ରାଜ୍ୟ

ଓଡିଶା ଫେରିବେ ଅଭିନେତା ବିଜୟ ମହାନ୍ତି, ସାଂସଦ ଅପରାଜିତା ଷଡଙ୍ଗୀ ଭୁବନେଶ୍ବର ଆଣି କରିବେ ଚିକିତ୍ସା

କେନ୍ୟୁଜ୍(ବ୍ୟୁରୋ):  ଓଡିଶା ଫେରିବେ ଅଭିନେତା ବିଜୟ ମହାନ୍ତି। ମେ ୨୫ ତାରିଖରୁ ଅଭିନେତା ବିଜୟ ମହାନ୍ତି ହୃଦ୍‌ଘାତର ଶିକାର ହୋଇ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହୋଇଛନ୍ତି । ଏହି  ସମୟରେ ସେ ଓଡିଶା ଫେରିବା ପାଇଁ ଚାହୁଁଛନ୍ତି ବୋଲି ବିଜୟ ମାହନ୍ତିଙ୍କ ଝିଅ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ କହିଛନ୍ତି। ଏଥିପାଇଁ ସାଂସଦ ମଧ୍ୟ ଅଭିନେତା ବିଜୟ ମହାନ୍ତିଙ୍କୁ କିପରି  ଓଡିଶା ଅଣାଯାଇପାରିବ ସେଥିପାଇଁ ଜୋରଦାର ଉଦ୍ୟମ ଲଗାଇଛନ୍ତି। ଏଥିପାଇଁ ଭୁବନେଶ୍ବରର  ଏକ ଘରୋଇ ଡାକ୍ତରଖାନାର ଡାକ୍ତରମାନଙ୍କ ସହ କଥା ହୋଇଥିବା କହିଛନ୍ତି ସାଂସଦ ଅମରାଜିତା। ଆଉ ଦିନେ କି ଦୁଇଦିନ ମଧ୍ୟରେ ସ୍ୱାସ୍ଥ୍ୟାବସ୍ଥାରେ ସାମାନ୍ୟ ପରିବର୍ତ୍ତନ ହେଲେ ତାଙ୍କୁ  ଓଡିଶା ଅଣାଯିବ ବୋଲି ଜଣା ପଡିଛି।

ମିଳିଥିବା ସୂଚନା ମୁତାବକ  ବିଜୟ ମହାନ୍ତିଙ୍କୂ ଏକ ସ୍ବତନ୍ତ୍ର ଆମ୍ବୁଲାନ୍ସ ଯୋଗେ ଓଡିଶା ଆଣିବା ପାଇଁ ଯୋଜନା କରାଯାଇଛି। ଯେଉଁ ଆମ୍ବୁଲାନ୍ସରେ ନିର୍ଦ୍ଧିଷ୍ଟ ଘରୋଇ ହସ୍ପିଟାଲର ଡାକ୍ତର ରହିବେ। ଶ୍ରୀଯୁକ୍ତ ମାହାନ୍ତିଙ୍କୁ ଓଡିଶା ଆଣିବାର ସମ୍ପର୍ଣ୍ଣ ପ୍ରକ୍ରିୟାରେ ପାଖାପାଖି ୭୨ ହଜାର ଟଙ୍କା ଖର୍ଚ୍ଚ ହେବ ଆଉ ତାହାର ସବୁ ଖର୍ଚ୍ଚ  ସାଂସଦ ଅପରାଜିତା ଷଡଙ୍ଗୀ  ବହନ କରିବେ ବୋଲି ସୂଚନା ଦେଇଛନ୍ତି। ସାଂସଦ କହିଛନ୍ତି  ବିଜୟ ମହାନ୍ତିଙ୍କ ପରିବାର ପକ୍ଷରୁ ଫୋନ୍‌ ଆସିଥିଲା । କଳାକାରମାନେ ବି ଯୋଗାଯୋଗ କରିଥିଲେ । ସେ ଆସି ହସ୍ପିଟାଲ୍‌ରେ ଭର୍ତ୍ତି ହେବା ପର୍ଯ୍ୟନ୍ତ ମୁଁ ସବୁ ଦାୟିତ୍ୱ ନେଇଛି । କଳାକାରମାନଙ୍କ ପ୍ରତି ରାଜ୍ୟ ସରକାରଙ୍କର ଏବଂ ଆମର କିଛି ଦାୟିତ୍ୱ ରହୁଛି । ସେ ଯେହେତୁ ଭୁବନେଶ୍ୱରର ଲୋକ ତେଣୁ ସାଂସଦ ହିସାବରେ ମୋର ବି ଦାୟିତ୍ୱ ରଚ୍ଚ ତାଙ୍କ ଦେହ ବହୁତ ଖରାପ ଅଛି ତାଙ୍କ ଝିଅଙ୍କ ସହିତ ବି କଥା ହୋଇଛି । ତା’ ପରେ ମୁଁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ ସହିତ କଥା ହୋଇଛି । ସେମାନେ ସେମାନଙ୍କ ଅତ୍ୟାଧୁନିକ ବ୍ୟବସ୍ଥା ଥିବା ଆମ୍ବୁଲାନ୍ସରେ ବିଜୟ ମହାନ୍ତିଙ୍କୁ ଆଣିବାର ବ୍ୟବସ୍ଥା କରିବେ ବୋଲି କହିଛନ୍ତି।

Sasmita

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

1 hour ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

2 hours ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

2 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

3 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

3 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

4 hours ago