୩୬। ଆଜି ଭୋର ୪ଟା ରେ ଏଭଳି ଘଟଣା ଘଟିଥିବା ଜଣାପଡ଼ିଛି।
ମହିଳା ଜଣଙ୍କ ଘରୁ ବାହାରକୁ ଆସିବା କ୍ଷଣି ହଠାତ୍ ତାଙ୍କୁ କିଏ ଏସିଡ ମାଡ଼ କରି ଖସି ପଳାଇ ଯାଇଥିବା ତିଗିରିଆ ପୋଲିସ୍ ସୂଚନା ଦେଇଛି। ଉକ୍ତ ମହିଳାଙ୍କ ଶରୀର ୫୦ ଭାଗ ପୋଡି ଯାଇଥିବା ଜଣାପଡ଼ିଛି । କାହିଁକି ଏବଂ କିଏ ଏସିଡ୍ ମାଡ଼ କରିଛି ପୋଲିସ୍ ତଦନ୍ତ ଜାରି ରଖିଥିବାବେଳେ ପୂର୍ବ ଶତ୍ରୁତାରୁ ଏଭଳି କାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ମହିଳା ଙ୍କୁ ପ୍ରଥମେ ଏସସିବି ବଡ଼ ମେଡ଼ିକାଲର କାଜୁଆଲଟିରେ ଭର୍ତ୍ତି କରାଯାଇ ଚିକିତ୍ସା ଦେବା ପରେ ସର୍ଜରି ୱାର୍ଡକୁ ସ୍ଥାନାନ୍ତର କରାଯିବ।
ମେଷ: ଆଜି ଆପଣଙ୍କ ମନୋବଳ ଦୃଢ଼ ହେବ । ଯେଉଁମାନେ ରାଜନୀତିରେ କାର୍ଯ୍ୟ କରୁଛନ୍ତି, ସେମାନଙ୍କ ପ୍ରଭାବ ଚାରିଆଡେ ବ୍ୟାପିବ।…
ଭଦ୍ରକ( କେନ୍ୟୁଜ୍): ବିଲ ମଝିରେ ପଡ଼ି ରହିଛି ମୃତଦେହ । ରୁଣ୍ଡ ହୋଇଛନ୍ତି ଲୋକେ । ଆଉ ସ୍ତ୍ରୀର ଶବ…
ପୁରୀ(କେନ୍ୟୁଜ୍): ଜୁଲାଇ ୮ରେ ଖୋଲିବନି ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର । ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲିବା ବିଷୟରେ…
ଭଦ୍ରକ (କେନ୍ୟୁଜ୍): ଦୀର୍ଘ ବର୍ଷ ପରେ ଖୋଲିଲା ଭଦ୍ରକ ଜିଲ୍ଲା ବସ ସିଣ୍ଡିକେଟ । ପ୍ରଶାସନିକ ଅଧିକାରୀ ଓ ପୋଲିସ…
ଭୁବନେଶ୍ୱର(କେନ୍ୟୁଜ୍): ନନ୍ଦନକାନନ ବୁଲିଲେ ନୂଆ ମନ୍ତ୍ରୀ । ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ…
ଭୁବନେଶ୍ୱର(କେନ୍ୟୁଜ୍): ନବୀନ ପଟ୍ଟନାୟକ ହେଲେ ବିଧାନସଭାରେ ବିରୋଧୀ ଦଳ ନେତା । ଶଙ୍ଖ ଭବନରେ ବସିଥିବା ବିଧାୟକ ଦଳ ବୈଠକରେ…