ରାଜ୍ୟ

ବେସାହାରା ହୋଇଗଲା ପରିବାର, ବାସ ଟିକିଏ ଅସାବଧାନତା ଆଉ ଚାଲିଗଲା ବାପ ପୁଅଙ୍କ ଜୀବନ

କାନ୍ଦ ବୋବାଳି ଫାଟି ପଡୁଛି ପୁରା ପରିବେଶ । ନିଜ ଆଖି ସାମ୍ନାରେ ସ୍ବାମୀ ଏବଂ ପୁତ୍ରର ଶବକୁ ଦେଖି ବୁକୁଫଟା ଚିତ୍କାର କରୁଛି ମା ଜଣକ । ବାସ ଟିକିଏ ଅସାବଧାନତା ପାଇଁ ଅକାରଣରେ ଚାଲିଗଲା ଦୁଇ ଦୁଇଟି ଜୀବନ ଆଉ ଗାଁ ମଶାଣିରେ ଜଳିଲା ଏକାବେଳେ ଦୁଇ ଦୁଇଟି ଜୁଇ । କଥାରେ ଅଛି ବାପାର ମୃତ୍ଯୁ ପରେ ପୁଅ ମୁଖାଗ୍ନି ଦେଲେ ବାପର ଆତ୍ମାକୁ ଶାନ୍ତି ମିଳେ । ହେଲେ ମୃତ୍ୟୁ ଏମିତି ବି ଆସେ ଯେତେବେଳେ ପୁଅର ଜୀବନ ବଞ୍ଚାଇବାକୁ ଯାଇ ବାପାବି ଆରପାରିକୁ ଚାଲିଯାଆନ୍ତି ।

ଗୋଟିଏ ପରିବାରରୁ ଉଠିଛି ଏକାବେଳେ ବାପ -ପୁଅଙ୍କ କୋକେଇ । କିଏ ଜାଣିଥିଲା ଗତକାଲିର ସୂର୍ଯ୍ୟ ଉଦୟ ବାପା-ପୁଅଙ୍କ ପାଇଁ ହେବ ଶେଷ ସୂର୍ଯ୍ୟୋଦୟ । ପରିବାର ଲୋକଙ୍କ କହିବା ଅନୁଯାୟୀ ସବୁଦିନ ପରି ଗତକାଲି ସକାଳୁ ଉଭୟ ବାପ-ପୁଅ ଘର ନିକଟରେ ଥିବା ପାନ ବରଜକୁ କାମ କରିବା ପାଇଁ ଯିବା ସମୟରେ ପ୍ରଥମେ ପୁଅ ବିଦ୍ଯୁତ ତାର ସଂଶ୍ପର୍ଶରେ ଆସିଲା ଆଉ ତା ଦେଖି ବାପା ଦୌଡି ଯାଇ ପୁଅର ଜୀବନ ବଞ୍ଚାଇ ବାକୁ ଚେଷ୍ଟା କରିବା ବେଳେ ବିଦ୍ୟୁତ ଆଘାତରେ ବାପ ପୁଅ ଦୁହେଁ ଆରପାରିକୁ ଚାଲିଗଲେ । ମୃତକ ଦୁଇ ଜଣ ହେଲେ ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ଆରୁଆଦମ ଗ୍ରାମର କାଶୀନାଥ ରାଉତ ଓ ତାଙ୍କ ପୁଅ ରାମକୃଷ୍ଣ ରାଉତ । ଗ୍ରାମବାସୀଙ୍କ କହିବା ଅନୁଯାୟୀ ପ୍ରଥମେ ପୁଅକୁ ବିଦ୍ୟୁତ ଆଘାତ ଲାଗିଥିଲା ପରେ ପୁଅକୁ ବଞ୍ଚେଇବା ପାଇଁ ଯାଇ ନିଜେ ବାପ ମୃତ୍ୟୁ ମୁଖରେ ପଡ଼ିଥିଲେ । ଫଳରେ ଘଟଣା ସ୍ଥଳରେ ଉଭୟ ବାପ-ପୁଅଙ୍କ ମୃତ୍ୟୁ ଘଟିଥିଲା ।

କାଶୀନାଥଙ୍କ ଦୁଇ ପୁଅ ମଧ୍ଯରୁ ଜଣେ ପୁଅ କେରଳରେ ଦାଦନ ଖଟିବା ପାଂଇ ଯାଇଥିବେ ବେଳେ ଲକଡାଉନ ଯୋଗୁଂ ଘରକୁ ଆସି ପାରି ନାହାନ୍ତି । ଫଳରେ ଗ୍ରାମବାସୀ ମାନେ ମୁଖାଗ୍ନି ଦେଇ ମିଳି ମିଶି ଶବସତ୍କାର କରିଛନ୍ତି । ପରିବାରର ରୋଜଗାରିଆ ବାପ-ପୁଅଙ୍କୁ ହରାଇ ପୁରା ପରିବାର ବେସାହାରା ହୋଇ ଯାଇଛି । ସେପଟେ ଗ୍ରାମବାସୀ ସରକାରୀ ସହାୟତା ପାଇଁ ନିବେଦନ କରିଛନ୍ତି ।

ଗୋଟିଏ ପଟେ ଏହି ଦୁର୍ଘଟଣା ପାଂଇ ମୃତକଙ୍କ ସମ୍ପର୍କୀୟ ମାନେ ବିଦ୍ଯୁତ ବିଭାଗକୁ ଦାୟୀ କରୁଥିବା ବେଳେ ଅନ୍ୟପଟେ ବିଦ୍ଯୁତ ବିଭାଗ ଏହି ଅଭିଯୋଗକୁ ଖଣ୍ଡନ କରିଛି । ସେମାନେ ନିଜ ଘରେ ବିଦ୍ଯୁତ ମରାମତି କରିବା ବେଳେ ଏଭଳି ଦୁର୍ଘଟଣା ଘଟିଛି ବୋଲି ଜାମଶୁଳୀ ଇଲେକ୍ଟ୍ରିକ ଡିଭିଜନର ଏସଡିଓ କହିଛନ୍ତି କିନ୍ତୁ ସେ ଯାହା ବି ହେଉ ଗୋଟିଏ ପରିବାରର ବାପ-ପୁଅଙ୍କ ମୃତ୍ୟୁ ପରେ ସାରା ଗାଁରେ ଶୋକର ଛାୟା ଖେଳିଯାଇଛି ।

KNews Bureau

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

1 hour ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

2 hours ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

3 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

3 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

4 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

5 hours ago